୨୭ ବର୍ଷ କୋମାରେ ରହିଥିବା ଏହି ମହିଳା ଜଣକ, “ଏହି କଥା ଶୁଣିବା ପରେ ମହିଳାଙ୍କ ହୋସ୍ ଫେରି ଆସିଥିଲା ।”

Spread the love

ମାଆ ଛୁଆଙ୍କ ସମ୍ପର୍କ ଦୁନିଆରେ ଭିନ୍ନ ହୋଇଥାଏ । ଜଣେ ମାଆଙ୍କୁ ନିଜ ସନ୍ତାନ ପ୍ରତି ଯେତେ ପରିମାଣରେ ଭଲ ପାଇବା ରହିଥାଏ, ସେହି ପରିମାଣର ଭଲ ପାଇବା ଅନ୍ୟ କୌଣସି ବ୍ୟକ୍ତି ଦେଇପାରିବେ ନାହିଁ । ମାଆ ଏବଂ ପୁଅର ଭଲ ପାଇବାର ଏକ ଉଦାହରଣ ଆପଣ ଏହି ଘଟଣା ପଡିବ ପରେ ଜାଣି ପାରିବେ । ଘଟଣାଟି ସଂଯୁକ୍ତ ଆରବର ଅମିରାତର ଅଟେ । ବିଗତ ୨୭ ବର୍ଷ କୋମାରେ ରହିଥିବା ଏକ ମହିଳା ନିଜର ପୁଅଙ୍କ ସ୍ଵର ଶୁଣି କୋମାରୁ ଫେରି ଆସିଛନ୍ତି । ଏହି ଘଟଣା ହୋଇଥାଇ ପାରେ ଆପଣଙ୍କୁ ଚଳଚିତ୍ର ପରଦାର କୌଣସି ଛବି (ସିନ୍) ପରି ଲାଗିପାରେ କିନ୍ତୁ ଏହା ଏକ ସତ୍ୟ ଘଟଣା ଅଟେ । UAEର ଜଣେ ମହିଳା ମୁନିରା ଅବଦୁଲ୍ଲା ୨୭ ବର୍ଷ ପୂର୍ବେ ନିଜର କାର୍ ମାଧ୍ୟମରେ ଯାଉଥିଲେ, ସେହି ସମୟରେ ଏକ ସ୍କୁଲ ବସ୍ ସହ ତାଙ୍କର ଏକ ଭୟାବହ ଦୁର୍ଘଟଣା ଘଟିଥିଲା ।

ଦୁର୍ଘଟଣା ସମୟରେ ମହିଳାଙ୍କ ପୁଅ ମହିଳାଙ୍କ ସହ ଉପସ୍ଥିତ ଥିଲେ । ସେହି ସମୟରେ ମହିଳାଙ୍କ ପୁଅର ବୟସ ୪ ବର୍ଷ ହୋଇଥିଲା । ପୁଅଟିକୁ ବିଶେଷ କିଛି ଆଘାତ ଲାଗିନଥିଲା କିନ୍ତୁ ମହିଳା ଜଣଙ୍କ ଗମ୍ଭୀର ରୂପରେ ଆଘାତ ପାଇଥିଲେ । କହିବା ପାଇଁ ଚାହୁଞ୍ଚୁ, ୧୯୯୧ ମସିହାରେ ମୁନିରାଙ୍କ ଦୁର୍ଘଟଣା ହୋଇଥିଲା । ଏହା ପରେ ସେ ଡାକ୍ତରଖାନାରେ ରହି ଆସୁଥିଲେ । ଲମ୍ବା ସମୟ ପର୍ଯ୍ୟନ୍ତ ଚିକିତ୍ସା ଚାଲିଥିଲେ ମଧ୍ୟ ପରିସ୍ଥିତିରେ କୌଣସି ପରିବର୍ତ୍ତନ ଦେଖାଯାଇ ନ ଥିଲା । ପରେ ପରିବାର ଲୋକେ ମହିଳାଙ୍କୁ ଲଣ୍ଡନ ନେଇ ଚାଲି ଯାଇଥିଲେ । ସେଠାରେ ମଧ୍ୟ ବହୁ ମାସ ପର୍ଯ୍ୟନ୍ତ ଚିକିତ୍ସା ଚାଲିଥିଲା କିନ୍ତୁ କୌଣସି ପରିବର୍ତ୍ତନ ଦେଖା ଯାଇ ନଥିଲା । ପରେ ପରିବାର ଲୋକେ ତାଙ୍କୁ ଫେରାଇ ଆଣିଥିଲେ ।

୨୦୧୭ରେ ମହିଳାଙ୍କ ପରିବାରକୁ କ୍ରାଉନ ପ୍ରିନ୍ସ କୋର୍ଟ ତରଫରୁ ଜର୍ମାନୀ ପଠାଇ ଦିଆଯାଇଥିଲା । ଜର୍ମାନୀରେ ମହିଳାଙ୍କ ଅନେକ ସର୍ଜରୀ ହୋଇଥିଲା । ଏହାର ଏକ ବର୍ଷ ପରେ ଦିନେ ଡାକ୍ତରଖାନାରେ ମହିଳାଙ୍କ ପୁଅଙ୍କ କୌଣସି ବ୍ୟକ୍ତିଙ୍କ ସହ ଝଗଡା ହୋଇଥିଲା । ଏହି ସମୟରେ ମହିଳା ଜଣଙ୍କୁ ହୋସ ଆସି ଯାଇଥିଲା । ଉମର କହିଛନ୍ତି ମାଙ୍କୁ ଲାଗିଥିଲା, “ମୁଁ କୌଣସି ବିପଦରେ ଅଛି, ତେଣୁ ମାଆ କୋମାରୁ ଫେରି ଆସିଥିଲେ ।”

ପ୍ରଥମେ ଡାକ୍ତରଙ୍କୁ ବିଶ୍ବାସ ହୋଇନଥିଲା କିନ୍ତୁ ପରେ ତିନି ଦିନ ପରେ ମହିଳା ସର୍ବ ପ୍ରଥମେ ନିଜର ପୁଅର ନାମ ଡ଼ାକିଥିଲେ । ଏହା ପରେ ମହିଳା ଧୀରେ ଧୀରେ ଠିକ୍ ହେବାରେ ଲାଗିଥିଲେ । ବର୍ତ୍ତମାନ ମଧ୍ୟ ମହିଳାଙ୍କୁ ଚିକିତ୍ସା ଦରକାର ପଡୁଛି କିନ୍ତୁ ସେ ବର୍ତ୍ତମାନ ଟିକେ ନିକ୍ଷେ କଥା ହୋଇ ପାରୁଛନ୍ତି ।