ପୂଜାକାର୍ଯ୍ୟରେ ବା ମାଙ୍ଗଳିକ କାର୍ଯ୍ୟରେ ପାନପତ୍ରର ଏହିପରି ବ୍ୟବହାର : ଆପଣଙ୍କ ଭାଗ୍ୟ ଚମକିବା ସହ ଧନର ବର୍ଷା ମଧ୍ୟ ହୋଇଥାଏ ।

Spread the love

ସର୍ବଦା ଆମେ ଏହା ଦେଖୁଛୁ ଯେ, ହିନ୍ଦୁ ଧର୍ମରେ ଯେବେ ମଧ୍ୟ କୌଣସି ପୂଜାର ଆୟୋଜନ କରାଯାଏ, ତେବେ ପାନପତ୍ରର ବିଶେଷ ମହତ୍ୱ ରହିଥାଏ । ପୂଜା ପାଠ ହେଉ ଅଥବା ଅନ୍ୟ ଧାର୍ମିକ ଅନୁଷ୍ଠାନରେ ପାନପତ୍ରର ବ୍ୟବହାର କରିବା ବହୁତ ଶୁଭଦାୟକ ଅଟେ । ମାନ୍ୟତା ଅନୁସାରେ ପ୍ରଥମେ ପାନପତ୍ରକୁ ସମୁଦ୍ର ମନ୍ଥନରେ ବ୍ୟବହାର କରାଯାଇ ଥିଲା ଏବଂ ତାହା ପର ଠାରୁ ପ୍ରତ୍ୟେକ ଶୁଭ କାର୍ଯ୍ୟ ବା ମାଙ୍ଗଳିକ କାର୍ଯ୍ୟରେ ବ୍ୟବହାର କରାଯାଉଛି ।

ହିନ୍ଦୁ ଧର୍ମର ପୌରାଣିକ କଥା ଅନୁସାରେ ପାନ ପତ୍ରରେ ବହୁ ଦେବୀ ଦେଵତାଙ୍କ ବାସ ଅଟେ । ଆଜି ଆମେ ଏହି ବିଷୟରେ ଆପଣଙ୍କୁ କିଛି କହିବା ପାଇଁ ଯାଉଛୁ; ଆପଣ କିପରି ଭାବରେ ଆର୍ଥିକ ସଙ୍କଟରୁ ମୁକ୍ତିଲାଭ କରିବେ ଏବଂ ଘରେ ସୁଖ ଶାନ୍ତିର ପରିବେଶ କାୟମ ରହିବା । ତେବେ ଆସନ୍ତୁ ଜାଣିବା :

ପାନପତ୍ରରେ କେଶର ରଖି ଯଦି ଗଣେଷଙ୍କୁ ଅର୍ପିତ କରନ୍ତି, ତେବେ ଜୀବନର ସମସ୍ତ ସଙ୍କଟରୁ ମୁକ୍ତି ମିଳିଥାଏ ।

ବୁଧୁବାର ଦିନ ପାନ ଖାଇବା ସର୍ବତ୍ତମ ବୋଲି କୁହାଯାଏ । କୁହାଯାଏ ଯେ, ଏହି ଦିନ ପାନ ଖାଇବା ଦ୍ଵାରା ଆତ୍ମବିଶ୍ଵାସ ବୃଦ୍ଧି ହୁଏ ।

ପାନପତ୍ରକୁ ଆପଣ ଏକ ଝାଲର ଭାବେ ଘରର ମୁଖ୍ୟ ଦ୍ୱାରରେ ଟଙ୍ଗାଇ ଦିଅନ୍ତୁ । ଏହି ବିଶ୍ୱାସ ଅଛି କି ପାନ ପତ୍ରକୁ ଘରର ମୁଖ୍ୟ ଦ୍ୱାରରେ ଟାଙ୍ଗିବା ଦ୍ୱାରା ଘରେ ନକରାତ୍ମକ ପ୍ରଭାବ ପଡିନଥାଏ ।

ପାନପତ୍ରକୁ ଶ୍ରାବଣ ମାସରେ ଶିବ ଲିଙ୍ଗ ଉପରେ ଚଢାଇଲେ ଶୁଭଫଳ ମିଳିଥାଏ । କୁହାଯାଏ ଯେ, ପାନପାତ୍ର ସହ ପାନକୁ ଶିବଲିଙ୍ଗ ଉପରେ ଚଡେଇଲେ ମନୋବାଞ୍ଛା ଫଳ ପ୍ରାପ୍ତି ହୋଇଥାଏ । ଦୃଷ୍ଟି କିମ୍ବା କୌଣସି ତନ୍ତ୍ର ଗ୍ରାସିତ ହୋଇଥିଲେ; ପାନପତ୍ରରେ ସାତଟି ଗୋଲାପ ଗଛର ପାଖୁଡା ରଖି ଦୃଷ୍ଟି ହୋଇଥିବା ବ୍ୟକ୍ତିକୁ ଖୁଆଇ ଦେଲେ ଦୃଷ୍ଟି କିମ୍ବା ତନ୍ତ୍ର ଗ୍ରାସିତ ହୋଇଥିଲେ ଦୂର ହୋଇଯାଇଥାଏ ।

ପାନପତ୍ରରେ ଦେବାଦେବୀ ବାସ କରନ୍ତି :

ପାନପତ୍ରରେ ବିଭିନ୍ନ ଦେବୀ ଦେଵତା ବାସ କରନ୍ତି । ହଁ ଆଜ୍ଞ, ଏହି ପାନପତ୍ରରେ ବ୍ରହ୍ମାଣ୍ଡର ସମସ୍ତ ଦେବାଦେବୀଙ୍କ ବାସ ଅଟେ । ତେଣୁ ଏହି କାରଣରୁ ହିନ୍ଦୁ ଧର୍ମବଲମ୍ବୀ ମାନେ ପୂଜାବିଧି କାର୍ଯ୍ୟ ତଥା ମାଙ୍ଗଳିକ କାର୍ଯ୍ୟରେ ପାନ ପତ୍ର ବ୍ୟବହାର କରନ୍ତି । କୁହାଯାଏ କି ଏହି ପତ୍ରର ବିଭିନ୍ନ କୋଣ ଏବଂ ସ୍ଥାନରେ ଦେବାଦେବୀ ମାନେ ବାସ କରନ୍ତି ।

ଆସନ୍ତୁ ଜାଣିବା ପାନ ପାତ୍ରର କେଉଁ ଅଂଶରେ କିଏ ବିରାଜମାନ କରିଛନ୍ତି :

ପାନ ପତ୍ରର ଉପରି ଭାଗରେ ଶୁକ୍ର ଏବଂ ଇନ୍ଦ୍ର ବିରାଜିତ ଅଛନ୍ତି ।

ପାନ ପତ୍ରର ମଧ୍ୟ ଭାଗରେ ମା ସରସ୍ଵତୀ ବାସ କରନ୍ତି ।

ପାନ ପତ୍ରର ଶେଷ ସ୍ତରରେ ମା ଲକ୍ଷ୍ମୀ ବିରାଜିତ କରିଛନ୍ତି ।

ଯେଉଁ ସ୍ଥାନରେ ପାନ ପତ୍ରର ଡେମ୍ଫ ସହ ଜଡିତ ସେହି ସ୍ଥାନ ଶ୍ରେଷ୍ଠ ଅଟେ,ଏଠାରେ ଲକ୍ଷ୍ମୀ ରୁହନ୍ତି ।

ପାନ ପତ୍ରରେ ଭଗବାନ ବିଷ୍ଣୁ ସ୍ଵୟଂ ସାମହିତ ।

ପାନ ପତ୍ରର ବାହାରି ଭାଗରେ ଭଗବାନ ଶିବ ଓ କାମଦେବ ବାସ କରନ୍ତି ।

ପାନ ପତ୍ରର ପଛ ପଟେ ମା ପାର୍ବତୀ ଓ ମଙ୍ଗଳାଦେବୀଙ୍କ ସ୍ଥାନ ଅଟେ ।

ପାନ ପତ୍ରର ଦକ୍ଷିଣ ଭାଗରେ ଭୂମି ଦେବୀଙ୍କ ବାସ ଅଟେ ।

ସମ୍ପୂର୍ଣ୍ଣ ପାନପତ୍ରଟି ଭଗବାନ ସୂର୍ଯ୍ୟନାରାୟଣଙ୍କ ପ୍ରତୀକ ଅଟେ ।


ବହୁତ ସାବଧାନର ସହିତ ସଠିକ ପାନପତ୍ର ବାଛନ୍ତୁ :

କେବଳ ଗୋଟିଏ ପତ୍ରରେ ସଂସାରର ସମସ୍ତ ଦେବୀ ଦେଵତାଙ୍କ ବାସ ହେଇଥିବା କାରଣରୁ ଏହାକୁ ପୁଜା ସାମଗ୍ରୀରେ ବ୍ୟବହାର କରାଯାଏ । କିନ୍ତୁ ପୂଜା ସାମଗ୍ରୀରେ ପାନ ପତ୍ର ବାଛିବା ନିମନ୍ତେ ଵ୍ୟକ୍ତିକୁ ସାବଧାନ ରହିବା ଉଚିତ । ହିନ୍ଦୁ ଧର୍ମ ଅନୁସାରେ ଛିଦ୍ରଯୁକ୍ତ, ଶୁଖିଲା ଏବଂ ମଧ୍ୟ ଭାଗ ଫାଟି ଯାଇଥିବା ପତ୍ର ବ୍ୟବହାର କରିବା ଅନୁଚିତ । ସର୍ବଦା ଭଲ ପାନ ପତ୍ର ବ୍ୟବହାର କରିବା ଉଚିତ, ନ ହେଲେ ପୂଜା ଫଳପ୍ରଦ ହେବ ନାହିଁ ।