ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ(WHO)ର ଚେତାବନୀ: ବିନା ପରାମର୍ଶରେ ସେବନ କରନ୍ତୁ ନାହିଁ ଏହି ଔଷଧ, ହୋଇପାରେ ବହୁତ ବଡ କ୍ଷତି !

Spread the love

ଚୀନର ବୁହାନ ସହରରୁ ବିସ୍ତାରିତ କୋରନା ଜୀବାଣୁ ଆଜି ସାରା ବିଶ୍ୱରେ ନିଜର ପ୍ରକୋପରେ ତାଣ୍ଡବ ସୃଷ୍ଟି କରିଛି । ଏଥି ସହିତ ବର୍ତ୍ତମାନ ସୁଦ୍ଧା କୋରନା ଜୀବାଣୁରେ ଆକ୍ରାନ୍ତିତ ରୋଗୀଙ୍କ ସଂଖ୍ୟା ବିଶ୍ୱରେ ରେକର୍ଡ ସୃଷ୍ଟି କରିଛି । ବାସ୍ତବରେ ଯଦି, ସମଗ୍ର ବିଶ୍ୱରେ କୋରନା ଜୀବାଣୁ ତଥ୍ୟକୁ ଦେଖିବା ତେବେ ଏହା ୯୦ ଲକ୍ଷରୁ ମଧ୍ୟ ଅଧିକରେ ପହଞ୍ଚିଗଲାଣି । ଯେତେବେଳେ କି ମୃତ୍ୟୁ ସଂଖ୍ୟା ୪,୬୯,୦୦୦ ଅତିକ୍ରମ କରିସାରିଛି । ଏଥି ସହିତ, ବହୁ ମାତ୍ରାରେ ହେଉଥିବା ମୃତ୍ୟୁ ହାର ବୈଜ୍ଞାନିକମାନଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି । ଯଦିଓ ଏହି ମହାମାରୀ ସହ ମୁକାବିଲା କରିବା ପାଇଁ ଅନେକ ଶକ୍ତିଶାଳୀ ଦେଶ ଏହାର ଟୀକା ପ୍ରସ୍ତୁତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କ୍ଲିନିକାଲି ପରୀକ୍ଷଣ ହିଁ ଚାଲୁରହିଛି । ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ, ଏହାର ଟୀକା ପ୍ରସ୍ତୁତ କରିବା ପାଇଁ ପ୍ରାୟ ଏକ ବର୍ଷ ସମୟ ଲାଗିପାରେ ତେବେ ଏହି ପରିସ୍ଥିତିରେ କ୍ଲିନିକାଲି ପରୀକ୍ଷା କିମ୍ବା ପ୍ଲାଜ୍ମା ଥେରାପି ଭଳି ପରୀକ୍ଷଣ ଦ୍ୱାରା ହିଁ ରୋଗୀଙ୍କୁ ସୁସ୍ଥ କରାଯାଇପାରିବ । ଯଦିଓ, ଏହା କୌଣସି ସ୍ଥାୟୀ ସମାଧାନ ନୁହେଁ କିନ୍ତୁ ଯେଉଁ ରୋଗୀଙ୍କର କ୍ଲିନିକାଲି ପରୀକ୍ଷଣ ହୋଇଛି ସେମାନଙ୍କୁ ନିଶ୍ଚିତ ଭାବରେ କିଛି ଆଶ୍ୱସ୍ତି ମିଳୁଛି ।

google

ଅନ୍ୟପକ୍ଷରେ କୋରନା ଜୀବାଣୁର ଟୀକା ପ୍ରସ୍ତୁତ ହେବା ପାଇଁ ବୈଜ୍ଞାନିକମାନେ ଏକ ବର୍ଷ ସମୟ ଲାଗିପାରେ ବୋଲି କହିଛନ୍ତି, କିନ୍ତୁ ଏଥି ମଧ୍ୟରେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଏକ ବଡ ବିବୃତି ଉପସ୍ଥାପନ କରି କହିଛନ୍ତି ଯେ, ଯଦି ଚଳିତ ବର୍ଷ କୋଭିଡ-୧୯ ଟୀକା ପ୍ରସ୍ତୁତ ହୋଇଯାଏ ତେବେ ମଧ୍ୟ ଏହା ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଅଢେଇ ବର୍ଷରୁ ମଧ୍ୟ ଅଧିକ ସମୟ ଲାଗିପାରେ । WHOର ବରିଷ୍ଠ ଦୂତ ଡ଼ଃ.ଡେଭିଡ ନାୱାରୋ ଚେତାବନୀ ଦେଇ କହିଛନ୍ତି ଯେ, ବିଶ୍ୱକୁ କୋରନା ଜୀବାଣୁ ବଡଧରଣରେ ଆଘାତ ପହଞ୍ଚାଇଛି । ବିଶେଷ କରି ଅର୍ଥବ୍ୟବସ୍ଥା ଉପରେ ଏହାର ଅଧିକ ପ୍ରଭାବ ପଡିଛି । ଯଦିଓ, ଏଥି ମଧ୍ୟରୁ ଯଦି ଟୀକା ବାହାରିବାର ଖବର କେଉଁଠାରୁ ମିଳେ ତଥାପି ଏହା ଉପରେ ଧ୍ୟାନ ଦେବାକୁ ହେବ ଯେ, ଅତ୍ୟାଧିକ ଜନସଂଖ୍ୟା ବିଶିଷ୍ଟ ଦେଶରେ ଏହାକୁ ଅଳ୍ପ ସମୟ ମଧ୍ୟରେ କିପରି ଲୋକମାନଙ୍କ ପାଖରେ ପହଞ୍ଚିବ ?

google

ଅନ୍ୟପକ୍ଷରେ ବ୍ରିଟିଶ ଚିକିତ୍ସକ କହିଛନ୍ତି ଯେ, ଯଦି ବର୍ଷର ଶେଷ ସୁଦ୍ଧା ଟୀକା ଆସିଯାଏ ତେବେ ମଧ୍ୟ ଏହାର ସୁରକ୍ଷା ଓ କାର୍ଯ୍ୟକାରିତାକୁ ପରୀକ୍ଷା କରିବା ପାଇଁ କିଛି ସମୟ ଲାଗିବ । ଡେଭିଡଙ୍କ କହିବା ଅନୁଯାୟୀ, ସବୁ ଦେଶ ଟୀକା ଉତ୍ପାଦନ ବ୍ୟବସ୍ଥା ଆରମ୍ଭ କରିବା ଉଚିତ କାରଣ ବହୁଳ ଜନସଂଖ୍ୟା ବିଶିଷ୍ଟ ଦେଶରେ ବିତରଣ କରିବା କଷ୍ଟସାଧ୍ୟ ହୋଇପାରେ ।

google

ଏହା ସହିତ କୋରନା ରୋଗୀଙ୍କ ବ୍ୟବହୃତ ଡେକ୍ସାମିଥାସୋନକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ କହିଛନ୍ତି ଯେ, ଏହାକୁ କେବଳ କ୍ଲିନିକାଲ୍ ତତ୍ତ୍ୱାବଧାନରେ କୋଭିଡ୍ର-୧୯ର ଗମ୍ଭୀର ରୋଗୀମାନଙ୍କ ଉପରେ ବ୍ୟବହାର କରାଯିବା ଉଚିତ୍ । ସେ ଏହା ମଧ୍ୟ କହିଛନ୍ତି ଯେ, ଏହାର କୌଣସି ପ୍ରମାଣ ହୋଇନାହିଁ କି ଏହି ଔଷଧ ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କୁ କୋରନା ଜୀବାଣୁରୁ ମୁକ୍ତ କରିପାରିବ, ବରଂ ଏହା କ୍ଷତି ମଧ୍ୟ ଘଟାଇପାରେ । ଏଭଳି ପରିସ୍ଥିତିରେ ସତର୍କତା ଅବଲମ୍ବନ କରି ବୈଜ୍ଞାନିକମାନେ କୋଭିଡ-୧୯ ଟୀକା ପ୍ରସ୍ତୁତ କରିବା ଜରୁରୀ ଅଟେ ।