ରକ୍ଷାବନ୍ଧନ : ଦିନସାରା ରାକ୍ଷୀ ବାନ୍ଧିବାର ଶୁଭ ମୁହୂର୍ତ୍ତ ରହିଛି । ଭଦ୍ରା କାଳ ସମାପ୍ତ ହେବାର ଏହା ହେଉଛି ସମୟ

Spread the love

ରକ୍ଷାବନ୍ଧନ ୩ ଅଗଷ୍ଟକୁ ଦିନସାରା ଭଉଣୀ ମାନେ ନିଜ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିପରିବେ । ଏଥର ସକାଳ ୯ଟା ରୁ ଭଦ୍ରା କାଳ ସମାପ୍ତ ହେଉଛି । ଏହାପରେ ଦିନସାରା ରାକ୍ଷୀ ବାନ୍ଧିବା ଶୁଭ ମୁହୂର୍ତ୍ତ ମିଳିବ । କାରଣ ଭଦ୍ରା କାଳରେ ରାକ୍ଷୀ ବାନ୍ଧିବା ଓ ସିନ୍ଦୂର ଟିକା ଲଗାଇବା ଶୁଭ ନୁହେଁ ।

Google

କେତେକ ଜ୍ୟୋତିଷବିତ କହିଛନ୍ତି ଯେ ୩ ଅଗଷ୍ଟ ସୋମବାର, ଶ୍ରାବଣ ପୂର୍ଣ୍ଣିମା ଦିନରେ ରକ୍ଷାବନ୍ଧନ ପାଳନ କରାଯିବ । ଏ ଦିନରେ ଭଉଣୀମାନେ ଭାଇଙ୍କ ହାତରେ ରକ୍ଷାସୂତ୍ର ବାନ୍ଧି ତାଙ୍କ ଦୀର୍ଘ ଆୟୁର କାମନା କରନ୍ତି ।

Google

ଶାସ୍ତ୍ରରେ କୁହାଯାଇଛି ଯେ, ରକ୍ଷାବନ୍ଧନ ଦିନ ଭଦ୍ରାରେ ରକ୍ଷାସୂତ୍ର ବାନ୍ଧିବା ଉଚିତ ନୁହେଁ । ଏଥିପାଇଁ ସକାଳ ୮ ଘଣ୍ଟା ୨୮ ମିନିଟ୍ ପର୍ଯ୍ୟନ୍ତ ଭଦ୍ରା ଥିବା ଯୋଗୁଁ ଏହା ପୂର୍ବରୁ ରାକ୍ଷୀ ବାନ୍ଧିବା ଭଲ ନୁହେଁ ।

Google

ରାତ୍ରି ୮ ଘଣ୍ଟା ୨୦ ମିନିଟ୍ ପର୍ଯ୍ୟନ୍ତ ପୂର୍ଣ୍ଣିମା ତିଥି ରହିବ, ସେତେବେଳେ ପର୍ଯ୍ୟନ୍ତ ରାକ୍ଷୀ ବାନ୍ଧିବା ମୁହୂର୍ତ୍ତ ରହିବ । ଏ ଦିନ ଶ୍ରାବଣ ମାସର ଶେଷ ସୋମବାର ହେବ, ଶିବାଳୟରେ ମହାଦେବଙ୍କୁ ପୂଜାର୍ଚ୍ଚନା କରାଯିବ ।