ରାତିରେ କ୍ଷୀର ପିଆଇବା ପରେ ପିଲା ପାଖରେ ହି ଶୋଇ ପଡ଼ିଥିଲେ ମହିଳା, ଯେବେ ସକାଳେ ଉଠିକି ପିଲାକୁ ଦେଖିଲେ, ଚେହେରାର ରଙ୍ଗ ଉଡ଼ିଗଲା ।

Spread the love

ଏହି ଘଟଣାଟି ଏକ ଏପରି ମହିଳା ସହ ସମ୍ପୃକ୍ତ, ଯିଏ ଦୁଇ ବର୍ଷ ପୂର୍ବ ନିଜ ୬ ସପ୍ତାହର ଶିଶୁକୁ ହରାଇ ଦେଇଥିଲେ । ସାଉଥେମ୍ପଟନରେ ରହୁଥିବା ୨୦ ବର୍ଷୀୟ ଗାୟିକା ମୋମ୍ ରୋବନ୍ ଲିଚ୍ ଙ୍କ କହିବା ଅନୁଯାୟୀ, ସେ ରାତି ପ୍ରାୟ ୩ଟା ବେଳେ ନିଜ ଶିଶୁକୁ କ୍ଷୀର ପିଆଇଥିଲେ । ଶିଶୁକୁ କ୍ଷୀର ପିଆଇଲା ପରେ ତାଙ୍କର ମୁଣ୍ଡ ବୁଲାଇ ଥିଲା, ତେଣୁ ସେ ପିଲାଟି ପାଖରେ ଶୋଇ ପଡ଼ିଥିଲେ । କିନ୍ତୁ ଯେତେବେଳେ ସେ ସକାଳେ ଉଠିକି ଦେଖିଲେ, ପିଲାଟି ବେହୋସ ଥିଲା । ସେ ପିଲାଟିକୁ ପ୍ରାଥମିକ ଚିକିତ୍ସା ଦେବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ ବିଫଳ ହେଲେ । ସେ ଆମ୍ବୁଲାନ୍ସ ଡାକି ପିଲାଟିକୁ ହସ୍ପିଟାଲ ନେଇଥିଲେ ।

ହସ୍ପିଟାଲରେ ଡାକ୍ତର ପିଲାଟିକୁ ବଞ୍ଚାଇବା ପାଇଁ ବହୁତ ଚେଷ୍ଟା କରିଥିଲେ । କିନ୍ତୁ ପିଲାଟିକୁ ମୃତ ଘୋଷଣା କରିବାକୁ ପଡିଥିଲା । ମହିଳା ନିଜ ଶିଶୁକୁ ମନେ ପକାଇ କହିଥିଲେ ଯେ- “ମୁଁ ତାହା ସହ ୬ ସପ୍ତାହ ବିତାଇଛି, ସେ ସମୟ ବହୁତ ମୂଲ୍ୟବାନ ଥିଲା । ମୁଁ ଆଜି ବି ତାକୁ ବହୁତ ମିସ୍ କରୁଛି ।”

ଡାକ୍ତର ମଧ୍ୟ କହିପାରିଲେ ନାହିଁ କାରଣ :

ହୈଡଲିଙ୍କ ମୃତ୍ୟୁ ପୂର୍ବରୁ କଣ ହୋଇଥିଲା ତା ସହ ? ଏହା ଜାଣିବା ପାଇଁ ବିଞ୍ଚେଷ୍ଟର କୋରେନର କୋର୍ଟରେ ମକଦ୍ଦମା ଚାଲିଲା । କୋର୍ଟରେ କୁହାଗଲା ଯେ, ଯେତେବେଳେ ମହିଳା ପିଲାକୁ କ୍ଷୀର ପିଆଇ, ପିଲାଟି ପାଖରେ ଶୋଇଥିଲେ । ସେ ପିଲା ପ୍ରତି ପିଠି କରି ଶୋଇଥିଲେ । କିନ୍ତୁ ଯେତେବେଳେ ସେ ସକାଳେ ଉଠିଥିଲେ, ପିଲାଟି ତାଙ୍କ ସାମ୍ନାରେ ଥିଲା । ଡାକ୍ତର ମଧ୍ୟ ପିଲାଟି ମରିବାର କାରଣ ନିଶ୍ଚିତ କରି ପାରିନଥିଲେ ।

ଅଧିକାରୀମାନେ ଯେବେ ଏହି ମାମଲାରେ ଯାଞ୍ଚ କରିବା ପାଇଁ ହସ୍ପିଟାଲ ଯାଇ ମୃତ୍ୟୁର କାରଣ ଜାଣିବା ପାଇଁ ଚେଷ୍ଟା କରିଥିଲେ, ସେମାନେ ବିଫଳ ହୋଇଥିଲେ । ଏହା ପରେ କୋର୍ଟ ମହିଳାଙ୍କ ପ୍ରତି ସହାନୁଭୂତି ଜଣାଇ ଓ କହିଥିଲେ ଯେ, ବିନା ପାର୍ଟନର ପିଲାର ଯତ୍ନ ନେବା ସମୟରେ ମହିଳାଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ବର୍ତ୍ତମାନ ରୋବନ୍ ଲିଚ୍ ଏହି ବିଷୟରେ ଲୋକମାନଙ୍କୁ ପ୍ରଚାର କରି ଏହି ବିଷୟରେ ଜଣାଉଛନ୍ତି ଓ ପିଲାଙ୍କୁ ଶୁଆଇଲା ବେଳେ ସାବଧାନ ହେବାକୁ କହୁଛନ୍ତି । କାରଣ ଛୋଟ ଭୁଲରେ ବି ପିଲାଙ୍କ ଜୀବନ ଯାଇପାରେ ।