ଜଣେ ଯୁବକ ଛାଡପତ୍ର ପାଇଥିବା ଜଣେ ମହିଳାଙ୍କୁ ନିଜ ଫ୍ଲାଟକୁ ଡ଼ାକିଥିଲା, ସେଠାକୁ ଯିବା ପରେ ମହିଳାଙ୍କ ଦ୍ଵାରା ହୋଇଯାଇଥିଲା ଏହି ଭୁଲ ।

Spread the love

ତେଲେଙ୍ଗେନାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ମହିଳା ସାତ ଜଣ ପୁରୁଷଙ୍କ ଉପରେ ଗଣ ବଳତ୍କାରର ଆରୋପ ଆଣିଛନ୍ତି । ମହିଳାଙ୍କୁ ଯେଉଁ ଯୁବକ ବାହାନାରେ କରି ନିଜ ଫ୍ଲାଟକୁ ଡ଼ାକିଥିଲା; ସେହି ଯୁବକ ସହ ମହିଳା ଜଣକ ଆଠ ମାସ ପୂର୍ବରୁ ମିଶି ଥିଲେ । ପରେ ସେମାନଙ୍କ ମଧ୍ୟରେ ବନ୍ଧୁତା ହୋଇଯାଇଥିଲା । ପୋଲିସ ମହିଳାଙ୍କ ଆରୋପ କ୍ରମେ ମାମଲା ଦରଜ କରି ନେଇଛି କିନ୍ତୁ ବର୍ତମାନ ପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇ ନାହିଁ ।

ଘଟଣାଟି ହାଇଦ୍ରାବାଦର ଅଟେ :

ଏହି ଘଟଣାଟି ହାଇଦ୍ରାବାଦର ଅଟେ । ମହିଳା ରବିବାର ଦିନ ବନଷ୍ଟଲିପୁରମ୍ ଥାନାର ପୋଲିସକୁ ଗଣଧର୍ଷଣର ଆରୋପ ବିଷୟରେ ଜଣାଇଥିଲେ । ପୋଲିସ ଅନୁସାରେ ଆରୋପି ଜି.ମୋନଜ କୁମାରର ପୀଡିତ ମହିଳାଙ୍କ ସହ ଆଠ ମାସ ପୂର୍ବେ ବନ୍ଧୁତା ସମ୍ପର୍କ ରଖିଥିଲେ । ଏହି ମହିଳାଙ୍କ ବୟସ ୩୨ ବର୍ଷ ଅଟେ ଏବଂ ଏହି ମହିଳା ଜଣକ କୋଥପେଟରେ ନିଜ ମାତାପିତାଙ୍କ ସହ ରହୁଛନ୍ତି । କାରଣ ଏହି ମହିଳାଙ୍କ ପତି ମହିଳାଙ୍କୁ ଛାଡପତ୍ର ଦେଇ ଦେଇଛନ୍ତି ।

ମୋନଜ ଶନିବାର ଦିନ ଫୋନ କରିଥିଲା :

ପୋଲିସ ଅନୁସାରେ, ମହିଳା ଆରୋପ ଲଗାଇଛନ୍ତି ଶନିବାର ଦିନ ମୋନଜ କୁମାର ତାଙ୍କୁ ଫୋନ କରିଥିଲା । ସେ କହିଥିଲା, “ଫ୍ଲାଟରେ ପାର୍ଟି ଅଛି କାରଣ ତା ସାଙ୍ଗ ବିଦେଶ ଯାଉଛି ।” ମୋନଜ ସନ୍ଧ୍ୟାରେ ବନଷ୍ଟଲିପୁରମ୍ ଫ୍ଲାଟକୁ ମହିଳା ଜଣଙ୍କୁ ଡ଼ାକିଥିଲା । ମହିଳା ସନ୍ଧ୍ୟାରେ ଯେତେବେଳେ ସେଠାରେ ପହଞ୍ଚିଥିଲେ, ସେଠାରେ ମୋନଜ ବ୍ୟତୀତ ଅନ୍ୟ ଛଅ ଜଣ ଯୁବଳ ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ ।

ପ୍ରଥମେ ମଦ ପିଆଇ ଥିଲେ ଏବଂ ପରେ ଗଣଧର୍ଷଣ କରିଥିଲେ :

ମହିଳାଙ୍କ ଆରୋପ ଅନୁସାରେ, ସେହି ଯୁବକମାନେ ଜବରଦସ୍ତି ମଦ ପିଆଇଥିଲେ । ଏହାପରେ ଯେତେବେଳେ ମହିଳା ଜଣକ ନିଶାସକ୍ତ ହୋଇ ପଡିଥିଲେ ସମସ୍ତେ ମିଳିତ ଭାବରେ ଗଣଧର୍ଷଣ କରିଥିଲେ । ଏହି ଘଟଣା ପରେ ମହିଳା ପୋଲିସ ସହ ସମ୍ପର୍କ କରିଥିଲେ । କିନ୍ତୁ ଏହି ଘଟଣାରେ ଜଡିତ ଥିବା ଆରୋପିମାନଙ୍କୁ ପୋଲିସ ବର୍ତ୍ତମାନ ପର୍ଯ୍ୟନ୍ତ ଗିରଫ କରି ନାହିଁ । ମୋନଜ କୁମାର ସିସି ଟିଭି ଲଗାଇବା କାମ କରେ ।