ଏହି ଦୁଇ ଅଭିନେତ୍ରୀ ଗୋବର ଥାପିବାକୁ ବାଧ୍ୟ ହେଲେ । ଅନେକ ସୁପରହିଟ ଫିଲ୍ମର ଭେଟି ଦର୍ଶକଙ୍କୁ ଦେଇ ସାରିଛନ୍ତି ।

Spread the love

ଏହି ଅଭିନେତ୍ରୀ ମାନଙ୍କ ଚେହେରାରେ କେବେ ଧୂଳି ମଧ୍ୟ ଲାଗୁ ନଥିଲା କିନ୍ତୁ ଏବେ ଗୋବର ଥାପିବାର ଦେଖା ଯାଉଛନ୍ତି ।

ବଲିଉଡରେ କାମ କରୁଥିବା ଅଭିନେତ୍ରୀମାନେ ବିଳାସପୂର୍ଣ ଜୀବନ ଅତିବାହିତ କରନ୍ତି । ସେମାନଙ୍କର ଆଗ-ପଛରେ ଲମ୍ବା ଲମ୍ବା ଗାଡ଼ି ଗୁଡିକ ଥାଏ । ସେମାନଙ୍କର କୌଣସି ଜିନିଷର ଅଭାବ ନଥାଏ । ଯଦି ଏହି ଅଭିନେତ୍ରୀ ମାନଙ୍କ ମଧ୍ୟ କେହି ଗ୍ରାମରେ ପହଞ୍ଚି ଯାଆନ୍ତି ଏବଂ ଏମିତି କିଛି ଅଜବ କାମ କରନ୍ତି; ତେବେ ସେମାନଙ୍କର ପ୍ରଶଂସକ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥାନ୍ତି । ଏପରି କିଛି ଘଟଣା ପ୍ରକୃତ ଜୀବନରେ ଘଟିଛି । ସୋସିଆଲ ମିଡିଆରେ ଦୁଇ ଜଣ ନାମିଦାମୀ ଅଭିନେତ୍ରୀ ମାନେ ଗୋବର ଥାପୁଥିବାର ଫୋଟୋ ଭାଇରଲ ହୋଇଛି, ଯାହା ଏକ ବଡ଼ ଖବର ଅଟେ । ତେବେ ଆଜିର ଏହି ଲେଖାରେ ଆପଣଙ୍କ ପାଇଁ କଣ ଅଛି ଚାଲନ୍ତୁ ଜାଣିବା ।

ବିଳାସପୂର୍ଣ ଜୀବନ ଶୈଳି ଛାଡି ଯଦି ଅଭିନେତ୍ରୀମାନେ ଗ୍ରାମରେ ଗୋବର ଥାପନ୍ତି; ତେବେ ଆଶ୍ଚର୍ଯ୍ୟ ଲାଗିବ । ଏହି ଅଭିନେତ୍ରି ମାନେ କଦାପି ନିଜ ଚେହେରାକୁ ଧୂଳି ଲାଗିବାକୁ ଦିଅନ୍ତି ନାହିଁ କିନ୍ତୁ ଏବେ ଗୋବର ଥାପିବାର ଦେଖା ଯାଉଛନ୍ତି । ପ୍ରଥମ ଥର ପାଇଁ ଯେତେବେଳେ ଏହି ଅଭିନେତ୍ରୀ ମାନଙ୍କର ଫୋଟ ଭାଇରଲ ହୋଇଥିଲା ସେତେବେଳେ ଲୋକେ ସେମାନଙ୍କର ଅବସ୍ଥା ପାଇଁ ଦୟା ଦେଖାଇ ଥିଲେ କିନ୍ତୁ ବିଷୟ ଅନ୍ୟ କିଛି ଥିଲା । ପ୍ରକୃତରେ, ଅଭିନେତ୍ରୀ ମାନେ ଗୋବର ଥାପୁଥିବାର ସତ୍ୟ କିନ୍ତୁ କୌଣସି ଅସହାୟତା ଯୋଗୁଁ ନୁହଁ ବରଂ ଏହା ପଛର କାରଣ ଅନ୍ୟ କିଛି ରହିଛି । ଯାହା ବିଷୟରେ ଆମେ ଆପଣଙ୍କୁ ନିମ୍ନରେ ଜଣାଇବୁ ।

ଗୋବର ଥାପୁ ଥିବା “ଭୂମି ପେଡନେକର” ଏବଂ “ତାପସୀ ପନ୍ନୁ” :

ସୋସିଆଲ ମିଡିଆରେ ଏକ ଫୋଟ ଭାଇରଲ ହୋଇଛି, ଯେଉଁଥିରେ ଭୂମି ପେଡନେକର ଏବଂ ତାପସୀ ପନ୍ନୁ ଗୋବର ଥାପୁ ଥିବାର ଦେଖା ଯାଉଛନ୍ତି । ଏହି ଫୋଟଟି ମେରଟ ଏବଂ ବାଗପତର ଅଟେ । ଖବର ଅନୁସାରେ, ଭୂମି ପେଡନେକର ଏବଂ ତାପସୀ ପନ୍ନୁ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନକୁ ଯାଇ ଏହି ପ୍ରକାରର କାମ କରୁଥିବାର ଦେଖା ଯାଇଛନ୍ତି, ଯାହା ଫଳରେ ଏହା ଉତ୍ତର ପ୍ରଦେଶରେ ଚର୍ଚ୍ଚାର ବିଷୟ ହୋଇ ଯାଇଛି । ଭୂମି ପେଡନେକର ଏବଂ ତାପସୀ ପନ୍ନୁଙ୍କର ଏହି ଫୋଟ ବହୁତ ଭାଇରଲ ହୋଇଛି ଏବଂ ଲୋକେ ଏହି ଦୁହିଁଙ୍କୁ ବହୁତ ପସନ୍ଦ ମଧ୍ୟ କରୁଛନ୍ତି ।

ଏହି ଦୁଇ ଅଭିନେତ୍ରୀ ଫିଲ୍ମ “ସାଣ୍ଡ କି ଆଂଖ”ର ସୁଟିଙ୍ଗ କରୁଛନ୍ତି :

ଖବର ଅନୁସାରେ ଭୂମି ପେଡନେକର ଏବଂ ତାପସୀ ପନ୍ନୁ ଫିଲ୍ମ “ସାଣ୍ଡ କି ଆଂଖ”ର ସୁଟିଙ୍ଗ କରୁଛନ୍ତି । ତେଣୁ ସେମାନଙ୍କୁ ଉତ୍ତର ପ୍ରଦେଶର ଭିନ୍ନ ଭିନ୍ନ ସ୍ଥାନକୁ ଯିବାକୁ ପଡୁଛି । ଫିଲ୍ମରେ ନିଜର ଭୂମିକା ଅନୁସାରେ ସେମାନେ ଗୋବର ଥାପୁ ଥିବାର ଦେଖା ଯାଉଛନ୍ତି । ଏହି ଫିଲ୍ମରେ ଗୋବରରେ ଘଷି ତିଆରୀ କରିବା ତାଙ୍କ କାମର ଏକ ଅଂଶ ଅଟେ, କୌଣସି ଅସହାୟତା ନୁହଁ । ଏହି ଫିଲ୍ମ ପାଇଁ ଉଭୟ ବହୁତ ପରିଶ୍ରମ କରୁଛନ୍ତି ଏବଂ ବହୁତ ଭଲ ଭୂମିକାରେ ଅଭିନୟ କରୁଛନ୍ତି । ଯାହା ୟୁପିର ଦୁଇ ଜଣ ମହିଳାଙ୍କ ଜୀବନ ଉପରେ ଆଧାରିତ ଅଟେ ।

ଏହି ଦୁଇ ଅଭିନେତ୍ରୀମାନେ ସୁପରହିଟ ଫିଲ୍ମ ଦେଇ ସାରିଛନ୍ତି :

ଭୂମି ପେଡନେକର ଏବଂ ତାପସୀ ପନ୍ନୁ ସୁପରହିଟ ଫିଲ୍ମ ଦେଇ ସାରଛନ୍ତି ଏବଂ ଏହି ଫିଲ୍ମ “ସାଣ୍ଡ କି ଆଂଖ” ଅଦ୍ଵିତୀୟ ଅଟେ, ଯାହା ପରଦା ଉପରେ ହିଟ୍ ହେବାର ସମ୍ଭାବନା ରହିଛି । ଖବର ଅନୁସାରେ କିଛି ଦିନ ତଳେ ଭୂମି ପେଡନେକରଙ୍କ ଫିଲ୍ମ “ସୋନଚିଡ଼ିଆ” ଆସିଥିଲା, ଯାହା ବକ୍ଶ ଅଫିସରେ ଭଲ ରୋଜଗାର କରିପାରି ନଥିଲା । କିନ୍ତୁ ପରଦା ଉପରେ ଭୂମୀଙ୍କ ଅଭିନୟ ଦର୍ଶକଙ୍କୁ ମୁଗ୍ଧ କରିଛି । ତାପସୀ ପନ୍ନୁଙ୍କ ଫିଲ୍ମ “ବଦଲା” ପରଦା ଉପରେ ଧମାଲ କରି ଚାଲିଛି ।