ବିନା ହେଲମେଟରେ ଦେଖି ଯୁବକ ଜଣକ ପ୍ରଶ୍ନ କଲେ, ତେବେ ସଡ଼କରେ ହିଁ ଟାଣିବାକୁ ଲାଗିଲେ ପୋଲିସ ବାବୁ ଏବଂ ପରେ ଯାହା ହେଲା…

Spread the love

ନୂତନ ଟ୍ରାଫିକ ନିୟମର ପରିବର୍ତ୍ତନ ପରେ ସମ୍ପୂର୍ଣ୍ଣ ଦେଶରେ ଚାଲାଣ ବିଷୟରେ ବହୁତ ଚର୍ଚ୍ଚା ହେଉଛି । ସମସ୍ତେ ସରକାରଙ୍କ ଦ୍ୱାରା ଲାଗୁ କରିଥିବା ଭାରି ଚାଲାଣକୁ ନେଇ ନିଜର ପ୍ରତିକ୍ରିୟା ବ୍ୟକ୍ତ କରୁଛନ୍ତି, ଯେଉଁଥିରେ ପକ୍ଷ ଏବଂ ବିପକ୍ଷ ବ୍ୟତୀତ ଅନ୍ୟ ଲୋକମାନେ ମଧ୍ୟ ଏହାର ଥଟ୍ଟା କରୁଛନ୍ତି । ଏହି ଭାରି ଚାଲାଣର ଭୟ ସମସ୍ତଙ୍କ ମଧ୍ୟରେ ନଜର ଆସୁଅଛି କିନ୍ତୁ ପୋଲିସ ବାଲାଙ୍କ ପାଖରେ କିଛି ପରିବର୍ତ୍ତନ ଦେଖା ଯାଉନାହିଁ । ହଁ, ଯାହା କାରଣରୁ ସେମାନେ ବିନା ହେଲମେଟରେ ସଡ଼କରେ ଭ୍ରମଣ କରୁଥିବାର ନଜର ଆସୁଛନ୍ତି ଏବଂ ଏହି ବିଷୟକୁ ନେଇ ବିହାରରେ କଳହ ହୋଇଗଲା, ଯାହାକି ସୋସିଆଲ ମିଡ଼ିଆରେ ଭାଇରଲ ହେଉଛି ।

ଦେଶର ଦ୍ୱିତୀୟ ସବୁଠାରୁ ବଡ଼ ରାଜ୍ୟ ବିହାରର ବସ୍କରରେ ଜଣେ ପୋଲିସବାଲା ଏବଂ ଯୁବକ ମଧ୍ୟରେ କଳହର ଖବର ସାମନାକୁ ଆସୁଅଛି, ଯେଉଁଥିରେ ଜଣେ ପୋଲିସ କର୍ମଚାରୀ ବର୍ବରତାର ସମସ୍ତ ସୀମା ପାର କରି ଦେଇଛି । ପ୍ରକୃତରେ ବିବାଦ କେବଳ ହେଲମେଟ ନ ପିନ୍ଧି ଥିବା ପାଇଁ ସୃଷ୍ଟି ହେଲା କିନ୍ତୁ ମାମଲାଟି ଏତେ ବଢିଗଲା ଯେ ସେହି ପୋଲିସ କର୍ମଚାରୀଙ୍କୁ ତୁରନ୍ତ ନିଲମ୍ବିତ କରି ଦିଅଗଲା । ଜଣାଇ ଦେଉଛୁ ଯେ, ବସ୍କରର ସଡ଼କରେ ପୋଲିସ ଜଣକ ବିନା ହେଲମେଟରେ ଥିଲେ, ଯାହାକୁ ଦେଖି ଯୁବକ ଜଣକ ପ୍ରଶ୍ନ କଲେ ଏବଂ ପରବର୍ତ୍ତୀ ସମୟରେ ଏହାକୁ ହିଁ କେନ୍ଦ୍ର କରି ବିବାଦଟି ସୃଷ୍ଟି ହୋଇଥିଲା ।

ଯୁବକ ଜଣକ ପୋଲିସକୁ ଅଟକାଇଲେ :

ବିହାରର ବସ୍କରରେ ପୋଲିସ ବିନା ହେଲମେଟରେ ଲୋକଙ୍କ ଚାଲାଣ କାଟୁଥିଲେ ଏବଂ ସେହି ସମୟରେ ପୋଲିସ (ଏ.ଏସ୍.ଆଇ) ରୋଶନ କୁମାର ବିନା ହେଲମେଟରେ ପହଞ୍ଚିଗଲେ, ଯାହା ପରେ ସେଠାରେ ଉପସ୍ଥିତ ଥିବା କମଳ ନାମକ ଜଣେ ଯୁବକ ପୋଲିସ ବାବୁଙ୍କୁ ପ୍ରଶ୍ନ କଲେ । ଯୁବକ ଜଣକ ପୋଲିସକୁ ହେଲମେଟ ନ ପିନ୍ଧିବାର କାରଣ ପଚାରିଲେ, ତୋ ପୋଲିସ ବାବୁ ରାଗିଗଲେ ଏବଂ ସେ ଯୁବକ ସହିତ ଦୁର୍ବ୍ୟବହାର କରିବା ଆରମ୍ଭ କରିଦେଲେ । ଏହାର ଅର୍ଥ ସ୍ପଷ୍ଟ ଯେ, ଏହି ଭାରି ଚାଲାଣ କେବଳ ସାଧାରଣ ଜନତାଙ୍କ ପାଇଁ ଅଟେ ଏବଂ ଏହି ନିୟମ ସମାଜର ଉଚ୍ଚ ଆସନରେ ଥିବା ବ୍ୟକ୍ତି, ଅର୍ଥାତ ଶକ୍ତିଶାଳୀ ବ୍ୟକ୍ତି ସେମାନେ ଚାହିଁଲେ ନିୟମକୁ ଭାଙ୍ଗି ପାରିବେ ।

ପୋଲିସ ଯୁବକଙ୍କ ସହିତ ଏହିପରି ଭାବରେ ବ୍ୟବହାର କଲେ :

ଏହା ଅଟେ ବିହାରର ବସ୍କରର ପୋଲିସ ବାଲା ରୋଶନ କୁମାର । ବିନା ହେଲମେଟରେ ଗାଡ଼ି ଚଳାଚଳ କରୁଥିବାକୁ ନିବୃତ୍ତ କରିବାରୁ କିପରି ଭାବରେ ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି କିନ୍ତୁ ତାଙ୍କୁ ବର୍ତ୍ତମାନ ନିଲମ୍ବିତ କରି ଦିଆଯାଇଛି ।

ଯୁବକ କମଳଙ୍କ କଥା ଶୁଣି ପୋଲିସ ଜଣକ ରାଗିଗଲେ ଏବଂ ସେ ତୁରନ୍ତ ହିଁ ଯୁବକକୁ ଟାଣିବାକୁ ଲାଗିଲେ । ହଁ, ପୋଲିସ ଜଣକ ଯୁବକକୁ ଟାଣିନେଇ ଜିପରେ ବସେଇଲେ ଓ ପରେ ତାକୁ ଥାନାକୁ ନେଇଗଲେ । ଏହି ସମ୍ପୂର୍ଣ୍ଣ ମାମଲା ଶନିବାର ଦିନର ଅଟେ, ଯାହାର ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରଲ ହେଉଛି । ଭିଡ଼ିଓ ଦେଖିବା ପରେ ପୋଲିସ କର୍ମଚାରୀ ଉପରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ନିଆଗଲା ଏବଂ ତାଙ୍କୁ ପରେ ଚାଲାଣ ମଧ୍ୟ ଭରିବାକୁ ପଡ଼ିବ । ଅର୍ଥ ସ୍ପଷ୍ଟ ଯେ, ଗୋଟିଏ ଦେଶର ସମସ୍ତ ନାଗରିକ ମାନଙ୍କ ପାଇଁ ନିୟମ, ଆଇନକାନୁନ ସମାନ ଅଟେ । ସେ ନିଜେ ଆଇନ ରକ୍ଷକ ହିଁ ହୋଇଥାନ୍ତୁ ନା କାହିଁକି ।

ଏସପି ତାଙ୍କୁ ନିଲମ୍ବିତ କରିଦେଲେ :

ମାମଲାକୁ ବଢ଼ିବା ଦେଖି ଏସପି ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କଲେ ଏବଂ ତାଙ୍କୁ ୧୦୦୦ ଟଙ୍କା ଚାଲାଣ ଭରିବାକୁ ମଧ୍ୟ କହିଲେ । ଜଣାଇ ଦେଉଛୁ ଯେ, ଯୁବକ ଆରୋପ ଲଗାଇଥିଲେ ଯେ ଥାନାର କର୍ତ୍ତବ୍ୟଶୀଳ ପୋଲିସ କର୍ମଚାରୀ ମାନେ ମଧ୍ୟ ତାଙ୍କ ସହିତ ଦୁର୍ବ୍ୟବହାର କରିଥିଲେ, ଯାହା କାରଣରୁ ଏସପି ତୁରନ୍ତ ପଦକ୍ଷେପ ନେଲେ । ଏସପି ପୋଲିସ କର୍ମଚାରୀ ମାନଙ୍କୁ ନିର୍ଦ୍ଦେଶ ଦେଲେ ଯେ, ଆପଣ ସମସ୍ତେ ଟ୍ରାଫିକ ନିୟମର ପାଳନ କରନ୍ତୁ । ନଚେତ ଆପଣମାନଙ୍କୁ ମଧ୍ୟ ଚାଲାଣ ଭରିବାକୁ ପଡ଼ିବ । କାରଣ ଏଠାରେ କିଛି ଅବହେଳା ଦରକାର ନାହିଁ ।

ବାସ୍ତବରେ ଯୁବକ ଜଣକ ଯାହା କରିଛନ୍ତି ତାହା ଠିକ ଅଟେ କି ? ନିଜ ମତାମତ Comment Boxରେ ନିଶ୍ଚୟ ପ୍ରଦାନ କରନ୍ତୁ । Share କରି ଅନ୍ୟଙ୍କୁ ଜାଣନ୍ତୁ ।

ସୌଜନ୍ୟ : https://www.newstrend.news