ଟ୍ରେନରେ ବିନା ଟିକଟରେ ଯାତ୍ରା କରୁଥିଲେ ମହିଳା, ଧରା ପଡିବାରୁ ଏମିତି କିଛି କହିଲେ ଯେ, ଶୁଣିକରି ଆଖିରେ ଲୁହ ଆସିଯିବା….

Spread the love

ବିନା ଟିକଟରେ ଯାତ୍ରା କରିବା ମଧ୍ୟ ଅପରାଧ ଅଟେ । ଯଦି କେହି ଏମିତି କରୁଛନ୍ତି ତେବେ ରେଳ ବିଭାଗର ଅଧିନିୟମ, ୧୯୮୯ ମସିହାରେ ଦଣ୍ଡର ପ୍ରତିବାଧନ କରାଯାଇଛି । ଯଦି କେହି ବ୍ୟକ୍ତି ବା ମହିଳା ବିନା ଟିକଟରେ ଯାତ୍ରା କରୁଛନ୍ତି ତେବେ ତାଙ୍କୁ ଜୋରିମାନା ଦେବାକୁ ପଡିବ ବା ୬ ମାସର ଜେଲ ସହ ସାଥିରେ ଆଉ ୨ଟି ଦଣ୍ଡ ମଧ୍ୟ ଭୋଗିବାକୁ ପଡିବ । ରେଳବିଭାଗର ଏହି କୋଠର ନିୟମ ପରେ ବି, ଦେଶରେ ବିନା ଟିକଟରେ ଯାତ୍ରା କରୁଥିବା ଲୋକ କମ ନାହାନ୍ତି । ଏହାଦ୍ୱାରା ରେଳବିଭାଗକୁ ପ୍ରତିବର୍ଷ ବହୁତ କ୍ଷତି ସହିବାକୁ ପଡୁଛି । ଆଜି ଆମେ ଆପଣଙ୍କ ପାଇଁ ଏକ ଏପରି ହି ଘଟଣା ନେଇକି ଆସିଛୁ ।

ଦେଶରେ ରେଳବିଭାଗର ଅଧିକାରୀ ମାନଙ୍କ ଛବିକୁ ଭଲ ବୋଲି କେହି ମାନୁ ନାହାନ୍ତି । ରେଳରେ ଟିକଟ ଯାଞ୍ଚ ହେଉଥିବା ସମୟରେ ଏକ ମହିଳା ଯାତ୍ରୀ ଅଧିକାରୀଙ୍କୁ କିଛି ଏପରି କଥା କହିଲେ, ଯାହା ଶୁଣି ଅଧକାରୀଙ୍କ ଆଖିରୁ ଲୁହ ଆସିଗଲା ଓ ସେ ଟିକଟ ଯାଞ୍ଚ କରିବା ଭୁଲିଗଲେ । ପଶ୍ଚିମ ରେଳବିଭାଗ ଯାଞ୍ଚ ସମୟରେ, ଯାଞ୍ଚ ଅଧିକାରୀଙ୍କୁ ଏକ ମହିଳା ବିନା ଟିକଟରେ ଯାତ୍ରା କରିବାର ଦେଖିବାକୁ ମିଳିଲେ ଓ ଯେତେବେଳ ସେ ମହିଳାଙ୍କୁ ଟିକଟ ବିଷୟରେ ପଚରାଗଲା ସେ କାନ୍ଦିବାକୁ ଲାଗିଲେ ।

ମହିଳାଙ୍କୁ କାନ୍ଦିବାର ଦେଖି ଟିଟି ତୁରନ୍ତ ଡି.ଆର୍.ଏମ୍ ସାହବଙ୍କୁ ସେଠାକୁ ଡାକିଲେ । ଆସିଲା ପରେ ସାହବ କହିଲେ କାନ୍ଦିବା କୌଣସି ସମସ୍ୟାର ସମାଧାନ ନୁହେଁ ଓ ଟିକଟ କାହିଁକି କରିନାହାନ୍ତି ? ଏହା ପରେ ମହିଳା କାନ୍ଦି କାନ୍ଦି କହିଲେ ଯେ, ସେ ଜାବର ହୁସୈନଙ୍କ ପାଖକୁ ଯାଇଥିଲେ ଓ ତାଙ୍କ ଜିନିଷପତ୍ର ସବୁ ଚୋରି ହୋଇଗଲା । ମହିଳା ଧୀର ସ୍ୱରରେ କହିଲେ ଯେ ଯେବେ ସେ ଦୁଇ ଦିନ ହେଲା କିଛି ଖାଇ ନାହାନ୍ତି, ତେବେ ଟିକଟ କାଟିବା ପାଇଁ ପଇସା କେଉଁଠୁ ଆଣିବେ ।

ଏହା ଶୁଣିବା ପରେ ଡି.ଆର୍.ଏମ୍ ସାହବଙ୍କ ସହିତ ସମସ୍ତଙ୍କ ଆଖିରୁ ଲୁହ ବାହାରିଗଲା ଓ ସମସ୍ତଙ୍କ ମନ ଦୁଖଃ ହୋଇଗଲା । କିଛି ସମୟ ପରେ ଡି.ଆର୍.ଏମ୍ ସାହବ ଆଦେଶ ଦେଲେ ଯେ, ସେହି ମହିଳା ଓ ତାଙ୍କ ପିଲାଙ୍କୁ ପେଟ ପୁରା ଭୋଜନ କରାଯାଉ ଓ ପରେ ସମସ୍ତେ ଇନ୍ଦୋର ପାଇଁ ଟିକଟ ନିଅନ୍ତୁ ଏବଂ ତାଙ୍କୁ ସୁରକ୍ଷିତ ଟ୍ରେନ୍ରରେ ପଠାନ୍ତୁ । ଏହା ଶୁଣିବା ପରେ ସବୁ ଯାତ୍ରୀଙ୍କ ଆଖିରେ ଲୁହ ଆସିଗଲା ଓ ସମସ୍ତେ ସାହବଙ୍କ ପ୍ରଶଂସା ମଧ୍ୟ କରିଲେ ।