ପାକିସ୍ଥାନକୁ ଏହି ଖଜଣା ମିଳିବା ପରେ ଭାରତକୁ ମଧ୍ୟ ଟକ୍କର ଦେଇପାରେ…….

Spread the love

ଆର୍ଥିକ ସଂକଟରେ ଉବୁଡୁବୁ ହେଉଥିବା ପାକିସ୍ଥାନକୁ ବର୍ତ୍ତମାନ ଭଲ ଦିନ ଆସିବାର ଆଶା ସଂଚାର ହୋଇଛି । ପାକିସ୍ଥାନ ସରକାର, ମନ୍ତ୍ରୀ ଅବଦୁଲା ହୁସେନ ହରୁନଙ୍କ କହିବା ଅନୁସାରେ ପାକିସ୍ଥାନ ଇରାନ ସୀମା ଅଞ୍ଚଳରେ ଆମେରିକା କମ୍ପାନୀ ଏକ୍ସାନମୋବିଲ ବହୁତ ବଡ଼ ତେଲ ଭଣ୍ଡାରର ସନ୍ଧାନ କରିବାରେ ଲାଗିଛି ।

ଆମେରିକିଆନ ବହୁ ରଷ୍ଟ୍ରୀୟ ତେଲ ଓ ଗ୍ୟାସ କମ୍ପାନୀ ବର୍ତ୍ତମାନ ପାକିସ୍ଥାନର କରାଚିର ସମୁଦ୍ର ତଟରେ 5000 ମିଟର ପର୍ଯ୍ୟନ୍ତ ଖୋଲି ସାରିଛି ଓ ତେଲ ଭଣ୍ଡାର ଖୋଜିବାର ଆଶ୍ୱସ୍ତ ଦେଇଛି ।

ପାକିସ୍ଥାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ମଧ୍ୟ ଗୁରୁବାର ଦିନ ସଙ୍କେତ ଦେଇସାରିଛନ୍ତି ଯେ, ଏସିଆର ସବୁଠୁ ବିଶାଳ ତେଲ ଓ ଗ୍ୟାସ ଭଣ୍ଡାର ସେମାନଙ୍କ ସନ୍ଧାନରେ ରହିଛି । ପାକିସ୍ଥାନ ପ୍ରଧାନମନ୍ତ୍ରୀ ନିଜ ଦେଶବାସୀଙ୍କୁ ପ୍ରାର୍ଥନା କରିବା ପାଇଁ କହିଛନ୍ତି ଯେ, ତେଲ ଓ ଗ୍ୟାସ ଭଣ୍ଡାରର ସନ୍ଧାନ ସତ୍ୟ ହୋଇଯାଉ ।

ଇମ୍ରାନ କହିଛନ୍ତି; ପ୍ରଥମରୁ 3 ସପ୍ତାହର ବିଳମ୍ବ ହୋଇ ସାରିଛି କିନ୍ତୁ ସନ୍ଧାନ କରୁଥିବା କମ୍ପାନୀ ତରଫରୁ ମିଳିଥିବା ସଂକେତ ମାନି ଚାଲିଲେ ଆମେ ଆମ ସମୁଦ୍ର ତଟରେ ଏକ ବୃହତ ତେଲ ଭଣ୍ଡାର ପାଇପାରିବା । ଯଦି ଏହିପରି ହୁଏ, ତେବେ ପାକିସ୍ଥାନର ନକ୍ସା, ରୂପରେଖା ସଂପୂର୍ଣ୍ଣ ବଦଳି ଯାଇପାରେ ।

ପାକିସ୍ଥାନ ପ୍ରଧାନମନ୍ତ୍ରୀ ବିଶ୍ୱାସର ସହ କହିଛନ୍ତି; ଯଦି ଏହି ବିଶାଳ ତେଲ ଭଣ୍ଡାର ମିଳିଯାଏ, ତେବେ ପାକିସ୍ଥାନର ପ୍ରାୟ ଆର୍ଥିକ ସଙ୍କଟ ସୁଧୁରୀ ଯାଇପାରିବ ଏବଂ ଦେଶର ଉନ୍ନତି ପଥରେ କୌଣସି ଅବରୋଧ ରହିବ ନାହିଁ ।

ଅନୁମାନ ଅନୁସାରେ, ତେଲ ଭଣ୍ଡାର ସନ୍ଧାନ ହୋଇଯାଏ; ତେବେ ପାକିସ୍ଥାନ 10ଟି ତେଲ ଉତ୍ପାଦକ କମ୍ପାନୀ ମାନଙ୍କ ମଧ୍ୟରେ ସାମିଲ ହୋଇଯିବ ଓ କୁୱେତକୁ ମଧ୍ୟ ପଛରେ ପକାଇ ଦେଵ । କୁୱେତ ସାରା ପୃଥିବୀରେ 8.4 ପ୍ରତିଶତ ତେଲ ଭଣ୍ଡାରର ମାଲିକ ଅଟେ । ଏକ ଅନୁସନ୍ଧାନରୁ ଜଣା ପଡ଼ିଛି; ବର୍ତ୍ତମାନ ଦୁନିଆରେ 81.89 ପ୍ରତିଶତ ତେଲ ଭଣ୍ଡାର ଅପେକ୍ ଦେଶମାନଙ୍କ ପାଖରେ ଅଛି ।

ପାକିସ୍ଥାନର ବିଦେଶ ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି; ତାଙ୍କର ସରକାର ଏକ୍ସାନ ମୋବିଲ କମ୍ପାନୀ ଠାରୁ 10 ଅରବ ଡଲାରର ଜେନରେସନ କମ୍ପ୍ଲେକ୍ସ ତିଆରି କରିବା ପାଇଁ ଅଣ୍ଡାରଟେକିଙ୍ଗ ନେଇ ସାରିଛନ୍ତି ।

ହରୁନ କହିଛନ୍ତି; ଆମେରିକି କମ୍ପାନୀ ପୋର୍ଟ କାଶିମରେ ଏଲ୍.ଏନ୍.ଜି ବର୍ଥ ତିଆରି କରି ସାରିଲେଣି, ଯାହା କରାଚିରେ ଦ୍ଵିତୀୟ ସମୁଦ୍ର ପୋର୍ଟ ହୋଇପାରିବ ।

ମନ୍ତ୍ରୀ କହିଛନ୍ତି ଆମେରିକି ବିଦେଶୀ ନିବେଶକଙ୍କୁ ଭିତ୍ତିଭୂମି ଦିଆଯାଇ ସାରିଛି; ଯାହା ଫଳରେ ସେମାନେ ପାକିସ୍ଥାନରେ ନିବେଶ କରିବା ପାଇଁ ରାଜି ହୋଇସାରିଛନ୍ତି ।ବର୍ତ୍ତମାନ ଆମେ ସେମାନଙ୍କୁ ଆକର୍ଷିତ କରିବା ପାଇଁ ଚେଷ୍ଠା କରିବୁ ।

ପାକିସ୍ଥାନ ନିଜ ଦରକାର ମୁତାବକ 15 ପ୍ରତିଶତ ତେଲ ନିଜେ ଉତ୍ପାଦନ କରିପାରୁଛି ଓ ବାକି 85 ପ୍ରତିଶତ ତେଲ ଆପୃତି ଆୟତ୍ତ ମାଧ୍ୟମରେ ହେଉଛି । ପାକିସ୍ଥାନକୁ ତେଲ ପାଇଁ ସାଉଦି ଆରବ ଉପରେ ନିର୍ଭର କରିବା ପାଇଁ ପଡୁଛି ।

ବିଗତ କିଛି ବର୍ଷରେ ତେଲର ଦର ବଢିବା ଫଳରେ ପାକିସ୍ଥାନକୁ ନିଜ ବିଦେଶ ପୁଞ୍ଜି ଖର୍ଚ୍ଚ କରିବା ପାଇଁ ପଡୁଛି । ପାକିସ୍ଥାନର ବିଦେଶ ମୁଦ୍ରା ଭଣ୍ଡାର ପ୍ରାୟତଃ ଖର୍ଚ୍ଚ ହୋଇ ସାରିଛି । ପାକିସ୍ଥାନର ଆୟାତ ବିଲ୍ ବିଗତ ବର୍ଷର ଜୁଲାଇ ଓ ମଇ ମଧ୍ୟରେ 12.928 ଆରବ ଡଲାର ପର୍ଯ୍ୟନ୍ତ ପହଞ୍ଚି ଯାଇଛି ।

ଇମ୍ରାମ ଖାନ୍ କହିଛନ୍ତି ଯଦି ଆଲ୍ହା ଚାହାଁନ୍ତି ତେବେ ତେଲ ଭଣ୍ଡାର ଏତେ ବଡ଼ ହେବ, ଯାହା ଫଳରେ ଆମକୁ ଅନ୍ୟ ଦେଶ ପାଖରୁ ତେଲ ଆମଦାନୀ କରିବା ପାଇଁ ପଡିବ ନାହିଁ ।

ପାକିସ୍ଥାନ, ଚୀନ, ରୁଷର ମିଳିତ ନେତୃତ୍ୱରେ ସଂଘାଇ କପେରସନ୍ ଅର୍ଗାନାଇଯେସନରେ 2015ରେ ସାମିଲ ହୋଇଥିଲା । ଏହି ସଂଗଠକ ବିଶ୍ୱ ତେଲ ଭଣ୍ଡାରର ଏକ ବଡ଼ ଅଂଶକୁ ନିୟତ୍ରଣ କରୁଛି । ଯଦି ପାକିସ୍ଥାନ ତେଲ ଭଣ୍ଡାର ଖୋଜିବାରେ ସଫଳ ହୋଇଯାଏ; ତେବେ ସଂଘଟନରେ ପାକିସ୍ଥାନର ଏକ ବଡ଼ ଭାଗିଦାରୀ ରହିବ ।