ଅର୍ଚ୍ଚନାଙ୍କୁ ସୁରକ୍ଷା ଦେଉଥିଲେ କାର ଚଳାଉଥିବା ଯୁବକ !

Archana

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଦିନ ଯେତେ ଗଡୁଛି ଅର୍ଚନା ନାଗ ଙ୍କ କଳା ସାମ୍ରାଜ୍ୟ ର ଗୁମର ସେତେ ପରିମାଣ ରେ ଖୋଲିଚାଲିଛି । ପୋଲିସ ପରେ ପରେ ତଦନ୍ତ ର ଭାର ନେଇଛି ଇଡି । ଯେଉଁଥି ପାଇଁ ଥରଥର ହୋଇ ପଡିଛନ୍ତି ନେତା ଏବଂ ମନ୍ତ୍ରୀ । କାରଣ ସବୁ ଗୁମର କୁଆଡେ ପଦାରେ ପଡିଯିବ । ତେବେ ଅର୍ଚ୍ଚନା ଙ୍କୁ ନେତା ମନ୍ତ୍ରୀ ମାନେ ଦାମୀ ଦାମୀ କାର ଗିଫ୍ଟ କରୁଥିବା କଥା ଆଲୋଚନା ହେଉଛି ।

ହେଲେ ଇଡି ଖୋଜୁଥିବା ଅର୍ଚ୍ଚନା କାର ସୁରାଗ ମିଳିବା ପରେ ଅନେକ ତଥ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଉଛି । ହେଲେ କିଏ ସେହି ଏଣ୍ଡଭୋର କାର ଲୁଚେଇଥିଲା ତାହାକୁ ନେଇ ଚାଲିଛି ମାନ ସମ୍ମନ୍ଥ । ତେବେ କଣ ପାଇଁ ରାତି ଅଧରେ କାରକୁ ଛାଡି ପଳେଇଗଲା ଜାହାକୁ ଖୋଜୁଛି ପୋଲିସ । ଏହା ସହିତ ଅର୍ଚ୍ଚନା ନାଗ ଙ୍କ କଳା ସାମ୍ରାଜ୍ୟରେ ରହିଛି କି ତାଙ୍କର ଲିଙ୍କ୍ । ନାଁ ଅର୍ଚ୍ଚନା ଙ୍କୁ ସେ ଦେଉଥିଲେ ସୁରକ୍ଷା ଏହି ଭଳି କେତେକ ପ୍ରଶ୍ନ ର ଉତ୍ତର ଖୋଜିବା ଆରମ୍ଭ କରିଛନ୍ତି ଇଡି କତୃପକ୍ଷ ।

Archana

ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ରୁ ଅର୍ଚ୍ଚନା ଙ୍କ ଏଣ୍ଡଭୋର କାର ମିଳିବା ପରେ ଜୋରଦାର ତଦନ୍ତ ଆରମ୍ଭ କରିଛି ଇଡି । ରବିବାର ଦିନ ଇଡି ର 5 ଜଣିଆ ଟିମ୍ ସତ୍ୟବିହାର , ମଞ୍ଚେଶ୍ୱର ଶ୍ଲିପାଞ୍ଚଳ ଆଦି ବିଭିନ୍ନ ସ୍ଥାନକୁ ଜାଇ ଛାନବିନ କରିଛନ୍ତି । ଏହା ସହିତ ଯେଉଁ ସ୍ଥାନରେ କାର ଛିଡା ହୋଇଥିଲା ସେହି ସ୍ଥାନକୁ ଲାଗି କେଉଁ କେଉଁ ସ୍ଥାନରେ ସିସିଟିଭି କ୍ୟମେରା ଲାଗିଛି ତାହାକୁ ନେଇ ତନ୍ନାଘନ୍ନା କରିଛନ୍ତି ଇଡି ଅଧିକାରୀ ମାନେ ।

ସେହି ପରି ମଞ୍ଚେଶ୍ୱର ଥାନା କୁ ସୂଚନା ଦିଆଜାଇଛି କି ତାଙ୍କ ଅଞ୍ଚଳ ରେ ଲାଗିଥିବା ବିଭିନ୍ନ ସିସିଟିଭି କ୍ୟମେରା ର ଗତ ଏକ ମାସର ଭିଡ଼ିଓ ଦେବାକୁ ଇଡି ସେହି ଭିଡ଼ିଓ ଆଧାର କରି ତଦନ୍ତ ଆରମ୍ଭ କରିବ । ତେବେ ଅର୍ଚ୍ଚନା ନାଗ ଙ୍କ ନାମରେ ମାମଲା ରୁଜୁ ହେବା ପରେ କିଏ ଏହି ଗାଡିକୁ ଲୁଚେଇଥିଲା ତାହାକୁ ଖୋଜିବା ପାଇଁ ଇଡି ତନ୍ନାଘନ୍ନା ଆରମ୍ଭ କରିଛି । କାରଣ ସେହି ବ୍ୟକ୍ତି ଜଣଙ୍କ ଧରା ପଡିଲେ ଅର୍ଚ୍ଚନା ର ଆଉ କିଛି ଗୁମର ଖୋଲି ପାରିବ ବୋଲି କହିଛି ଇଡି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *