ମାତୃ ଦିବସ : ନିଜର ସାବତ ମାଆଙ୍କ ସହ ଏହିପରି ସମ୍ପର୍କ ରହିଛି ଏହି ବଲିଉଡ଼ ଅଭିନେତା, ଅଭିନେତ୍ରୀ ମାନଙ୍କର ।

Spread the love

ନିଜର ସାବତ ମାଆଙ୍କ ସହ କିଛି ଏପରି ସମ୍ପର୍କ ରଖିଛନ୍ତି ଏହି ବଲିଉଡର ତାରକାମାନେ ।

ମାଆ ଏବଂ ପିଲାର ସମ୍ପର୍କ ଦୁନିଆର ସବୁଠୁ ସୁନ୍ଦର ସମ୍ପର୍କ ଅଟେ । ଲୋକେ କୁହନ୍ତି, ଭଗବାନ ସର୍ବତ୍ର ରହି ପାରିବେ ନାହିଁ । ତେଣୁ ଏହି ସଂସାରରେ ମାଆକୁ ସୃଷ୍ଟି କରିଛନ୍ତି । ମାଆ ଏବଂ ଛୁଆ ମଧ୍ୟରେ ଏକ ଅତୁଟ ସଂପର୍କ ରହିଛି । ଚଳଚିତ୍ର ଗୁଡିକରେ ମଧ୍ୟ ଆପଣମାନେ ଦେଖିଥିବେ ମାଆ ଏବଂ ଛୁଆ ମଧ୍ୟରେ ଥିବା ଅତୁଟ ସମ୍ପର୍କ ବିଷୟରେ ଦେଖା ଯାଇଥାଏ । କିଛି ଚଳଚିତ୍ରରେ ସାବତ ମାଆଙ୍କ ବିଷୟରେ ଯେତେବେଳେ ଦେଖା ଯାଇଥାଏ; ତେବେ ଆମ ମାନଙ୍କ ମନରେ ଏକ ଖରାପ ଚିତ୍ର ଆସିଥାଏ, ତାହା ହେଉଛି ସାବତ ମାଆ କେବେ ମଧ୍ୟ ଭଲ ହୋଇନଥାନ୍ତି ।

କିନ୍ତୁ ଆଜି ବଲିଉଡ଼ର କିଛି ତରକାଙ୍କ ବିଷୟରେ କହିବୁ ଯାହାଙ୍କ ସମ୍ପର୍କ ନିଜ ସାବତ ମାଆଙ୍କ ସହ ଖୁବ୍ ଭଲ ରହିଛି । ଆମେ ଏହି ଲେଖା ମାଧ୍ୟମରେ ଆପଣଙ୍କୁ କହିବୁ କେଉଁ ସବୁ ବାଲିଉଡ଼ ତରକାଙ୍କ ସମ୍ପର୍କ ନିଜ ସାବତ ମାଆଙ୍କ ସହ ଭଲ ରହିଛି ।

ସଲମାନ ଖାନ୍ :

ସଲମାନ ଖାନ୍ ଙ୍କ ପିତା ସଲିମ୍ ଖାନ୍ ଦୁଇଟି ବିବାହ କରିଛନ୍ତି ଏବଂ ସଲମାନ ଖାନ୍, ସଲିମ୍ ଏବଂ ସଲମାଙ୍କ ସନ୍ତାନ ଅଟନ୍ତି । ସଲିମ୍ ହେଲେନଙ୍କ ସହ ବିବାହ କରିବା ପରେ ପରିବାରର ସମସ୍ତେ ହେଲେନଙ୍କ ଖୁବ୍ ସ୍ୱାଗତ କରିଥିଲେ । ସଲମାନ ଖାନ୍ ହେଲେନଙ୍କୁ ମଧ୍ୟ ସେତିକି ଭଲ ପାଆନ୍ତି, ସମ୍ମାନ ଦିଅନ୍ତି ଯେତିକି ସେ ନିଜ ମାଆ ସଲମାଙ୍କୁ ଦିଅନ୍ତି ।

ସାରା ଅଲ୍ଲୀ ଖାନ୍ :

ସେଫ ଅଲ୍ଲୀ ଖାନ୍ ଏବଂ ଅମୃତା ସିଂହଙ୍କ ଝିଅ ସାରା ଅଲ୍ଲୀ ଖାନ୍ ଙ୍କ ସମ୍ପର୍କ କରିନା କପୁରଙ୍କ ସହ ବହୁତ ଭଲ ଅଟେ । ଏକ ସାକ୍ଷାତକାରରେ ସାରା କହିଥିଲେ, ସେ କରିନାଙ୍କ ଫିଲ୍ମ ଦେଖି ଦେଖି ବଡ଼ ହୋଇଛନ୍ତି ଏବଂ ସେ କରିନାଙ୍କ ଷ୍ଟାଇଲକୁ ଖୁବ୍ ପସନ୍ଦ କରନ୍ତି । ଯେତେବେଳେ ସାରାଙ୍କ ଫିଲ୍ମ ରିଲିଜ୍ ହେବାର ଥିଲା, ସେହି ସମୟରେ କରିନା ସାରାଙ୍କ ଖୁବ୍ ପ୍ରଶଂସା କରିଥିଲେ । ଦୁହିଁଙ୍କ ମଧ୍ୟରେ ବନ୍ଧୁତ୍ୱର ସମ୍ପର୍କ ରହିଛି । ସାରା କରିନାଙ୍କୁ ଆଣ୍ଟି ନୁହେଁ ନିଜ ବନ୍ଧୁ ପରି ବ୍ୟବହାର କରନ୍ତି । କରିନା ମଧ୍ୟ କହିଥିଲେ, ସେ କେବେ ମଧ୍ୟ ସାରାଙ୍କ ମାଆ ହୋଇପାରିବେ ନାହିଁ । କାରଣ ସାରାଙ୍କ ଏକ ମାଆ ପୂର୍ବରୁ ଅଛନ୍ତି ଏବଂ ସେ ତାଙ୍କ ପାଇଁ ଭଲ ମାଆ ଅଟନ୍ତି । ମୋର ଏବଂ ସାରାଙ୍କ ମଧ୍ୟରେ ବନ୍ଧୁତ୍ୱର ସମ୍ପର୍କ ରହିଛି ଯାହା ଖୁବ୍ ଭଲ ଅଟେ ।

ଫରହାନ୍ନ ଅକ୍ତର :

ଜାବେଦ ଅକ୍ତର ଏବଂ ହାନି ଇରାଣୀଙ୍କ ପୁଅ ଫରହାନ୍ନଙ୍କ ସମ୍ପର୍କ ମଧ୍ୟ ସବାନା ଅଜମୀଙ୍କ ସହ ଖୁବ୍ ଭଲ ଅଟେ । ଫରହାନ୍ନ, ଜାବେଦ ଏବଂ ସବାନାଙ୍କୁ ଏକତ୍ର ଅନେକ ପାର୍ଟିରେ ଦେଖିବା ପାଇଁ ମିଳେ । ଦୁହିଁଙ୍କ ମଧ୍ୟରେ ଥିବା ସଂପର୍କକୁ ଦେଖିବା ପରେ କେବେ ମଧ୍ୟ ଭାବି ପାରିବେ ନାହିଁ ଯେ ସବାନା, ଫରହାନ୍ନଙ୍କ ସାବତ ମାଆ ଅଟନ୍ତି ।

ସାହିଦ କପୁର :

ସାହିଦ, ପଙ୍କଜ କପୁର ଏବଂ ନିଳିମା ଆଜିମଙ୍କ ପୁତ୍ର ଅଟନ୍ତି । କିନ୍ତୁ ସାହିଦଙ୍କ ଯେଉଁ ସମ୍ପର୍କ ନିଜ ମାଆଙ୍କ ସହ ରହିଛି ସେହିପରି ସମ୍ପର୍କ ନିଜର ସାବତ ମାଆ ସୁପ୍ରିୟା ପାଠକଙ୍କ ସହ ରହିଛି । ସାହିଦ ସୁପ୍ରିୟଙ୍କ ଖୁବ୍ ନିକଟତର ଅଟନ୍ତି । ସୁପ୍ରିୟା ପାଠକ, ସାହିଦ ଓ ମିରାଙ୍କ ବିବାହରେ ପରମ୍ପରାରେ ନିଜର ଯୋଗଦାନ ଦେଇଥିଲେ ।

ଜୁନେଦ ଏବଂ ଇରା :

ଆମୀର ଖାନ୍ ଙ୍କ ପ୍ରଥମ ପତ୍ନୀ ରୀନା ଦତ୍ତାଙ୍କ ଠାରୁ ଦୁଇଟି ଛୁଆ ଜୁନେଦ ଏବଂ ଇରା । ଜୁନେଦ ଏବଂ ଇରାଙ୍କୁ ଅନେକ ସମୟରେ କିରଣଙ୍କ ସହ ଅନେକ ପାର୍ଟିରେ ଦେଖିବା ପାଇଁ ମିଳିଥାଏ ।