ବୁଦ୍ଧିମାନ ବ୍ୟକ୍ତି ସେହିମାନେ ଯେଉଁମାନେ ଏହି ୩ଟି କଥା ଗୁପ୍ତ ରଖନ୍ତି । ପ୍ରତିଟି ପୁରୁଷଙ୍କ ପାଇଁ ଜରୁରୀ ଅଟେ ଏହି ଖବର ।

Spread the love

ଆମେ ସମସ୍ତେ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଗୁଡିକ ବିଷୟରେ ବହୁତ କିଛି ଶୁଣିଥିବା ଏବଂ ପଢିଥିବା । ସେ ଜଣେ ବିଦ୍ୱାନ ପଣ୍ଡିତ ଥିଲେ ଏବଂ ଦରବାରରେ ନିଜ ରାଜାଙ୍କୁ ଭଲ ଭଲ ନୀତି ସବୁ ଶୁଣାଉଥିଲେ ଏବଂ ରାଜାଙ୍କ ମାର୍ଗଦର୍ଶନ ମଧ୍ୟ କରାଉଥିଲେ । ଚାଣକ୍ୟ ନିଜ ଗ୍ରନ୍ଥରେ ଅନେକ ନୀତି ଲେଖିଛନ୍ତି; ସେହି ନୀତି ଗୁଡିକୁ ମାନି ଚାଲିଲେ ଲୋକଙ୍କ ଜୀବନରେ ସମସ୍ୟା ଆସି ନ ଥାଏ । ଜୀବନ ସରସ, ସୁନ୍ଦର କରିବା ପାଇଁ ସେ ଅନେକ ଗୁଡିଏ ନୀତିର ବର୍ଣନା କରିଛନ୍ତି କିନ୍ତୁ ଏହିପରି କେତେଗୁଡିଏ ନୀତି ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିଶାସ୍ତ୍ରରେ ଉଲ୍ଲେଖ କରିଛନ୍ତି ଯାହା କେବଳ ପୁରୁଷ ମାନଙ୍କ ପାଇଁ ପ୍ରଯୁର୍ଯ୍ୟ ଅଟେ । ସେହି ନୀତିଗୁଡିକ ମଧ୍ୟରୁ ଏହି ନୀତି ଅନ୍ୟତମ ଅଟେ, ଯାହା ଜଣେ ବୁଦ୍ଧିମାନ ବ୍ୟକ୍ତି ସର୍ବଦା ଏହି ତିନୋଟି କଥାକୁ ଅନ୍ୟମାନଙ୍କ ଠାରୁ ଗୁପ୍ତ ରଖିଥାଏ । ଏହି ନୀତି ଗୁଡିକ ଅନୁସରଣ କରି ପୁରୁଷମାନେ ନିଜ ଜୀବନରେ ଅତିବାହିତ କରିବା ଉଚିତ୍ ଯାହାଫଳରେ ଜୀବନରେ କୌଣସି ପ୍ରକାରର ସମସ୍ୟା ସୃଷ୍ଟି ହୋଇନଥାଏ ଏବଂ ବ୍ୟକ୍ତି କୌଣସି ମଧ୍ୟ ପରିସ୍ଥିତିରେ ମଧ୍ୟ ଅନ୍ୟ ସାମ୍ନାରେ ମୁଣ୍ଡ ତଳକୁ କରିନଥାଏ । ବ୍ୟକ୍ତି ସର୍ବଦା ଜୀବନରେ ସଫଳତାର ସିଡ଼ି ଚଢି ଚାଲିଥାଏ ।

ବୁଦ୍ଧିମାନ ବ୍ୟକ୍ତି ସର୍ବଦା ଏହି ତିନୋଟି କଥାକୁ ଗୁପ୍ତ ରଖିଥାଏ :

ପୁରୁଷ ଯେତେ ଦୁର୍ବଳ ହେଉ ନା କାହିଁକି ବ୍ୟକ୍ତିକୁ କଦାପି ଅନ୍ୟ ସାମ୍ନାରେ ନିଜର ଦୁର୍ବଳତା ପ୍ରକାଶ କରିବା ଉଚିତ୍ ନୁହେଁ । ଆଜିର ଏହି ଅନୁଛେଦଟି ପ୍ରତି ପୁରୁଷଙ୍କ ପାଇଁ । ଯଦି କୌଣସି ପୁରୁଷ ନିଜ ଜୀବନରେ ଏହି ୩ଟି କଥାକୁ ସମସ୍ତଙ୍କ ପାଖରେ ଗୁପ୍ତ ରଖେ, ତେବେ ସେହି ବ୍ୟକ୍ତି ଶାରୀରିକ ଏବଂ ମାନସିକ ରୂପରେ ଦୁର୍ବଳ ହେବ ନାହିଁ ବରଂ ବୁଦ୍ଧିମାନ ପୁରୁଷଙ୍କ ସହ ଗଣତି କରାଯିବ । ଆସନ୍ତୁ ଜାଣିବେ କେଉଁ ୩ଟି କଥା ବିଷୟରେ କହିବା ପାଇଁ ଚାହୁଁଛୁ ।

୧. ସ୍ତ୍ରୀର ଚରିତ୍ର ଲୁଚାଇବା ଉଚିତ୍ :

ନିଜ ପତ୍ନୀଙ୍କ ଚରିତ୍ର ଯେଉଁଭଳି ହେଉ ନା କାହିଁକି କିନ୍ତୁ ସର୍ବଦା ପତ୍ନୀର ଚରିତ୍ର ବିଷୟରେ ଅନ୍ୟ ସାମ୍ନାରେ ପ୍ରକାଶ କରିବା ଉଚିତ୍ ନୁହେଁ । ଯଦି ଆପଣ ନିଜ ପତ୍ନୀଙ୍କ ସହ ସୁଖୀ ଜୀବନ ବିତାଇବା ପାଇଁ ଚାହାଁନ୍ତି; ତେବେ ନିଜ ପତ୍ନୀଙ୍କ ଭଲ କିମ୍ବା ଖରାପ ଚରିତ୍ର ବିଷୟରେ ଅନ୍ୟ ସାମ୍ନାରେ ପ୍ରକାଶ କରନ୍ତୁ ନାହିଁ ଏବଂ ପତ୍ନୀଙ୍କ ସହ ଭଲ ରୂପରେ ଜୀବନ ଅତିବାହିତ କରନ୍ତୁ । ଯଦି ପତ୍ନୀଙ୍କ ଚରିତ୍ର ଖରାପ ହୋଇଥାଏ, ନିଜେ ତାଙ୍କର ଚରିତ୍ରକୁ ସୁଧାରିବା ପାଇଁ ଚେଷ୍ଟା କରନ୍ତୁ କିନ୍ତୁ ଭୁଲରେ ମଧ୍ୟ କାହାରି ସାମ୍ନାରେ ତାଙ୍କର ଚରିତ୍ରର ଚର୍ଚ୍ଚା କରନ୍ତୁ ନାହିଁ ।

୨. ନିଜର ଉପାର୍ଜନ ବିଷୟରେ କାହାରିକୁ ଜଣାନ୍ତୁ ନାହିଁ :

ଯେଉଁଭଳି ଜଣେ ମହିଳାଙ୍କ ବୟସ ପଚାରା ଯାଇନଥାଏ, ଠିକ ସେହିଭଳି ପୁରୁଷଙ୍କ ଆୟ ବିଷୟରେ ପୁରୁଷଙ୍କୁ ପଚାରା ଯାଇନଥାଏ । ହୋଇଥାଇ ପାରେ ସେ କମ ଉପାର୍ଜନ କରନ୍ତୁ କିମ୍ବା ଅଧିକ ! କିନ୍ତୁ ଆପଣଙ୍କୁ ନିଜର ଉପାର୍ଜନ ବିଷୟରେ କାହାରିକୁ ଜଣାଇବା ଉଚିତ୍ ନୁହେଁ । ଆପଣଙ୍କୁ ଅନେକ ସମସ୍ୟା ଭୋଗିବା ପାଇଁ ପଡିପାରେ ।

୩. ବ୍ୟବସାୟରେ କ୍ଷତି ବିଷୟରେ କାହାରିକୁ ଜଣାଇବା ଉଚିତ୍ ନୁହେଁ :

ଯଦି ଆପଣ ନିଜ ବ୍ୟବସାୟରେ କୌଣସି ପ୍ରକାରର କ୍ଷତି ସହ୍ୟ କରୁଛନ୍ତି; ତେବେ କଦାପି ଏହି ବିଷୟରେ ଅନ୍ୟ ସାମ୍ନାରେ ପ୍ରକାଶ କରିବା ଉଚିତ୍ ନୁହେଁ । ବ୍ୟବସାୟରେ କ୍ଷତି ହେଲେ କଦାପି ନିଜ ସମ୍ପର୍କୀୟ କିମ୍ବା ନିଜ ବନ୍ଧୁଙ୍କୁ କହିବା ଉଚିତ୍ ନୁହେଁ । ଯଦି ଆପଣ ଏହି ବିଷୟରେ ସମ୍ପର୍କୀୟ କିମ୍ବା ବନ୍ଧୁଙ୍କୁ ଜଣାନ୍ତି; ତେବେ ସେମାନେ ଭବିଷ୍ୟତରେ ଆପଣଙ୍କୁ ସାହାଯ୍ୟ କରିବେ ନାହିଁ ।