ଏହି ଦୁଇ ନାମଧାରୀ ମହିଳାମାନେ ସାରା ଜୀବନ ନିଜ ପତିଙ୍କୁ ନେଇ ଦୁଃଖରେ ରୁହନ୍ତି । ଆପଣ ମଧ୍ୟ ଏହି ସୂଚୀରେ ନାହାଁନ୍ତି । ଆସନ୍ତୁ ଜାଣିବେ ।

Spread the love

ବିବାହର ବନ୍ଧନ ଏହି ଦୁନିଆରେ ଏକ ସୁନ୍ଦର ବନ୍ଧନ ହୋଇଥାଏ । କାରଣ ଜଣେ ଅଜଣା ପୁଅ ଜଣେ ଅଜଣା ଝିଅ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥାଏ ଏବଂ ସାତ ଜନ୍ମ ପାଇଁ ପରସ୍ପରର ସମ୍ପର୍କରେ ଯୋଡି ହୋଇଯାଆନ୍ତି । ଜଣେ ପତି ପତ୍ନୀଙ୍କ ମଧ୍ୟରେ ଏକ ଡୋରି ରହିଛି, ତାହା ହେଉଛି ପ୍ରେମ ଏବଂ ବିଶ୍ୱାସର ବନ୍ଧନ । ଜଣେ ଝିଅ ନିଜ ପରିବାରକୁ ଛାଡି ନିଜ ପତି ସହ ବିବାହ କରିବା ପରେ ପତି ସହ ରହିବାରେ ଲାଗିଥାଏ । ସେହି ଝିଅର ଅନେକ ଆଶଙ୍କା ରହିଥାଏ, ପତି ଠାରୁ ମିଳୁଥିବା ପ୍ରେମ ବିଶ୍ୱାସ ସମ୍ମାନକୁ ଜୀବନ ବିତାଇବା ପାଇଁ ପଡିଥାଏ । ଏହିପରି ଅନେକ ଭାବରେ ଝିଅଟି ନିଜ ପତି ସହ ଯୋଡି ହୋଇ ଜୀବନର ରାସ୍ତାରେ ଚାଲି ଥାଏ । ସମୟର ତାଳେ ତାଳେ ପତିପତ୍ନୀଙ୍କ ସମ୍ପର୍କ ଗଭୀର ହୋଇଯାଇଥାଏ ଏବଂ ପ୍ରେମ ସମ୍ମାନ ଏବଂ ଭାବନା ବଢି ଚାଲିଥାଏ ।

କିନ୍ତୁ କିଛି ପତିପତ୍ନୀଙ୍କ ଜୀବନରେ କ୍ଳେଶ ରହିଥାଏ । କାରଣ ପତି ନିଜ ପତ୍ନୀଙ୍କ ସାଥ ଦେଇନଥାନ୍ତି । ପତି ନିଜ ପତ୍ନୀଙ୍କ କଥା ମାନି ନ ଥାନ୍ତି । ପତ୍ନୀର ଇଛା ପୂର୍ତ୍ତି କରିନଥାନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଆମେ ଦୁଇ ଜଣ ନାମଧାରୀ ବ୍ୟକ୍ତିଙ୍କ ବିଷୟରେ କହିବୁ; ଯେଉଁମାନେ ନିଜ ପତ୍ନୀଙ୍କ ସହ ଜୀବନ ତମାମ ସାଥ ଦେଇନଥାନ୍ତି ।ଅନ୍ୟପକ୍ଷରେ ପତ୍ନୀ ନିଜ ପତିଙ୍କ ଠାରୁ ସୁଖ ପାଇବା ପାଇଁ ଚାହିଁ ବସିଥାନ୍ତି କିନ୍ତୁ ପତି ସେମାନଙ୍କୁ ଦୁଃଖ ଦେଇ ଚାଲିଥାନ୍ତି । ଆସନ୍ତୁ ବିନା କୌଣସି ବିଳମ୍ବରେ ଜାଣିବେ କେଉଁ ଦୁଇଟି ବ୍ୟକ୍ତିଙ୍କ ନାମ ବିଷୟରେ ଆମେ କହିବା ପାଇଁ ଚାହୁଁଛୁ । କେଉଁ ଦୁଇଜଣ ମହିଳାଙ୍କ ଜୀବନରେ ପତିଙ୍କ ସାଥ ମିଳିନଥାଏ ଆସନ୍ତୁ ଜାଣିବେ ।

K ନାମଧାରୀ ମହିଳା :

ଏହି ନାମଧାରୀ ମହିଳା ନିଜ ପତିଙ୍କ ପାଇଁ ପ୍ରେମଭାଵ ରଖିଥାନ୍ତି । ସେମାନଙ୍କ ଠିକ ରୂପେ ଯତ୍ନ ନେଇଥାନ୍ତି ଏବଂ ନିଜ ପତିଙ୍କ ପ୍ରତି ସଜାଗ ହୋଇଥାନ୍ତି । ଏହି ନାମଧାରୀ ମହିଳା ମାନେ ନିଜ ପତିଙ୍କ ପ୍ରତି ସମ୍ବେଦନଶୀଳ ହୋଇଥାନ୍ତି ଏବଂ ସେମାନଙ୍କ ପ୍ରତି ପ୍ରେମଭାବନା ରଖିଥାନ୍ତି ଏବଂ ନିଜର ଭଲ ପାଇବା ଦେଇ ନିଜ ପତିଙ୍କୁ ନିଜର କରିବା ପାଇଁ ଚେଷ୍ଟା କରିଥାନ୍ତି । ଏହି ନାମଧାରୀ ମହିଳା ମାନେ ଚାହିଁଥାନ୍ତି; ସେମାନଙ୍କ ଜୀବନ ସୁଖ ସମୃଦ୍ଧିରେ ଭରି ରହୁ । ସେମାନେ ସର୍ବଦା ଚାହିଁଥାନ୍ତି; ସେମାନଙ୍କ ପତି ସେମାନଙ୍କୁ ପ୍ରେମ ଦିଅନ୍ତୁ । କିନ୍ତୁ ଏହି ମହିଳା ମାନଙ୍କର ଗୋଟିଏ ଖରାପ ଅଭ୍ୟାସ, ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ । ଏହି ନାମଧାରୀ ମହିଲା ମାନେ ଚାହିଁଥାନ୍ତି; ସେମାନଙ୍କ ପତି ସେମାନଙ୍କ ସହ ଜୀବନ ତମାମ ସୁସମ୍ପର୍କ ରଖନ୍ତୁ ଏବଂ ଜୀବନର ପ୍ରତିଟି କଥା ସେମାନଙ୍କୁ ଜଣାନ୍ତୁ । ଆପଣମାନେ ଜାଣିଛନ୍ତି ପ୍ରତିଟି ବ୍ୟକ୍ତି ଅନ୍ୟ ଉପରେ ଏତେ ମଧ୍ୟ ବିଶ୍ୱାସ ରଖିନଥାଏ ଯେ, ପ୍ରତିଟି କଥାକୁ କହି ଦେଇଥାଏ ।

ଏହି କାରଣରୁ ଏହି ନାମଧାରୀ ମହିଳାଙ୍କ ଜୀବନରେ ଏକ ଚିଡିଚିଡା ପଣ ରହିଥାଏ । କାରଣ ଯେତେବେଳେ ସେମାନଙ୍କ ପତି ବିନା କୌଣସି ସୂଚନାରେ କୌଣସି କାର୍ଯ୍ୟ କରିଥାନ୍ତି, ସେହି ସମୟରେ ଏହି ନାମଧାରୀ ମହିଳାମାନେ କ୍ରୋଧ ପ୍ରକାଶ କରିଥାନ୍ତି ଏବଂ ପତିଙ୍କ କଥାରେ ଚିଡି ଯାଇଥାନ୍ତି । ନିଜର ଏହି ସ୍ଵଭାଵ କାରଣରୁ ସର୍ବଦା ହିଁ ନିଜ ପତିଙ୍କ ଠାରୁ ଦୁଃଖୀତ ରହିଥାନ୍ତି ।

P ନାମଧାରୀ ମହିଳା :

ଏହି ନାମଧାରୀ ମହିଳାମାନେ ନିଜ ପତିଙ୍କୁ ବହୁତ ପ୍ରେମ କରିଥାନ୍ତି ଏବଂ ପତିଙ୍କୁ ସୁଖୀ ରଖିବା ପାଇଁ ବହୁତ ଚେଷ୍ଟା କରିଥାନ୍ତି । ଏହି ନାମଧାରୀ ମହିଳାମାନେ ନିଜ ପତିଙ୍କ ପ୍ରତି ସଜାଗ ରହିବା ସହ ସମ୍ବେଦନଶୀଳ ରହି ପତିଙ୍କ ସେବା କରିଥାନ୍ତି । ଏହି ନାମଧାରୀ ମହିଳାମାନେ ନିଜ ପତିଙ୍କୁ ଏତେ ପରିମାଣରେ ପ୍ରେମ କରିଥାନ୍ତି ଯେ, ନିଜ ପତିଙ୍କୁ ଛାଡି ମୁହୂର୍ତ୍ତକ ପାଇଁ ମଧ୍ୟ ରହିପାରନ୍ତି ନାହିଁ । ଏହି ମହିଳାମାନେ ଭାବିଥାନ୍ତି; ପତି ୨୪ ଘଣ୍ଟା ଏମାନଙ୍କ ଆଖପାଖରେ ରୁହନ୍ତୁ, ଏମାନଙ୍କୁ ପ୍ରେମ କରନ୍ତୁ । ପରିବାର ପୋଷଣ କରିବା ପାଇଁ କାମ କରିବାକୁ ପଡିଥାଏ କିନ୍ତୁ ମହିଳାମାନେ ଏହି କଥାକୁ ବୁଝନ୍ତି ନାହିଁ ଏବଂ କ୍ରୋଧରେ ବସି ଯାଇଥାନ୍ତି । ଯାହାଫଳରେ ସେମାନଙ୍କ ଘରେ ଗୃହରେ କ୍ଳେଶ ଲାଗି ରହିଥାଏ ଏବଂ ମହିଳାମାନେ ଚିଡିଚିଡା ସ୍ୱଭାବର ହୋଇ ଯାଇଥାନ୍ତି ଏବଂ ପତିଙ୍କ ସହ ପ୍ରତିଟି କଥାରେ କଳି କରି ବସନ୍ତି ।