ଭୂତ ସହ ମିତ ବସିଥିଲେ ଏହି ମହିଳା: ଅଶରୀରଙ୍କ ସନ୍ତାନର ମା’ ହେବାକୁ ଚାହୁଁଥିଲେ, ହେଲେ…

Spread the love

ଲଣ୍ଡନ,୧୯/୧୦: ଏଇ ଦୁନିଆରେ ଭୂତ ଅଛନ୍ତି କି ନାହିଁ ସେ ନେଇ ସବୁବେଳେ ବାଦ, ବିବାଦ ଓ ଦ୍ବନ୍ଦ୍ବ ଲାଗିରହିଛି। ବିଜ୍ଞାନ ଅନୁଯାୟୀ ଭୂତ, ପ୍ରେତ ଏବଂ ଆତ୍ମା ​​ଭଳି କୌଣସି ଜିନିଷ ନାହିଁ। ଏସବୁ କେବଳ ମନର ଏକ ଭ୍ରମ। ମାତ୍ର ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଏସବୁ ଉପରେ ବିଶ୍ୱାସ କରନ୍ତି। କିନ୍ତୁ ଭୂତ ସହ ପ୍ରେମ କରୁଥିବା ବ୍ୟକ୍ତିଙ୍କ କାହାଣୀ ନିଆରା। ଏହା ଶୁଣିବା ପାଇଁ ଟିକିଏ ଅଜବ ହେଲେ ମଧ୍ୟ ଇଂଲଣ୍ଡରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି।

ଇଂଲଣ୍ଡର ଜଣେ ମହିଳା ନା କେବଳ ଭୂତ ସହ ସମ୍ପର୍କ ରଖିଥିଲେ ବରଂ ତାଙ୍କ ସହ ଛୁଟିରେ ବିଦେଶ ମଧ୍ୟ ଯାଇଥିଲେ। କିନ୍ତୁ ଏହି ମହିଳା ଜଣକ ବର୍ତ୍ତମାନ ଦୀର୍ଘଦିନର ସମ୍ପର୍କକୁ ଭାଙ୍ଗିବାକୁ ଚାହୁଁଛନ୍ତି। ଏମଥିଷ୍ଟ ରିଲମ ନାମକ ଏହି ମହିଳା ଦାବି କରିଛନ୍ତି, ସେ ଏକ ଭୂତ ସହ ସିରିୟସ ରିଲେସନସିପରେ ଅଛନ୍ତି। କିଛିଦିନ ପୂର୍ବରୁ ସେ ଏହା ମଧ୍ୟ କହିଥିଲେ ଯେ ସେ ସେହି ଅଶରୀରଙ୍କ ସନ୍ତାନର ମା’ ହେବାକୁ ମଧ୍ୟ ଚାହୁଁଥିଲେ। କିନ୍ତୁ ଏବେ ଏମଥିଷ୍ଟ ସେମାନଙ୍କ ସମ୍ପର୍କକୁ ଶେଷ କରିବାକୁ ଚାହୁଁଛନ୍ତି।

୨୦୧୮ ମସିହାରେ ଏମଥିଷ୍ଟ ରିଲମ ଏକ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଦାବି କରିଥିଲେ ଯେ, ସେ ଗତ କିଛିବର୍ଷ ଧରି ଭୂତ ସହ ସମ୍ପର୍କରେ ରହିଛନ୍ତି। ସେ ଭୂତ ସହ ରୋମାଣ୍ଟିକ୍ ସମ୍ପର୍କ ମଧ୍ୟ ସ୍ଥାପନ କରିଛନ୍ତି। କିନ୍ତୁ ଏବେ ଏମଥିଷ୍ଟ ପ୍ରକାଶ କରିଛନ୍ତି, ତାଙ୍କର ଏବଂ ଭୂତର ବିବାହ ହେବ ନାହିଁ। କାରଣ ଏବେ ଏହି ସମ୍ପର୍କ ସମାପ୍ତ ହୋଇଛି। ଏମଥିଷ୍ଟ କହିଛନ୍ତି ଯେ “ଆମେ ଦୁହେଁ ଛୁଟିରେ ଥାଇଲ୍ୟାଣ୍ଡ ଯାଇଥିଲୁ। କିନ୍ତୁ ଛୁଟି କଟାଇ ଫେରିବା ପରେ ଭୂତର ଆଚରଣ ସମ୍ପୂର୍ଣ୍ଣ ବଦଳିଯାଇଥିଲା।” ତାଙ୍କର ସେହି ଅଶରୀର ପ୍ରେମିକ ଅନ୍ୟ କାହାକୁ ଭଲ ପାଉଥିବା ଏମଥିଷ୍ଟ ସନ୍ଦେହ କରିଛନ୍ତି।

ଭୂତ ସହ ପ୍ରେମ ଦାବି କରୁଥିବା ଏମଥିଷ୍ଟ ରିଲମ କହିଥିଲେ, ସେ ଭଲ ପାଉଥିବା ଭୂତ ତାଙ୍କ ଘରକୁ ଆହୁରି ଅନେକ ଆତ୍ମା ​​ଆଣିଥିଲେ ଏବଂ ସେମାନେ ସେଠାରେ ଅନେକ ଦିନ ରହିଥିଲେ। ରିଲମ ଆହୁରି ମଧ୍ୟ କହିଛନ୍ତି ସେମାନେ ସମସ୍ତେ ଡ୍ରଗ୍ସ ନେଉଥିଲେ ଏବଂ ପାର୍ଟି କରୁଥିଲେ। ସେ ଘରକୁ ଆଣିଥିବା ଆତ୍ମାମାନେ ଅଜବ ଶବ୍ଦ କରୁଥିଲେ। ଏପରି ପରିସ୍ଥିତିରେ ସେ ମଧ୍ୟ ଏକା ରହିବାକୁ ସ୍ଥିର କରି ଏହି ସମ୍ପର୍କର ସମାପ୍ତ କରିଥିବା ପ୍ରକାଶ କରିଛନ୍ତି।