Video : ଓଡ଼ିଶାର ହରିଶଙ୍କର ମନ୍ଦିର ଝରଣା ଧାରଣ କଲା ବିକଟାଳ ରୂପ ! ରାସ୍ତାରେ ଯିଏ ଆସିଲା ତାକୁ ବୋହି ନେଇ ଗଲା !

Spread the love

ଆପଣ ସମସ୍ତେ ଜାଣିଛନ୍ତି ଯେ ଏବେ ସାରା ଦେଶରେ ବର୍ଷା ଚାଲିଛି । ଗ୍ରୀଷ୍ମ ଦିନରେ ସୂର୍ଯ୍ୟଙ୍କ ତାଣ୍ଡବ ଲୀଲା ଚତୁର୍ପାଶ୍ଵ ଶୁଖିଯାଇଥିଲା । ତରୁଳତା ଠାରୁ ଆରମ୍ଭ କରି ଜୀବଜନ୍ତୁ ପର୍ଯ୍ୟନ୍ତ ସମସ୍ତେ ବୁନ୍ଦାଏ ଜଳ ପାଇଁ ଛତପଟ ହୋଇଯାଉଥିଲେ । ସମସ୍ତେ ବର୍ଷାକୁ ଚାହିଁ ରହିଥିଲେ । କିନ୍ତୁ ବର୍ଷା ବର୍ତ୍ତମାନ ଏତେ ପରିମାଣାରେ ହେଉଛି ଯେ ବନ୍ଦ ହେବାର ନାମ ଧରୁ ନାହିଁ । କେରଳ, ଆସାମ ସହିତ ଦେଶର ବହୁତ ଅଞ୍ଚଳରେ ଏହି ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଲାଗିଛି । ଏହି ବନ୍ୟା ଯୋଗୁଁ ନଦୀ କୂଳ ଜଳମଗ୍ନ ହୋଇ ସହର ଓ ଗାଁ ଭିତରକୁ ପାଣି ପଶି ଆସୁଛି । କେତେକ ଜାଗାରେ ତୋ ଘର ଭିତରେ ବି ପାଣି ପଶି ଯାଉଛି । ବର୍ଷା ଯୋଗୁଁ ବସ୍, ଟ୍ରେନ, ଉଡାଯାହାଜ ଆଦି ଚଳନରେ ମଧ୍ୟ ବାଧା ଉପୁଜିଥିବାରେ ଲାଗିଛି ।

ନିକଟରେ ଇଣ୍ଟରନେଟରେ ଗୋଟିଏ ଭିଡ଼ିଓ ବହୁତ ଦ୍ରୁତ ଗତିରେ ଭାଇରଲ ହେବାରେ ଲାଗିଛି । ଏହି ଭିଡ଼ିଓ ଆମ ଓଡ଼ିଶାର ହରିଶଙ୍କର ମନ୍ଦିର ପରିସରରେ ପ୍ରବାହିତ ହେଉଥିବା ଝରଣାର ଅଟେ । ଭିଡ଼ିଓରେ ସ୍ଵଷ୍ଟ ଭାବରେ ଦେଖା ଯାଉଛି ଯେ, ଏହି ଝରଣା ନିଜର ରୁଦ୍ର ରୂପ ଧାରଣ କରି ନେଇଛି । ଏହି ଝରଣା, ରୁଦ୍ର ରୂପରେ ଏତେ ପ୍ରଖର ବେଗରେ ପାଣି ବୋହୁଛି ଯେ, ବାଟରେ ଯିଏ ବି ଆସୁଛି ତାକୁ ବୋହି ନେଇ ଯାଉଛି । ଏହା ଦେଖିବାକୁ ବହୁତ ଭୟଙ୍କର ଲାଗୁଛି ।

ଆପଣଙ୍କୁ କହି ରଖୁଛୁ ଯେ, ଏହି ବର୍ଷା ଓ ଏହିପରି ପାଣିପାଗ ଯୋଗୁଁ ବର୍ତ୍ତମାନ ଯାଏଁ ଦକ୍ଷିଣ ଓ ପଶ୍ଚିମ ଓଡିଶାର ୯ଟି ଜିଲ୍ଲା ପ୍ରଭାବିତ ହୋଇ ସାରିଛି । ଓଡ଼ିଶାରେ କେତେକ ଅଂଚଳରେ ଭୀଷଣ ବର୍ଷା ଯୋଗୁଁ ବିପଦ ଘନୀଭୂତ ହେବାରେ ଲାଗିଛି । କଳାହାଣ୍ଡି ଜିଲ୍ଲାରେ ଭୀଷଣ ବର୍ଷା କାରଣରୁ ଗୋଟିଏ ଘରର କାନ୍ଥ ପଡି ଯିବାରୁ ଏଥିରେ ଦବି ଯାଇ ଜଣେ ମହିଳାଙ୍କର ଜୀବନ ଚାଲି ଯାଇଛି । ଆଉ ଏଥିରେ ଜଣେ ମହିଳା ଆଘାତ ହୋଇଛନ୍ତି ।

ମୌସୁମ ବିଭାଗ ଅନୁସାରେ ଆଗକୁ ଆସୁଥିବା ତିନି ଦିନ ଆହୁରି ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟ ସରକାର ଏହାକୁ ସାମ୍ନା କରିବା ପାଇଁ ଜିଲ୍ଲା ପ୍ରଶାସନକୁ ପ୍ରସ୍ତୁତ ରହିବାକୁ ଆଦେଶ ଦେଇଛନ୍ତି । ମୌସମ ବିଭାଗ ଅନୁସାରେ ରାଜ୍ୟର ଅନ୍ୟ ସବୁ ଜିଲ୍ଲା ଯେପରିକି ମୟୁରଭଞ୍ଜ, ସୋନପୁର, କେନ୍ଦୁଝର, ବଲାଙ୍ଗୀର, ବରଗଡ଼, କଳାହାଣ୍ଡି, କନ୍ଧମାଳ, ରାୟଗଡା, ନୟାଗଡ଼ ଓ ପୁରୀ ଜିଲ୍ଲାରେ ମଙ୍ଗଳବାର, ବୁଧବାର ଦିନ ଭୀଷଣ ବର୍ଷା ହେବାର ସମ୍ଭାବନା ଅଛି ।