ଗତ କାଲିଠାରୁ ପୁରା ଦୁନିଆରେ ଏହି ହୃଦୟ ବିଦାରକ ଫୋଟୋର ପୁରା କାହାଣୀ ଭାଇରଲ ହେବାକୁ ଲାଗିଛି ।

Spread the love

ଏକ ରେଫ୍ୟୁଜି ପିତା ଏବଂ ୨୩ ମାସ ପୁତ୍ରୀର ଏହା ଶବ ଅଟେ । ଆମେରିକାରେ ଶରଣ ପାଇବା ଆଶାରେ ସଲ୍ୱାଡରରୁ ଆସୁଥିଲେ । ନଦୀରେ ବୁଡି ମୃତ୍ୟୁ ହେଲା ।

ଆସ୍କର ଅଲବର୍ତ୍ତ ମାର୍ଟିନେଜ, ବୟସ ୨୫ ବର୍ଷ
ଏଞ୍ଜି ଵଲେରିଆ, ବୟସ ୨୩ ମାସ

ଆସ୍କର ଏବଂ ଏଞ୍ଜି ପିତା ପୁତ୍ରୀ ଥିଲେ । ସେମାନେ ସବ୍ଲାଡୋର ଦେଶର ବାସିନ୍ଦା ଥିଲେ । ଏଞ୍ଜି ତାହାର ମାଆର ପେଟରୁ ବାହାରି ଦୁନିଆକୁ ଆସିଥିଲା । କିନ୍ତୁ ମୃତ୍ୟୁ ବେଳେ ସେ ନିଜର ପିତାଙ୍କ ପୋଷାକ ଭିତରେ ଥିଲା । ତାହାର ଛୋଟ ଛୋଟ ହାତ ଆସ୍କରର ବେକ ଉପରେ ଥିଲା । ଅଣ୍ଟାରୁ ତଳ ପର୍ଯ୍ୟନ୍ତ ପିତାଙ୍କ ପୋଷକରୁ ବାହାରି ପଡ଼ିଥିଲା । ନାଲି ପେଣ୍ଟର ତଳକୁ ଯେଉଁ ଟିକିଏ ଧଳା ଗାର ଦେଖାଯାଉଛି ବୋଧେ ସେଇଟା ତାହାର ଡ୍ରାଏପର ହୋଇଥିବ । ଫୋଟୋ ଏଡିଟର ସାହାଯ୍ୟରେ ଯଦି ଉଭୟଙ୍କ ଫୋଟକୁ କାଟି ପଲଙ୍କ ତଳେ ରଖିଦେଲେ, ତେବେ ସେମାନେ ଶୋଇଥିବା ଭଳି ଲାଗିବେ । ବାପା ତଳେ ଏବଂ ପୁତ୍ରୀ ତା’ର ପିଠି ଉପରେ ଶୋଇଛି । ଫୋଟୋ ଏଡିଟ କରିବା ଦ୍ଵାରା ଆସ୍କର- ଏଞ୍ଜିଙ୍କ ଫୋଟ ବଦଳିବ ନା ସେମାନଙ୍କ କାହାଣୀ ବଦଳିବ ! ସେମାନେ ଦୁହିଁଜଣ ଶବ ପାଲଟି ଯାଇଛନ୍ତି । ମୃତ୍ୟୁ ପରେ ଯେତେବେଳେ ଲୋକେ ଦେଖିଲେ, ମୁଁହ ମାଡି ପାଣିରେ ଅଧା ବୁଡିବାର ସେମାନଙ୍କର ଶବ ଦେଖାଗଲା ।

ସେପ୍ଟମ୍ବର ୨୦୧୫ ଆଲାନର ଶବ ଭାସି ଭାସି ତୁର୍କୀର ସମୁଦ୍ର କୂଳକୁ ଆସିଥିଲା । ସେ ଦୁଇ ବର୍ଷର ସିରିଆର ରେଫ୍ୟୁଜିରେ ଥିଲା । ଅଲାନର ମୃତ୍ୟୁ ପରେ ଅନେକ ରେଫ୍ୟୁଜି ମାରିଥିଲେ ।

ଆଲାନ କୁର୍ଦି ମନେ ଅଛି ତ ?

ଆପଣଙ୍କୁ ଆଲାନ କୁର୍ଦି ମନେ ଅଛି ତ ? ଯାହାର ଶବ ତୁର୍କୀର ସମୁଦ୍ର କୂଳକୁ ମିଳିଥିଲା । ନୀଳ ପେଣ୍ଟ, ନାଲି ଟି-ସାର୍ଟ ଏବଂ ପାଦରେ ସେଂଡ଼ଲ ଥିଲା । ଆସ୍କର, ଅଞ୍ଜି ଏବଂ ଆଲାନ ତିନିଜଣ ଗୋଟିଏ ପରିଣାମ ହୋଇଥିଲା । ଆସ୍କର-ଏଞ୍ଜିଙ୍କର ଶବ ଆମେରିକା-ମେକ୍ସିକୋର ବର୍ଡରରେ ମିଳିଥିଲା । ସେମାନେ ସବ୍ଲାଡୋରରୁ ଆଶ୍ରୟ ନେବାର ଆଶାରେ ଆମେରିକାକୁ ଯାଉଥିଲେ । ଜୁନ ୨୪ରେ ଆକାର-ଏଞ୍ଜି ନଦୀ ମୁହାଣରେ ଯେଉଁ ଅବସ୍ଥାରେ ଆପଣମାନେ ଫୋଟ ଦେଖିଛନ୍ତି, ସେପରି ଅବସ୍ଥାରେ ମିଳିଥିଲେ ।
ସେମାନଙ୍କ ଏବଂ ଆମେରିକା ମଧ୍ୟରେ କେବଳ ଏକ କିଲୋମିଟରର ତଫାତ ଥିଲା । ଏହି ଫୋଟ ଯୋଗୁଁ ପୁଣି ଥରେ ଡୋନାଲ୍ଡ ଟ୍ରାମ୍ପଙ୍କ ମୁସଲମାନ ପୋଲିସି ଉପରେ ଯୁକ୍ତିତର୍କ ଆରମ୍ଭ ହେଲାଣି ।

https://twitter.com/TVRav/status/1143644431855362048

ଆସ୍କର-ଏଞ୍ଜିଙ୍କର କାହାଣୀ କଣ ଅଟେ ?

ଖବର ଅନୁସାରେ ଆସ୍କର ନିଜ ପରିବାର ସହ ନିଜର ଦେଶରୁ ବାହାରି ଆସି ମେକ୍ସିକୋରେ ଦୁଇ ମାସ ହେଲା ଥିଲେ । ଜୁନ ୨୩ରେ ସେ ମେକ୍ସିକୋର ମାତାମୋରୋମ ପହଞ୍ଚିଥିଲେ । ଏହା ପରେ ଆମେରିକାର ଶୁଳ୍କ ଲାଗୁ ହୁଏ । ଆସ୍କର ସହ ତା’ ପୁତ୍ରୀ ଏଞ୍ଜି ଏବଂ ପତ୍ନୀ ବେନେସା ଅବାଲୋସ ଥିଲେ । ଆସ୍କରଙ୍କୁ ଆଶା ଥିଲା ଯେ, ସେ ଆମେରିକା ଅଧିକାରୀଙ୍କୁ ବିନତି କରି ନିଜ ପାଇଁ ଶରଣ ମାଗି ପାରିବେ । କିନ୍ତୁ ଏଠାରେ ବର୍ଡର ଉପରେ ସେମାନଙ୍କ ପରି ଅନେକ ଶରଣାର୍ଥୀମାନଙ୍କର ଧାଡି ଥିଲା । ଆସ୍କର ଜାଣିଥିଲେ ଯେ, ସେମାନକୁ ଶରଣ ମିଳିବା ଦୂରର କଥା ଆଶ୍ରୟସ୍ଥଳର ପ୍ରକ୍ରିୟା ଆରମ୍ଭ ହେବାକୁ ଆହୁରି ମାସେ ଲାଗିଯିବ । ଏହାପରେ ମଧ୍ୟ ଶରଣ ମିଳିବାର କିଛି ଆଶା ନାହିଁ । ସେପଟେ ଆମେରିକାର ପ୍ରଭାବରେ ମେକ୍ସିକୋ ତାଙ୍କୁ ତଡି ଦେଇପାରେ । ତାଙ୍କର ମାନସିକ ଚାପ ଯୋଗୁଁ ସେ ଭାବିଲେ ନଦୀ ପଂହରିକି ପାର ହୋଇ ଚୁପଚାପ ଆମେରିକାରେ ପ୍ରବେଶ କରିବା । ‘ଦ ଗାରଦିୟନ’ ଏବଂ ‘ଲା ଜୋରନାଡ଼ା’ର ପତ୍ରକାର ଜୁଲିଆଙ୍କ ଜରିଆରେ ଆସ୍କରଙ୍କ ପତ୍ନୀ ଏବଂ ଏଞ୍ଜିଙ୍କ ମାଆ ବେନେସା ଅବାଲୋସ ପୋଲିସକୁ କହିଥିବା ବିଷୟ ଛାପିଛନ୍ତି । ଏହାର ଅନୁସାରେ –

ପ୍ରଥମେ ଆସ୍କର ପୁତ୍ରୀକୁ ସାଥିରେ ନେଇ ପହଁରିଲା ପରେ ଏଞ୍ଜିକୁ ଆମେରିକା ପଟରେ ପହଞ୍ଚାଇ ଦେଲା । ପୁଣି ଆସ୍କର ପହଁରି ମୋତେ ନେବା ପାଇଁ ଆସିଲେ । କିନ୍ତୁ ନିଜ ପିତାଙ୍କୁ ପାଣିରେ ଫେରିବାର ଦେଖି ଏଞ୍ଜି ମଧ୍ୟ ତାଙ୍କ ପଛରେ ଆସିଲା । ଏଞ୍ଜିକୁ ବଞ୍ଚାଇବା ପାଇଁ ସେ ଗଲାବେଳେ ନଦୀରେ ଲହଡି ବହୁତ ଜୋରରେ ଆସି ଦୁହିଁଙ୍କୁ ଭସାଇ ନେଇଗଲା ।

ରେଫ୍ୟୁଜିଙ୍କ ସହ କଣ ହେଉଛି ?

ମଧ୍ୟ ଆମେରିକାରୁ ଅଧିକ ସଂଖ୍ୟାରେ ଲୋକ ଶରଣ ନେବାପାଇଁ ଆମେରିକାର ‘ଦ ପ୍ରୋମୀଷ୍ଦ ଲ୍ୟାଣ୍ଡ’କୁ ଆସୁଛନ୍ତି । ସେଥିପାଇଁ ସେଠାରେ ହିଂସା, ଅସ୍ଥିରତା, ଦରିଦ୍ରତା ଏବଂ ବେରୋଜଗାରୀ ଭଳି ଅସୁବିଧା ଉପୁଜୁଛି । ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ଦେଶାନ୍ତରଣ ଉପରେ କଟକଣା ଲଗାଇ ଦେଲେ । ଆମେରିକାର ଆଶ୍ରୟସ୍ଥଳର ପ୍ରକ୍ରିୟାକୁ ଆହୁରି କଡା କରି ଦେଲେ । ଶରଣାର୍ଥୀଙ୍କୁ ଆଶ୍ରୟସ୍ଥଳର ପ୍ରକ୍ରିୟା ଆରମ୍ଭ ହେବାକୁ ମାସେ ଅପେକ୍ଷା କରିବାକୁ ପଡିଥାଏ । କେହି ମଧ୍ୟ ଏତେ ସମୟ ଅପେକ୍ଷା କରିବାର ସ୍ଥିତିରେ ନ ଥାଆନ୍ତି । ତେଣୁ ସେମାନଙ୍କର ମାନସିକ ଚାପ ଯୋଗୁଁ ସେମାନେ ବିପଦକୁ ଡାକି ଆଣନ୍ତି ଏବଂ ବିପଦର ସାମ୍ନା କରିବାକୁ ବାଧ୍ୟ ହୁଅନ୍ତି । ଏପରି ସେମାନେ କୌଣସି ଅଘଟଣର ଶିକାର ହୋଇ ଅଗୋଚରରେ ମରି ଯାଆନ୍ତି ।

ଆସ୍କର ଓ ଏଞ୍ଜିକୁ ମରିବାର ନ ଥିଲା । କିନ୍ତୁ ନଦୀ କୂଳରେ ଏଞ୍ଜି ଏକୁଟିଆ ରହିଯିବା ଯୋଗୁଁ ସେ ବହୁତ ଡ଼ରି ଯାଇଥିବ । ପୁଣି ସେ ନିଜ ପିତାଙ୍କୁ ନଦୀରେ ଯିବା ଦେଖିଥିବ । ୨୩ ମାସର ଛୁଆକୁ ଆପଣ କିଭଳି ଭାବରେ ବୁଝାଇବେ ଯେ, ଭୟ ଲାଗିଲେ ମଧ୍ୟ କଦାପି ମାତା ପିତାଙ୍କ ପଛରେ ଯିବ ନାହିଁ ।

କିଏ କାହିଁକି ରେଫ୍ୟୁଜି ହେବା ପାଇଁ ଚାହିଁବ ?

ଯେପରି ଆସ୍କର ଓ ଏଞ୍ଜିଙ୍କ ଶବ ମିଳିଲା ସେପରି ଆହୁରି ଅନେକ ଶରଣାର୍ଥୀ ମାନଙ୍କର ଶବ ମିଳୁଛି । ଯେଉଁ ରିୟୋ ଗ୍ରାନ୍ଦେ ନଦୀରେ ଏହି ଅଘଟଣ ହୋଇଥିଲା, ତାହା ବହୁତ ଭୟଙ୍କର ଥିଲା । ସେପଟେ ପାଣିର ସ୍ତର ବହୁତ ବଢି ଯାଇଥିଲା । ଏହି ନଦୀ ପାର କରିବାର ଚେଷ୍ଟା କରୁଥିବା ବେଳେ ଅନେକ ଶରଣାର୍ଥୀ ମାନଙ୍କର ମୃତ୍ୟୁ ହୋଇ ସାରିଛି । ଅନେକ ମରୁଭୂମି ପାର କରିବା ବେଳେ ମରି ଯାଆନ୍ତି । ଆମେରିକା ଯିବା ରାସ୍ତାରେ ପ୍ରାୟ ସମସ୍ତ ଶରଣାର୍ଥୀ ମାନଙ୍କର ମୃତ୍ୟୁ ହୋଇଯାଉଛି । ଆମେରିକାରେ ଟ୍ରାମ୍ପଙ୍କ ବିରୋଧୀ ରାଷ୍ଟ୍ରପତିଙ୍କୁ ଏହାର କାରଣ କୁହାଯାଏ । କିନ୍ତୁ ଏହା ଏତେ ସହଜ ନୁହଁ । ଆସ୍କର ଓ ଏଞ୍ଜିଙ୍କୁ କାହିଁକି ମାନସିକ ଚାପରେ ନିଜ ଦେଶ ଛାଡିବାକୁ ପଡିଲା ? କାହିଁକି ଶରଣାର୍ଥୀମାନେ ସୁରକ୍ଷିତ ରହିବା ପାଇଁ ଏବଂ ଖାଦ୍ୟ, ପାନୀୟ, ବାସଗୃହ ଭଳି ନିଜର ମୌଳିକ ଆବଶ୍ୟକତା ପାଇଁ ନିଜ ଦେଶ ଛାଡି ଅନ୍ୟ ଦେଶକୁ ଗମନ କରନ୍ତି ? ନିଜର ଘର-ବାଡ଼ି ଛାଡି ଶରଣାର୍ଥୀମାନେ ଯେପରି ନିରୀହ ଏବଂ ଅସହାୟ ହୋଇ ଯାଆନ୍ତି । ଏହା କଣ ସେମାନଙ୍କର ପସନ୍ଦ ଅଟେ ?