ଓଡିଶାର ମୋଦୀ ସାଜିଥିବା ପ୍ରତାପ ଷଡଙ୍ଗୀଙ୍କ କଳଙ୍କିତ ଇତିହାସ ! ଗୁମୁର ଖୋଲିଲା BCC News

Spread the love

ଗତ କିଛି ଦିନ ଧରି ସୋସିଆଲ ମିଡିଆରେ ଚର୍ଚ୍ଚିତ ଚେହେରା ବନିଥିବା ତଥା ପ୍ରଥମ ଥର ପାଇଁ ସାଂସଦ ହୋଇ ମନ୍ତ୍ରୀପଦ ପାଇଥିବା ପ୍ରତାପ ଷଡ଼ଙ୍ଗୀଙ୍କ ପୋଲ ଖୋଲିଛି ବିବିସି । କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ପ୍ରତାପଙ୍କୁ ନେଇ ଜାତୀୟ ଗଣମାଧ୍ୟମରେ ଯେଉଁ ଚର୍ଚ୍ଚା ହେଉଥିଲା, ଯେଉଁ ଖବର ପରିବେଷଣ କରାଯାଉଥିଲା ତାହା ଉପରେ ଟିପ୍ପଣୀ ଦେଇଛି ବିବିସି । ସାଧାସିଧା, ସରଳ ଜୀବନ ଜିଉଁଥିବା, ସାଧାରଣ ମଣିଷଟେ ଭଳି ବଞ୍ଚୁଥିବା ପ୍ରତାପଙ୍କୁ ଯେଉଁ ଭଳି ଭାବେ ଜାତୀୟ ଗଣମାଧ୍ୟମ ଗୁଡ଼ିକରେ ବର୍ଣ୍ଣନା କରାଯାଇଛି ତାହାର ପେଡ଼ି ଖୋଲିଛି ଲୋକପ୍ରିୟ ଆନ୍ତର୍ଜାତୀୟ ନିରପେକ୍ଷ ଗଣମାଧ୍ୟମ ବିବିସି । ପ୍ରତାପଙ୍କ ବିଗତ ଦିନର ଅପରାଧିକ ମାମଲାର ପେଡ଼ି ଖୋଲି କେମିତି ଜଣେ ବିବାଦୀୟ ପୃଷ୍ଠଭୂମିରେ ବଢ଼ିଥିବା ନେତାଙ୍କୁ ରାତାରାତି ହିରୋ କରି କେନ୍ଦ୍ରମନ୍ତ୍ରୀ କରାଗଲା ତାରି ଉପରେ ଖୁଲାସା କରିଛି ବିବିସି । ଏପରିକି ନିଜ ଶୀର୍ଷକରେ ପ୍ରତାପଙ୍କ ହାତରେ ରକ୍ତର ଛିଟା ପଡ଼ିଛି ବୋଲି କହିଛି ବିବିସି ।

ସାଂସଦ ଜିତି ଦିଲ୍ଲୀ ଯିବା ପରେ ଆଉ ମନ୍ତ୍ରୀ ହେବା ପୂର୍ବରୁ ହଠାତ ସୋସିଆଲ ମିଡିଆର ସେନସେସନ ପାଲଟି ଯାଇଥିଲେ ପ୍ରତାପ । ତେବେ ଧଳା କୁର୍ତ୍ତା ପାଇଜାମା ପିନ୍ଧା ପ୍ରତାପଙ୍କ ୧୯୯୯ ଓ ୨୦୦୨ର ଅପରାଧିକ ପେଡ଼ିରୁ ଫିତା ଫିଟାଇଛି ବିବିସି । ୧୯୯୯ରେ କେନ୍ଦୁଝର ଜିଲ୍ଲାର ମନୋହରପୁରରେ ଗ୍ରାହାମ ଷ୍ଟେନ ଓ ତାଙ୍କ ୨ ନିରୀହ ଶିଶୁଙ୍କୁ ଜୀଅନ୍ତା ଜାଳି ଦିଆଯାଇଥିଲା । ଏହି ଜଘନ୍ୟ ହତ୍ୟାକାଣ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଦାରା ସିଂ ଓ ଅନ୍ୟମାନେ ବଜରଙ୍ଗ ଦଳର ହୋଇଥିବା ବେଳେ ପ୍ରତାପ ଥିଲେ ସେତେବେଳେ ବଜରଙ୍ଗ ଦଳର ସଭାପତି । ଏହି ଲୋମହର୍ଷକ ଘଟଣା ସେତେବେଳେ ସାରା ବିଶ୍ୱରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଏଥିସହ ୨୦୦୨ରେ ବି ପ୍ରତାପ ବିଧାନସଭା ଆକ୍ରମଣ ଘଟଣାରେ ସମ୍ପୃକ୍ତ ଥିଲେ । ଯେଉଁଥିରେ ଦକ୍ଷିଣପନ୍ଥୀମାନେ ବିଧାନସଭା ଭିତରକୁ ଧସେଇ ପଶି ଭଙ୍ଗାରୁଜା କରିବା ସହ ସରକାରୀ ସମ୍ପତ୍ତିକୁ ନଷ୍ଟ କରିଥିବାର ମାମଲା ହୋଇଥିଲା ।

ଆଉ ସେତେବେଳେ ପ୍ରତାପଙ୍କୁ ଗିରଫ କରିଥିଲା ପୋଲିସ । ଦଙ୍ଗା ଭିଆଇବା, ବିଧାନସଭା ପରି ପବିତ୍ର ଗୃହକୁ ୫୦୦ କର୍ମୀ ଧରି ଆକ୍ରମଣ କରିବା ଅଭିଯୋଗରେ ପ୍ରତାପଙ୍କୁ ଗିରଫ କରାଯାଇଥିଲା । ପ୍ରତାପ ଯେତେବେଳେ ବଜରଙ୍ଗ ଦଳର ମୁଖ୍ୟ ଥିଲେ ଏ ଅଭିଯୋଗ ମଧ୍ୟ ତାଙ୍କ ନାଁରେ ଥିଲା କି, ସେ ଆଦିବାସୀ ଅଞ୍ଚଳରେ ଖ୍ରୀଷ୍ଟିୟାନ ମିସନାରୀର ଧର୍ମାନ୍ତକରଣ ବିରୋଧରେ ଜୋର ଜବରଦସ୍ତ ଅଭିଯାନ ଚଳାଇଥିଲେ । କାଳେ ମିଶନାରୀ ଗୁଡ଼ିକ ଧର୍ମ ପରିବର୍ତ୍ତନରେ ସାମିଲ ଅଛନ୍ତି ସେନେଇ ପ୍ରତାପଙ୍କ ଦଳ ତରଫରୁ ବଳ ପ୍ରୟୋଗ କରି ବିରୋଧ କରାଯାଉଥିଲା ।

ମାତ୍ର ଏସବୁ ଅଭିଯୋଗକୁ ପ୍ରତାପ ପରବର୍ତ୍ତୀ ସମୟରେ ବିଭିନ୍ନ ଗଣମାଧ୍ୟମରେ ଖଣ୍ଡନ କରିଥିଲେ । ସେ ଦୁର୍ନୀତି ବିରୋଧରେ ସ୍ୱର ଉଠାଉଥିବାରୁ ତାଙ୍କ ବିରୋଧରେ ଏଭଳି କଥା ଉଠାଯାଉଥିବା ସେ କହିଥିଲେ । କିନ୍ତୁ ଏବେ ପ୍ରତାପ ମୋଦି ମନ୍ତ୍ରିମଣ୍ଡଳରେ ସାମିଲ ହେବା ପରେ ବିବିସି ପ୍ରତାପଙ୍କ ବହୁ ଚର୍ଚ୍ଚିତ ଜୀବନଶୈଳୀ ଦେଖାଇବା ଆଳରେ ତାଙ୍କ ଅପରାଧିକ ପେଡ଼ି ଖୋଲିଛି । କେବଳ ବିବିସି ନୁହେଁ ଆମେରିକୀୟ ଗଣମାଧ୍ୟମ ‘ହଫ୍ ପୋଷ୍ଟ’ ଓ ଆଉ କିଛି ପ୍ରଖ୍ୟାତ ଜାତୀୟ ଗଣମାଧ୍ୟମ ଏ ସମ୍ପର୍କରେ ରିପୋର୍ଟ ପ୍ରକାଶ କରିଛନ୍ତି ।

ଏହି ଗଣମାଧ୍ୟମ ଗୁଡ଼ିକ ରିପୋର୍ଟ ମତେ ପ୍ରତାପଙ୍କ ସାଧାସିଧା ସନ୍ୟାସୀ ଚେହେରା ପଛରେ ଏକ କଠୋର, ଦୁର୍ଦ୍ଦାନ୍ତପଣିଆର ଅପରାଧିକ ଛବି ଲୁଚି ରହିଥିବା କୁହାଯାଇଛି । ତେବେ ପ୍ରତାପ ପ୍ରାର୍ଥିପତ୍ର ଦାଖଲ ବେଳେ ନିଜ ସତ୍ୟପାଠରେ ତାଙ୍କ ନାମରେ IPCର ସଙ୍ଗୀନ୍ ଦଫା 143, 294, 323, 506, 188, 427, 147, 435, 149, 153A, 34 ଧାରାରେ ୭ଟି ମାମଲା ବିଚାରାଧିନ ଥିବା ଉଲ୍ଲେଖ କରିଛନ୍ତି ।