ଭାଙ୍ଗିଯାଇଥିବା ରେଳଲାଇନ ଆଡ଼କୁ ଦ୍ରୁତ ବେଗରେ ବଢି ଯାଉଥିଲା ଟ୍ରେନ ! ଗରିବ ବାପା ଝିଅ ମଝିରେ ଠିଆ ହୋଇଗଲେ, ପରେ କିଛି ଏପରି ହେଲା….

Spread the love

ବାପା ଝିଅ ନିଜ ଜୀବନ ସହିତ ଖେଳି ଟ୍ରେନ ଦୁର୍ଘଟଣାକୁ ଅଟକାଇଲେ, ବଞ୍ଚାଇଲେ ହଜାର ହଜାର ଜୀବନ…

ଅଧିକାଂଶ ସମୟରେ ଦେଖାଯାଏ ଯେ, ଯେଉଁ ଲୋକଙ୍କ ଘରେ ଟଙ୍କାର ଅଭାବ ରହିଥାଏ; ସେମାନଙ୍କ ହୃଦୟ ବହୁତ ବଡ଼ ଥାଏ । ଅନେକ ଥର ଏମିତି ଲୋକମାନେ କିଛି ଏପରି କାର୍ଯ୍ୟ କରିଯାଉଛନ୍ତି, ଯାହାକୁ କରିବାର ସାହସ ଧନୀ ଲୋକମାନଙ୍କ ପାଖରେ ନଥାଏ । ଏପରି ହିଁ ଗୋଟିଏ ମାମଲା ତ୍ରିପୁରାର ଧନଚାରା ଗାଁରେ ଦେଖିବାକୁ ମିଳିଛି । ଏଠାରେ ଏକ ଗରିବ ବାପ ଝିଅଙ୍କ ଯୋଡ଼ି ନିଜ ଜୀବନ ସହିତ ଖେଳି ମଧ୍ୟ ହଜାର ହଜାର ଲୋକଙ୍କ ଜୀବନ ବଞ୍ଚାଇ ପାରିଥିଲେ । ଏମାନଙ୍କୁ ଦେଖନ୍ତୁ, ଇଏ ହେଇଛନ୍ତି ସ୍ୱପ୍ନ ଓ ତାଙ୍କ ୯ ବର୍ଷର ଝିଅ ସୋମତୀ ।

ସ୍ୱପ୍ନ ଓ ସୋମତୀଙ୍କ କାରଣରୁ ଗୋଟିଏ ବହୁତ ବଡ଼ ରେଳ ଦୁର୍ଘଟଣା ଘଟିବାରୁ ବର୍ତ୍ତିଗଲା ଓ ଶହ ଶହ ଲୋକଙ୍କ ଜୀବନ ମଧ୍ୟ ବଞ୍ଚିଗଲା । ଏହି କାହାଣୀ ବାଂଲାଦେଶ ଓ ମିୟାମାରର ରାସ୍ତାରେ ପଡ଼ୁଥିବା ତ୍ରିପୁରାର ଧନଚାରାରୁ ଆରମ୍ଭ ହୋଇଥିଲା । ସ୍ଵପ୍ନର ପରିବାର ବହୁତ ଗରିବ ଥିଲା । ସେଠାରେ ସ୍ୱପ୍ନ ନିଜର ୭ ଜଣ ସଦସ୍ୟ ବିଶିଷ୍ଟ ନିଜ ପରିବାରଙ୍କ ସହିତ ଜୀବନଯାପନ କରେ ।

ସ୍ୱପ୍ନର ଘରେ ଦିନରାତି ଖାଇବାର ବହୁତ ଅଭାବ ରହିଥାଏ ଏବଂ ସବୁଦିନ ଖାଇବା ପାଇଁ ମଧ୍ୟ କିଛି ନଥାଏ । ଏମିତିରେ ଗୋଟିଏ ଦିନ ନିଜ ପରିବାରକୁ ଭୋକରେ ଦେଖିବା ବଦଳରେ ସେ କିଛି ଅଲଗା କରିବା ପାଇଁ ଚିନ୍ତା କଲା । ସେ ନିଜ ଝିଅ ସୋମତୀକୁ ନେଇ ଘର ପାଖରେ ଥିବା ଘଞ୍ଚ ଜଙ୍ଗଲକୁ ଫଳ ଖୋଜିବା ପାଇଁ ଗଲା । ଜଙ୍ଗଲରେ ଫଳ ଖୋଜିବା ସହିତ ସେ ଗଛରୁ ବାଉଁଶ କାଟିବା ମଧ୍ୟ ଆରମ୍ଭ କଲା । କାରଣ ଏହାକୁ ବିକ୍ରି କରିବା ଦ୍ୱାରା କିଛି ଟଙ୍କା ରୋଜଗାର କରିପାରିବ ।

ଏହି ସମୟରେ ସେ ଦେଖିଲା ଯେ, ଗୋଟେ ଦିନ ପୂର୍ବରୁ ହୋଇଥିବା ବର୍ଷାରେ ଗୋଟିଏ ସ୍ଥାନରେ ବହୁତ କ୍ଷତି ହୋଇଛି । ଏହି କାରଣରୁ ରେଳର ଗୋଟିଏ ଲାଇନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏମିତିରେ ଯଦି ଟ୍ରେନ ଏଥିରେ ଯାଏ, ତେବେ ତାହା କ୍ରେସ ହୋଇ ତଳେ ପାଣିରେ ବୁଡ଼ିଯିବ । ଏହା ଦ୍ୱାରା ହଜାର ହଜାର ଲୋକଙ୍କ ଜୀବନ ମଧ୍ୟ ଚାଲିଯିବ । ଏମିତିରେ ସ୍ୱପ୍ନ ସେହି ଲାଇନରେ ହିଁ ବସି ଟ୍ରେନ ଆସିବାର ଅପେକ୍ଷା କରିବାକୁ ଲାଗିଲା । ଯେପରିକି ଏହି ଦୁର୍ଘଟଣାକୁ ଅଟକାଇ ପାରିବ ।

ଯେହେତୁ ଏହି ସ୍ଥାନରେ କେବଳ ଗୋଟିଏ ମାତ୍ର ଟ୍ରେନ ହିଁ ଯାଇଥାଏ, ଏଥିପାଇଁ ସ୍ୱପ୍ନକୁ ଏହାର ଅପେକ୍ଷାରେ ଘଣ୍ଟା ଘଣ୍ଟା ଧରି ସେଠାରେ ହିଁ ବସିବାକୁ ପଡ଼ିଲା । ଟିକିଏ ଚିନ୍ତା କରନ୍ତୁ, ଏହି ସମୟ ଯଦି ସେ ବାଉଁଶ କାଟିବାରେ ଓ ତାକୁ ବିକ୍ରି କରି ନିଜ ପରିବାରର ପେଟ ପୋଷିବା କାମରେ ଲଗାଇ ପାରିଥାନ୍ତା କିନ୍ତୁ ତା’ପାଇଁ ଅନ୍ୟ ଲୋକଙ୍କ ଜୀବନ ବଞ୍ଚାଇବା ପ୍ରାଥମିକତା ଥିଲା । କିଛି ଘଣ୍ଟାର ଅପେକ୍ଷା ପରେ ସ୍ୱପ୍ନ ଟ୍ରେନ ଆସିବାର ଶବ୍ଦ ଶୁଣିଲା ।

ବହୁତ ବେଗରେ ଆସୁଥିବା ଟ୍ରେନକୁ ଅଟକାଇବା ପାଇଁ ସ୍ୱପ୍ନ ରେଳ ଲାଇନ ମଝିରେ ହିଁ ଛିଡ଼ା ହୋଇଗଲା ଓ ନିଜ ଶାର୍ଟକୁ ଦୁଇ ଅଂଶ କରି ଫାଡ଼ି ଦେଲା ଏବଂ ପତାକା ଆକାରରେ ବ୍ୟବହାର କରିବାକୁ ଆରମ୍ଭ କଲା । ସେଠାରେ ରେଳରେ ବସିଥିବା ଇଞ୍ଜିନିୟର ଓ ଡ୍ରାଇଭର ଭାବିଲେ ଯେ, ଇଏ ଜଣେ ପାଗଳ ବ୍ୟକ୍ତି ଯିଏ ବୋଧହୁଏ ରେଳକୁ ଅଟକାଇ ଏଥିରେ ଚଢିବାକୁ ଚାହୁଁଛି । ସେଥିପାଇଁ ସେମାନେ ହର୍ନ ବଜାଇବାକୁ ଲାଗିଲେ ଓ ଟ୍ରେନ ସେହି ବେଗରେ ହିଁ ଆଗକୁ ବଢ଼ିବାରେ ଲାଗିଲା ।

ଯେବେ ସ୍ୱପ୍ନକୁ ଜଣାପଡ଼ିଲା ଯେ, ଟ୍ରେନ ଏପରି ଅଟକିବ ନାହିଁ, ତେବେ ସେ ନିଜ ସାମନାରେ ନିଜ ୯ ବର୍ଷର ଝିଅ ସୋମତୀଙ୍କୁ ମଧ୍ୟ ଠିଆ କରାଇ ଦେଲା । ବହୁତ ବେଗରେ ଆସୁଥିବା ଟ୍ରେନ ଆଗରେ ଠିଆ ହେବା ପାଇଁ ସୋମତୀ ଡରିବାକୁ ଲାଗିଲା କିନ୍ତୁ ତା’ର ବାପା ସାହସର ସହିତ କାମ କରିବା ପାଇଁ ଓ ଲୋକଙ୍କ ଜୀବନ ବଞ୍ଚାଇବାର କଥା କହିଲେ ଏବଂ ତାକୁ ସେଠାରେ ହିଁ ଅଟକାଇ ରଖିଲେ ।

ଶେଷରେ ଟ୍ରେନଟି କ୍ଷତିଗ୍ରସ୍ତ ଲାଇନର କିଛି ମାଇଲ ପୂର୍ବରୁ ହିଁ ଅଟକି ଗଲା । ଯେବେ ଟ୍ରେନ ଡ୍ରାଇଭର ସୋନୁ କୁମାର ମଣ୍ଡଳଙ୍କୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜଣା ପଡ଼ିଲା; ତେବେ ସେ ଏତେ ଖୁସି ହେଲେ ଯେ, ସେ ବାପ ଝିଅ ଦୁହିଁଙ୍କ ସାଥିରେ ଫୋଟୋ ମଧ୍ୟ ଉଠାଇଥିଲେ । ପରେ ସେ ଏହି କାହାଣୀକୁ ଫେସବୁକରେ ମଧ୍ୟ ସେୟାର କଲେ । ବହୁତ ଶୀଘ୍ର ହିଁ ଏହି ସାହସୀ ବାପ ଝିଅଙ୍କ ଯୋଡ଼ି ପ୍ରସିଦ୍ଧ ମଧ୍ୟ ହୋଇଗଲା ।

ଏହାପରେ ତ୍ରିପୁରାର ହେଲଥ, ସାଇନ୍ସ, ଓ ଟେକ ମିନିଷ୍ଟର ସୁଦୀପ ରାୟ ବର୍ମନ ଧନ୍ୟବାଦ ଅର୍ପଣ ସ୍ୱରୂପ ତାଙ୍କୁ ନିଜ ଘରକୁ ଖାଇବା ପାଇଁ ନିମନ୍ତ୍ରଣ ଦେଇଥିଲେ । ଏହା ସହିତ ସ୍ୱପ୍ନକୁ ରେଲୱାର୍ଡରେ ଚାକିରୀ ମଧ୍ୟ ଦିଆଗଲା ଏବଂ ଗୋଟିଏ ରେଳ ଷ୍ଟେସନର ନାମ ମଧ୍ୟ ତାଙ୍କ ନାମ ଅନୁସାରେ ରଖାଗଲା । ସ୍ୱପ୍ନ ଶିକ୍ଷିତ ନୁହଁନ୍ତି; ତେଣୁ ତାଙ୍କ ପାଇଁ ଶିକ୍ଷା ଗ୍ରହଣ କରିବାର ବ୍ୟବସ୍ଥା ମଧ୍ୟ କରାଗଲା । ଏହାର ଅତିରିକ୍ତ ଟ୍ରେନରେ ବସିଥିବା ୨ ହଜାର ଯାତ୍ରୀଙ୍କ ଜୀବନ ରକ୍ଷା କରିଥିବାରୁ କେତେ ଲୋକ ତାଙ୍କୁ ଟଙ୍କା ପଠାଇବା ମଧ୍ୟ ଆରମ୍ଭ କରିଦେଲେ ଯାହାର ରାଶି ୩ ଲକ୍ଷ ଟଙ୍କାରୁ ମଧ୍ୟ ଉର୍ଦ୍ଧ୍ବ ହୋଇସାରିଛି ।