କମିବ ଶୀତ ବଢିବ ତାତି…ଅସ୍ତବ୍ୟସ୍ତ କରିବ ଘନ କୁହୁଡ଼ି

winter

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ରାତିରେ ଶୀତ ଦିନରେ ପ୍ରଚଣ୍ଡ ଖରା । ରାତିରେ ପ୍ରବଳ ଶୀତ ଆଉ ଦିନରେ ପ୍ରଚଣ୍ଡ ଖରା , ଗୁଳୁଗୁଳି ହୋଇ ପଡୁଛି ଜନ ଜୀବନ । ଗତକାଲି ରାତିରେ କନ୍ଧମାଳ, ଝାରସୁଗୁଡା, ଓ ସୁନ୍ଦରଗଡ଼ ଜିଲ୍ଲାରେ ଶୀତର ଲହରୀ ପ୍ରଭାବିତ ହୋଇଥିଲା । ସେଠାରେ ଦିନର ତାପମାତ୍ରା ଅଧିକ ରହିଥିବା ସହ ଟାଣ ଖରା ବି ହୋଇଛି । ରାଜ୍ୟର ସର୍ବନିମ୍ନ ତାପମାତ୍ରା ଜିଉଦୟଗିରି ରେ ୩.୫ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀରେ ୬ ଡିଗ୍ରୀ ରହିଥିଲା ।

ସେହିଭଳି ଭୁବନେଶ୍ଵରରେ ରାତିର ତାପମାତ୍ରା ୧୪ ଡିଗ୍ରୀ ଥିବା ବେଳେ କଟକରେ ଥିଲା ୧୪.୮ ଡିଗ୍ରୀ । ଆଉ ଏପଟେ ଆଜି ରାତିରୁ ରାଜ୍ୟର ପାରଦ ସ୍ତରରେ ବୃନ୍ଧି ଦେଖାଯିବ । ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବ୍ରୁନ୍ଧି ପାଇବ । ଫଳରେ ରାଜ୍ୟରେ ଧୀରେ ଧୀରେ ଶୀତ କମିବ । ଖାଲି ଶୀତ କମିବନି ଖରା ବି ହେବ ଗୁଳୁଗୁଳି ହେବ ।

Winter

ଆସନ୍ତାକାଲି ସକାଳୁ ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗସିଂହପୁର ଓ କଟକ ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡିପାରେ । ୮ତାରିଖ ଆଡକୁ କୁହୁଡିର ତାପମାତ୍ରା ବି ବଢିବ। ସମଗ୍ର ଉପକୂଳ ସମେତ ସଲଗ୍ନ ଅଞ୍ଚଳ ଗୁଡିକରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ ପକ୍ଷରୁ ସୂଚନା ମିଳିଛି । ଆସନ୍ତାକାଲି ରାଜଧାନୀ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ପାଗ ଖରାଟିଆ ରହିବ ।

କାଲି ତ ପାଗ ଖରାଟିଆ ରହିବ । ଆଜି ବି ପାଗ ଖରାଟିଆ ରହିବ । ଦିନରେ ଟାଣ ଖରା ହେବ । ଦିନରେ ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରୀ ଓ ରାତିରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ମଧ୍ୟରେ ରହିବ ବୋଲି ପୂର୍ବାନୁମାନ କରିଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବିଶେଷଜ୍ଞ ମାନେ ।

ତେବେ ସବୁଠାରୁ ବଡ କଥା ହେଉଛି ରାଜ୍ୟରେ କିଛିଦିନ ହେବ କୁହୁଡ଼ି ଦେଖିବାକୁ ମିଳୁନଥିବା ବେଳେ ୮ ତାରିଖରୁ କୁହୁଡ଼ି ପଡିବ । କୁହୁଡ଼ିର ମାତ୍ରା ଅଧିକ ରହିବ । ଆଉ ଠିକ୍ ସେତିକି ବେଳେ ଯାତାୟାତ ସମୟରେ ସତର୍କତାର ସହ ଯାତାୟାତ କରିବାର ଆବଶ୍ୟକତା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *