ମହିଳା ଜଣକ ଏହି ସ୍ଥାନରେ ଲୁଚାଇ ରଖିଥିଲେ ସୁନା । ଚେନ୍ନାଇ ଏୟାର ପୋର୍ଟ କଷ୍ଟମ ଅଧିକାରୀ ଏହିପରି ସୁନା ଉଦ୍ଧାର କରିଥିଲେ ।

Spread the love

ଚେନ୍ନାଇ ବିମାନ ବନ୍ଦରରେ କଷ୍ଟମ ଅଧିକାରୀଙ୍କ ଆଖିରେ ଧୂଳି ଦେଇ ଖସି ଚାଲିଯିବାକୁ ଚେଷ୍ଟା କରୁଥିବା ମହିଳା ଜଣକ ସଫଳ ହୋଇପାରିଲେ ନାହିଁ । ଶେଷରେ ଅଧିକାରୀଙ୍କ ନଜରରେ ଧରା ପଡିଯାଇ ଥିଲେ ।

29 ମାର୍ଚ୍ଚ 2019 ଦିନର କଥା, ଜଣେ ମହିଳା ବିଦେଶରୁ ଭାରତ ଫେରୁଥିଲେ । ଥାଇଲାଣ୍ଡ ଅଧିବାସୀ କ୍ରାୟସାନର ଥାମପ୍ରାକୋପ ନାମକ ମହିଳାଙ୍କୁ କଷ୍ଟମ ଅଧିକାରୀମାନେ ଗିରଫ କରି ନେଇଛନ୍ତି । ଏହି ମହିଳା ଜଣକ ଚତୁରତାର ସହ ଦେଢ କିଲୋ ସୁନା ଚୋରାରେ ଆଣୁଥିଲେ । ଚେନ୍ନାଇ ବିମାନ ବନ୍ଦରରେ ମହିଳା ଜଣକ ପହଂଚିବା ପରେ ଅଫିସରଙ୍କ ଆଖିରେ ଧୁଳି ଦେଇ ଖସି ଯିବାକୁ ଚେଷ୍ଟା କରୁଥିଲେ । କିନ୍ତୁ ପାର୍କିଂ ସ୍ଥଳରେ ଯେତେବେଳେ ସୀମାଶୁଳ୍କ ଅଧିକାରୀମାନେ କ୍ରାୟସଁନଙ୍କୁ ଅଟକାଇଲେ, ତାଙ୍କରି ଚେତା ହଜି ଯାଇଥିଲା । ପ୍ରଥମେ ସେ ଅଧିକାରୀଙ୍କୁ ଚତୁରତା ଦେଖାଇଲେ, କିନ୍ତୁ ଯେତେବେଳେ କ୍ରାୟସଁନଙ୍କୁ ତଲାସୀ କରାଗଲା ଅଫିସରଙ୍କ ଚେତା ଉଡ଼ି ଯାଇଥିଲା ।

କ୍ରାୟସଁନ ନିଜ ଅନ୍ତବସ୍ତ୍ର (ବ୍ରା) ଭିତରେ ଦେଢ କିଲୋ ସୁନା ଲୁଚାଇ ରଖିଥିଲେ । ଅଧିକାରୀମାନେ ମହିଳାଙ୍କ ଠାରୁ ବାହାର କରିଥିବା ସୁନାର ମୁଲ୍ୟ ପ୍ରାୟ 47 ଲକ୍ଷ ଟଙ୍କା । ଏହା ସହିତ କ୍ରାୟସଁନ ଯାହାଙ୍କ ପାଇଁ ସୁନା ଆଣିଥିଲେ ତାଙ୍କୁ ମଧ୍ୟ ଗିରଫ କରାଯାଇଛି ।

କ୍ରାୟସଁନ ଚଣ୍ଡିଗଡ଼ରେ ରହୁଥିବା ତବଲିନ କାଶ୍ୟପଙ୍କ ପାଇଁ ସୁନା ନେଇଆସୁ ଥିଲେ । ସୂଚନା ଅନୁସାରେ, ତବଲିନ ଚଣ୍ଡୀଗଡ଼ ବାସିନ୍ଦା ଅଟେ । ବର୍ତ୍ତମାନ କଷ୍ଟମ ଅଫିସର ଯାଞ୍ଚ କରୁଛନ୍ତି; ଏହି ଦୁଇ ଜଣ ସୁନା ଚୋର କାରବାରରେ ଲିପ୍ତ ଅଛନ୍ତି କି ନାହିଁ ? ବେଙ୍କକରେ ରହୁଥିବା ତବଲିନଙ୍କ ବାନ୍ଧବୀ ଏହି ସୁନା କ୍ରାୟସଁନକୁ ଦେଇଥିଲେ, ତବଲିନକୁ ଦେବା ପାଇଁ ।

ମିଡ଼ିଆ ଖବର ଅନୁସାରେ, ଏୟାର ପୋର୍ଟ କଷ୍ଟମ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ବେଙ୍କକରେ ରହୁଥିବା ତଵଲିନଙ୍କ ବାନ୍ଧବୀ ସ୍ୱପ୍ନା ଏହି ସୁନା କ୍ରାୟସଁନଙ୍କୁ ଦେଇଥିଲେ ତଲବୀନକୁ ଦେବା ପାଇଁ । ସ୍ଵପ୍ନା ମଧ୍ୟ ତବଲିନଙ୍କ ଫୋଟୋ କ୍ରାୟସଁନକୁ ଦେଇଛି ଯାହା ଦ୍ୱାରା ସେ ସୁନା ହସ୍ତାନ୍ତର କରିପାରିବେ । ଏହାପରେ ଦୁହେଁ ମିଶି ଦିଲ୍ଲୀ ଯିବାର ଥିଲା । ଦୁହେଁ ପ୍ରଥମ ଥର ପାଇଁ ଚେନ୍ନାଇରେ ମିଶିବା ପାଇଁ ଯାଉଥିଲେ ।

ବର୍ତ୍ତମାନ କଷ୍ଟମ ବିଭାଗର ଗୋଟାଏ କାମ ହେଲା, ଏହି ଥାଇଲାଣ୍ଡ ଅଧିବାସି ଜଣକ ପ୍ରଥମଥର ପାଇଁ ଚୋରିରେ ଲିପ୍ତ ନା ପୂର୍ବରୁ ମଧ୍ୟ ଏହିପରି କାର୍ଯ୍ୟ କରି ଆସୁଛନ୍ତି ଏହା ଯାଞ୍ଚ କରିବା । କଷ୍ଟମ ଅଫିସର ଏହା ବି ଜାଣିବାକୁ ପାଇଲେ ଯେ, ତଵଲିନ ବେଙ୍କକ ଯିବାଆସିବା କରୁଥିଲେ । ବେଳେବେଳେ ଉପହାର ନେଇ ଆସୁଥିଲେ ।ମହିଳା ଜଣକ ନିଜ କାର୍ଯ୍ୟରେ ସଫଳ ହେବା ପୂର୍ବରୁ ହିଁ କଷ୍ଟମ ଅଧିକାରୀଙ୍କ ହାତରେ ଧରା ପଡିଗଲେ ।