ସମ୍ପର୍କୀୟଙ୍କୁ ଭେଟିବା ବାହାନାରେ ଘରୁ ବାହାରି ଯାଉଥିଲା ପତ୍ନୀ, ଦିନେ ସ୍ୱାମୀ ପିଛା କରିବାରୁ ଜଣାପଡିଲା ଯେ…..

Spread the love

ମହିଳା ସମ୍ପର୍କୀୟଙ୍କୁ ଭେଟିବା ପାଇଁ ଯାଉଛି କହି ସବୁଦିନେ ଘରୁ ବାହାରି ଯାଉଥିଲା କିନ୍ତୁ ସତ୍ୟତା ଜାଣିବା ପରେ ସ୍ଵାମୀ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ…

ପ୍ରେମ ! ଲୋକଙ୍କୁ କଣ ବା ନ କରି ଦେଉଛି । ପ୍ରେମରେ ଏତେ ଶକ୍ତି ଥାଏ ଯେ, ଖରାପ ଲୋକଙ୍କୁ ଭଲ ଓ ଭଲ ଲୋକଙ୍କୁ ଶଇତାନ ମଧ୍ୟ କରିଦିଏ । ପ୍ରେମ ଦୁଇଟି ହୃଦୟର ଏକ ପବିତ୍ର ବନ୍ଧନ ଅଟେ । କିନ୍ତୁ ଯେବେ ଏହି ପ୍ରେମ ପାଗଳାମିରେ ପରିବର୍ତ୍ତିତ ହୁଏ, ତେବେ ଲୋକ ଖରାପ କାମ କରିବାକୁ ମଧ୍ୟ ପଛଘୁଞ୍ଚା ଦିଅନ୍ତି ନାହିଁ । ପଞ୍ଜାବରେ ଏମିତି ଏକ ଘଟଣା ସମ୍ମୁଖକୁ ଆସିଛି; ଯାହାକୁ ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏଠାରେ ଜଣେ ପତ୍ନୀ ତା’ର ସ୍ୱାମୀକୁ ବହୁତ ବର୍ଷ ଧରି ଛଳନା କରି ଆସୁଥିଲା, ଯାହାର ସୂଚନା ଏବେ ମିଳିଛି । ଯେହେତୁ, ପତ୍ନୀ ସବୁଦିନ ତା’ର ସମ୍ପର୍କୀୟମାନଙ୍କ ସହ ଦେଖା କରିବାକୁ ଯାଉଛି, କହି ଘରୁ ବାହାରି ଯାଉଥିଲା । ସ୍ୱାମୀ ମଧ୍ୟ ତା’ କଥାକୁ ମାନି ନେଉଥିଲା । କିନ୍ତୁ ହଠାତ୍ ଦିନେ ସ୍ୱାମୀଙ୍କୁ ନିଜ ପତ୍ନୀଙ୍କ ଉପରେ ସନ୍ଦେହ ହେଲା ଓ ସେ ତା’ପତ୍ନୀର ପିଛା କରିବି ବୋଲି ଭାବିଲା । ଏହା ପରେ ଯେଉଁ ସତ ସମ୍ମୁଖକୁ ଆସିଲା, ତାହା ଜାଣିବା ପରେ ସ୍ଵାମୀକୁ ଅତ୍ୟନ୍ତ ଦୁଃଖ ଲାଗିଲା । କଣ ଅଛି ପୂରା ମାମଲା ଚାଲନ୍ତୁ ଜାଣିବା ।

ଏହି ମାମଲା ହେଉଛି ନୱା ସହରର :

ମିଡିଆ ରିପୋର୍ଟ ଅନୁଯାୟୀ, ଏହି ମାମଲାଟି ପଞ୍ଜାବର ନୱା ସହରର ଅଟେ । ଏଠାରେ ଜଣେ ମହିଳା ନିଜ ସ୍ୱାମୀ ଓ ଦୁଇଟି ଶିଶୁଙ୍କ ସହ ରହୁଥିଲେ । ମହିଳାର ବିବାହକୁ ବହୁତ ବର୍ଷ ବିତି ଯାଇଥିଲା । ମହିଳା ସବୁଦିନେ ନିଜ ସମ୍ପର୍କୀୟ ମାନଙ୍କୁ ଭେଟିବା ପାଇଁ ଘରୁ ବାହାରି ଯାଉଥିଲା । ସେ ସବୁଦିନେ କହୁଥିଲେ ଯେ, ମୋତେ ମୋ ସମ୍ପର୍କୀୟଙ୍କୁ ଭେଟିବାର ଅଛି ଓ ଏହା କହି ସେ ଘରୁ ବାହାରି ଯାଉଥିଲା ।

କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ମହିଳା ଜଣକ ନିଜ ସମ୍ପର୍କୀୟଙ୍କୁ ଭେଟିବା ବାହାନାରେ ପ୍ରତିଦିନ ସେ ଅମୃତସରରେ ନିଜ ପ୍ରେମିକଙ୍କୁ ଭେଟିବା ପାଇଁ ଯାଉଥିଲା । କିନ୍ତୁ ପ୍ରତିଦିନ ଏହିପରି ମହିଳା ଜଣକ ସମ୍ପର୍କୀୟଙ୍କୁ ସାକ୍ଷାତ କରିବାକୁ ଯିବାର ଦେଖି ଦିନେ ତାର ସ୍ୱାମୀର ମନରେ ସନ୍ଦେହ ଜାତ ହେଲା ଏବଂ ସେ ତା’ ପତ୍ନୀର ପିଛା କଲା । ତେବେ ତା’ର ସତ୍ୟତା ସମ୍ମୁଖକୁ ଏକ ନୂଆ କାହାଣୀ ଆସିଲା ।

ହୋଟେଲରେ ସ୍ୱାମୀ କଲା ମାରପିଟ ଓ ଝଗଡ଼ା :

ପୋଲିସ ରିପୋର୍ଟ ଅନୁଯାୟୀ, ଅମୃତସରର ଏକ ହୋଟେଲରେ ଯେତେବେଳେ ମାରପିଟ ଓ ଝଗଡ଼ାର ଖବର ସମ୍ମୁଖକୁ ଆସିଲା, ତେବେ ତାଙ୍କୁ ଏହି ଘଟଣା ବିଷୟରେ ଜଣା ପଡ଼ିଲା । ଦିନେ ଯେବେ ପତ୍ନୀ ସମ୍ପର୍କୀୟଙ୍କୁ ଭେଟିବା ବାହାନାରେ ଘରୁ ବାହାରିଲା; ସେହି ସମୟରେ ସ୍ୱାମୀ ମଧ୍ୟ ତାର ପଛେ ପଛେ ଗଲେ ଓ ଅମୃତସରର ଏକ ହୋଟେଲରେ ପହଞ୍ଚି ଗଲେ । ସେଠାରେ ସେ ଦେଖିଲା ଯେ, ତାର ପତ୍ନୀ ଅନ୍ୟ କୌଣସି ପୁଅ ସହିତ ହୋଟେଲର ରୁମ୍ ଭିତରକୁ ଯାଉଛି । ସ୍ୱାମୀ ସେଠାରେ ନିଜ ପତ୍ନୀ ଓ ତାହାର ପ୍ରେମିକର ସମ୍ମୁଖକୁ ଆସି ଦୁହେଁଙ୍କୁ ଧରିଲେ । ଏହା ପରେ ସେ ହୋଟେଲରେ ମାରପିଟ ଓ ଝଗଡ଼ା ଆରମ୍ଭ କାଲେ ଓ ଏହି ବିଷୟରେ କେହି ଜଣେ ପୋଲିସକୁ ଖବର କରିଥିଲେ । ଯାହାଫଳରେ ଘଟନା ସ୍ଥଳରେ ପୋଲିସ ପହଞ୍ଚିଥିଲା । ପୋଲିସ ଆସିବା ପରେ ମାମଲା ଟିକିଏ ଶାନ୍ତ ହେଲା । ବର୍ତ୍ତମାନ ଏହି ମାମଲାରେ ଦୁଇଜଣଙ୍କ ଉପରେ କୌଣସି ପଦକ୍ଷେପ ନିଆଯାଇ ନାହିଁ । କାରଣ ବର୍ତ୍ତମାନ ଆଇ.ପି.ସି.ର ଧାରା ୪୯୭ ଅନୁଯାୟୀ ଯଦି କୌଣସି ମହିଳା ବିବାହ ପରେ ମଧ୍ୟ ଅନ୍ୟ ପୁରୁଷ ସହ ସମ୍ବନ୍ଧ ରଖେ; ତେବେ ଏହା ଏକ ଅପରାଧ ନୁହେଁ ।