ଯେକୌଣସି ମହିଳାଙ୍କ ହାତରେ ଏହି ଚିହ୍ନ ଥାଏ; ସେହି ମହିଳାଙ୍କ ବୈବାହିକ ଜୀବନ ସୁଖମୟ ହୋଇଥାଏ ।

Spread the love

ଆପଣ ଏପରି ଅନେକ ଲୋକଙ୍କୁ ଦେଖିଥିବେ କିମ୍ବା ଶୁଣିଥିବେ ଯେ, ସେମାନଙ୍କ ଭାଗ୍ୟ ସେମାନଙ୍କ ହାତର ରେଖାରେ ରହିଥାଏ । ଯେତେବେଳେ ଆପଣ ଜ୍ୟୋତିଷ୍କଙ୍କ ପାଖକୁ ଯାଆନ୍ତି; ତେବେ ଜ୍ୟୋତିଷ୍କ ଆପଣଙ୍କ ହସ୍ତରେଖା ଦେଖି ଆପଣଙ୍କ ଭବିଷ୍ୟତ ବିଷୟରେ କହିଥାନ୍ତି । ଆଜି ଆମେ ଆପଣଙ୍କୁ ହସ୍ତରେଖା ବିଷୟରେ କହିବୁ ।ହସ୍ତରେଖା ଶାସ୍ତ୍ର ଅନୁସାରେ, ଯେଉଁ ଲୋକଙ୍କ ହାତରେ କିଛି ବିଶେଷ ଚିହ୍ନ ରହିଥାଏ; ସେମାନେ ଖୁବ୍ ଭାଗ୍ୟବାନ ହୋଇଥାନ୍ତି । ଆଜି ଆମେ କିଛି ଏପରି ଚିହ୍ନ ବିଷୟରେ କହିବୁ; ଯାହା ଜୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି । ହସ୍ତରେଖା ଅନୁସାରେ କୌଣସି ବ୍ୟକ୍ତିର ଭବିଷ୍ୟତ ବିଷୟରେ ଜଣା ପଡି ପାରିବ ।

ହସ୍ତରେଖା ଅନୁସାରେ ବ୍ୟକ୍ତିର ହାତର ଆକାର, ହାତର ରେଖା ଆଦିକୁ ଅଧ୍ୟୟନ କରି ବ୍ୟକ୍ତିର ଭବିଷ୍ୟତ ବିଷୟରେ ଜଣାପଡି ପାରିବ । ହସ୍ତରେଖା ଶାସ୍ତ୍ରରେ କୁହାଯାଇଛି; ମହିଳା ମାନଙ୍କ ହାତରେ ଏହି ଶୁଭ ଚିହ୍ନ ଥିଲେ; ସେହି ମହିଳା ବହୁତ ଭାଗ୍ୟଶାଳୀ ଅଟନ୍ତି । ଏହା ସହ ସେହି ମହିଳାମାନଙ୍କୁ ଧନ ପ୍ରାପ୍ତି, ସୁଖ ସମ୍ପଦ ଏବଂ ସମ୍ମାନ ମଧ୍ୟ ମିଳିଥାଏ ।

ଏହି ଶୁଭ ଚିହ୍ନ ଖୁବ୍ କମ ମହିଳାଙ୍କ ଠାରେ ଦେଖାଯାଇ ଥାଏ । ହିନ୍ଦୁ ସମାଜ ଅନୁସାରେ; ମହିଳା ମାନଙ୍କୁ ଲକ୍ଷ୍ମୀଙ୍କ ରୂପ ଦିଆଯାଇଛି । ଯେତେବେଳେ ଘରେ ଝିଅ ଜନ୍ମ ହୋଇଥାଏ; ତେବେ କୁହାଯାଏ ଲକ୍ଷ୍ମୀ ଆସିଛନ୍ତି । ବିବାହ ପରେ ବୋହୁ ଘରେ ପ୍ରବେଶ କରିବା ସମୟରେ କୁହାଯାଏ, ଲକ୍ଷ୍ମୀ ପ୍ରବେଶ କରିଛନ୍ତି । ତେଣୁ ଆଜି ଆମେ ମହିଳାଙ୍କ ହସ୍ତରେଖା ବିଷୟରେ କହିବୁ ।

ଆସନ୍ତୁ ଜାଣିବେ :

ଆପଣ ଭାବୁ ଥିବେ ଆମେ କେଉଁ ଚିହ୍ନ ବିଷୟରେ କହିବା ପାଇଁ ଚାହୁଁଛୁ । ତେବେ ଜାଣନ୍ତୁ ଯଦି କୌଣସି ମହିଳାଙ୍କ ହାତରେ ପଦ୍ମ କିମ୍ବା ମାଛ ଆକୃତି ଥାଏ; ତେବେ ସେହି ମହିଳାଙ୍କୁ ଜୀବନରେ ଅନେକ ସୁଖ ସମୃଦ୍ଧି ମିଳିଥାଏ ।

ଏହା ବ୍ୟତୀତ କୌଣସି ମହିଳାଙ୍କ ହାତରେ ରଥ କିମ୍ବା ଧ୍ୱଜ ଚିହ୍ନ ଥାଏ; ତେବେ ମହିଳାଙ୍କ ଜୀବନସାଥୀ ଜଣେ ବଡ଼ ଅଧିକାରୀ ହୋଇଥାନ୍ତି । କୌଣସି ମହିଳାଙ୍କ ଡାହାଣ ହାତରେ ନିକିତି ଏବଂ ବାମ ହାତରେ ହାତୀ କିମ୍ବା ବଳଦର ଚିହ୍ନ ରହିଥାଏ, ତେବେ ସେହି ମହିଳାଙ୍କ ଜୀବନ ସାଥି ଜଣେ ବଡ଼ ବ୍ୟବସାୟୀ ଅଟନ୍ତି ।

ଯଦି କୌଣସି ମହିଳାଙ୍କ ହାତରେ ଶଙ୍ଖ, ଚକ୍ର, ପଦ୍ମର ଚିହ୍ନ ଥାଏ, ତେବେ ସେହି ମହିଳାଙ୍କ ପୁତ୍ର କୌଣସି ବଡ଼ ଅଧିକାରୀ କିମ୍ବା ରାଜକୀୟ ଜୀବନ ବିତାଇଥାନ୍ତି ।

କେବଳ ଏତିକି ହିଁ ନୁହଁ; ଯେଉଁ ମହିଳାଙ୍କ ହାତ ଅଳ୍ପ ଗୋଲାପୀ କିମ୍ବା ଲାଲ ହେବା ସହ ସ୍ୱସ୍ତିକ ଚିହ୍ନ ରହିଥାଏ; ତେବେ ସେହିପରି ମହିଳା ଯେଉଁଠି ମଧ୍ୟ ରୁହନ୍ତି ସେହିଠାରେ ଧନର ଅଭାବ ରହି ନଥାଏ ।

ଯେଉଁ ମହିଳାଙ୍କ ହାତର ମଧ୍ୟ ଭାଗରେ ତ୍ରିଭୁଜ କିମ୍ବା ଧନୁର ଚିହ୍ନ ରହିଥାଏ; ତେବେ ସେହି ମହିଳାଙ୍କୁ ସମସ୍ତ ସୁଖ ମିଳିଥାଏ ଓ ସେ ଖୁବ୍ ଭାଗ୍ୟଶାଳୀ ହୋଇଥାନ୍ତି ।