ଏଟିଏମରେ ଏକୁଟିଆ ଛିଡା ହୋଇଥିବା ମହିଳାଙ୍କୁ ଲୁଟିବା ପାଇଁ ଆସିଥିଲା ଚୋର, ମହିଳାଙ୍କ ବ୍ୟାଙ୍କ ବେଲେନ୍ସ ଦେଖି ଉଡ଼ିଗଲା ହୋସ ।

Spread the love

ଲୋକଙ୍କୁ ଡ଼ରାଇ ଧମକାଇ ଏଟିଏମ ମେସିନରୁ ପଇସା ବାହାର କରି ନେଇଯିବା, ଏହିପରି ବହୁତ ଘଟଣା ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ । ଏହିପରି ଘଟଣା କ୍ଷେତ୍ରରେ ଲୋକମାନଙ୍କୁ ଯେତେବେଳେ ଏଟିଏମ ମେସିନ ପାଖରେ ଏକୁଟିଆ ଥିବାର ଦେଖିଥାନ୍ତି, ସେତେବେଳେ ଚୋର, ଡକାୟତମାନେ, ଲୋକକୁ ଭୟଭିତ କରି ଏଟିଏମରୁ ଟଙ୍କା ଉଠାଇବା ପାଇଁ ବାଧ୍ୟ କରିଥାନ୍ତି । କିଛି ଦିନ ତଳେ ଏହିପରି ଏକ ଘଟଣା ଘଟିଛି । ଠିକ ଏହିଭଳି ଭାବରେ ଗୋଟିଏ ମହିଳାଙ୍କୁ ଏଟିଏମ ଭିତରୁ ବାହାରୁ ଥିବାର ଦେଖି ତାଙ୍କ ପାଖକୁ ଏକ ବ୍ୟକ୍ତି ଆସିଗଲା । ଏହି ବ୍ୟକ୍ତି ଜଣକ ଚୋର ଥିଲା । ସେ ପ୍ରଥମେ ମହିଳାଙ୍କୁ ଛୁରୀ ଦେଖାଇ ଡରାଇଲା ଓ ପରେ ଏଟିଏମ ମେସିନରୁ ଟଙ୍କା ବାହାର କରିବା ପାଇଁ ବାଧ୍ୟ କରିଥିଲା । ଏହି ମହିଳା ଜଣକ ଏଟିଏମରେ ଏକୁଟିଆ ଥିଲେ ଓ ସେ ବିନା କୌଣସି ଆବାଜ କରି, କାହାକୁ ନ ଡାକି ସିଧା ଚୋରକୁ ଏଟିଏମ ରୁ ପଇସା ଉଠାଇ ଦେଇ ଦେଇଥିଲେ । କିନ୍ତୁ ଏହି ସବୁ ମଧ୍ୟରେ କିଛି ଏପରି ହେଲା, ଯାହା ଯୋଗୁ ଚୋରଟି ହସି ହସି ମହିଳାଙ୍କୁ ସବୁ ଟଙ୍କା ଫେରାଇ ଦେଇଥିଲା ଓ ବିନା କିଛି କାର୍ଯ୍ୟ କରି ସେଠାରୁ ଚାଲି ଯାଇଥିଲା । ଚୋରିର ଏହି ଅଜବ ଘଟଣା ଚୀନ ଦେଶର ଅଟେ । ପୁରା ଘଟଣା କ୍ୟାମେରାରେ ରେକର୍ଡ ହୋଇଛି ।

ମହିଳା ଚୋରଟିକୁ ୨୬୦୦୦ ଟଙ୍କା ଦେଇଥିଲେ :

ସୂଚନା ଅନୁଯାୟୀ, ଏହି ମହିଳା ଜଣକ ଚୋରଟି କହିବା ଅନୁଯାୟୀ ତାକୁ ଏଟିଏମ ରୁ ୨୫୦୦ ୟୁଆନ ବା ୨୬୦୦୦ ଟଙ୍କା ବହାର କରି ଦେଇଥିଲେ । କିନ୍ତୁ ଚୋର ଯେତେବେଳେ ଏହି ମହିଳାଙ୍କୁ ଅଧିକ ଟଙ୍କା ଦେବା ପାଇଁ କହିଥିଲା ଓ ମହିଳାଙ୍କୁ ନିଜ ବ୍ୟାଙ୍କ ବେଲେନ୍ସ ଦେଖେଇବା ପାଇଁ ମଧ୍ୟ କହିଥିଲେ । ଚୋର ଧମକାବା ଫଳରେ ମହିଳା ଡରି ଯାଇଥିଲେ ଓ ତାକୁ ନିଜ ବ୍ୟାଙ୍କ ବେଲେନ୍ସ ମଧ୍ୟ ଦେଖାଇଥିଲେ । ମହିଳାଙ୍କ ବ୍ୟାଙ୍କ ବେଲେନ୍ସ ଦେଖିବା ପରେ ଚୋରକୁ ହସ ଆସିଥିଲା ଓ ତାହାର ହୃଦୟ ତରଳି ଯାଇଥିଲା । କାରଣ ମହିଳାଙ୍କ ବ୍ୟାଙ୍କ ବେଲେନ୍ସ ଶୂନ୍ୟ ହୋଇଯାଇଥିଲା । ଅର୍ଥାତ ଏହି ମହିଳା ବ୍ୟାଙ୍କରେ ଥିବା ନିଜର ସବୁ ଟଙ୍କା ଚୋରକୁ ଦେଇ ଦେଇଥିଲେ ।

ମହିଳାଙ୍କ ବ୍ୟାଙ୍କ ବେଲେନ୍ସ ଶୂନ୍ୟ ଦେଖି ଚୋରକୁ ଏହି ମହିଳାଙ୍କ ଉପରେ ଦୟା ଆସି ଯାଇଥିଲା ଓ ସେ ମହିଳାଙ୍କ ଠାରୁ ଲୁଟିଥିବା ୨୬୦୦୦ ଟଙ୍କା ମଧ୍ୟ ତାଙ୍କୁ ଫେରାଇ ଦେଇଥିଲା । ପଇସା ଫେରାଇବା ପରେ ପୋଲିସ ଏହି ଚୋରକୁ ଗିରଫ କରିଥିଲା ଓ ପୋଲିସଙ୍କ କହିବା ଅନୁଯାୟୀ ସେ ପଇସା ଫେରାଇ ଦେଇଥିଲେ ମଧ୍ୟ ଚୋରି ତ କରିଥିଲା । ଏହି ଘଟଣା ଚୀନର ହୁୟୁଆନର ଆସିବିଆଇ ବ୍ୟାଙ୍କର ଏଟିଏମର ଅଟେ । ଏହି ଘଟଣାଟିର ଭିଡିଓ ଭାଇରଲ ହୋଇଛି ଓ ସିସିଟିଭିରେ ରେକର୍ଡ ହୋଇଥିବା ଏହି ଘଟଣାର ଭିଡିଓ ବର୍ତ୍ତମାନ ୟୁଟ୍ୟୁବରେ ଅପଲୋଡ଼ କରାଯାଇଛି । ଏହି ଭିଡିଓ ୫୦ ମିନିଟର ଅଟେ ଓ ଏହି ଭିଡିଓଟି ଲୋକଙ୍କୁ ବହୁତ ପସନ୍ଦ ଆସିଛି । ଏହି ଚୋରି ଘଟଣା ଏହି ବର୍ଷ ୧୬ ଫେବୃଆରୀର ଅଟେ ଓ ଏହି ଘଟଣାର ଭିଡ଼ିଓ କୁ ୧୧ ମାର୍ଚ୍ଚରେ ୟୁଟ୍ୟୁବରେ ସେୟାର କରାଯାଇଛି । ବର୍ତ୍ତମାନ ସୁଦ୍ଧା ଏହି ଭିଡିଓକୁ ୪୯୨୮,୫୮୩ ଜଣ ଲୋକ ଦେଖି ସାରିଛନ୍ତି । ଏହି ଭିଡିଓକୁ ଦେଖିଥିବା ଲୋକମାନେ ଚୋରକୁ ନେଇ ବହୁତ କମେଣ୍ଟ ମଧ୍ୟ ଦେଇଛନ୍ତି । କେତେକ ଲୋକ ଚୋର ର ଖୁବ ପ୍ରସଂସା ବି କରିଛନ୍ତି, ତାକୁ ଏକ ଭଲ ମଣିଷ ବୋଲି କହିଛନ୍ତି । କିନ୍ତୁ ବର୍ତ୍ତମାନ ଏହି ଚୋର ଜେଲରେ ଦଣ୍ଡ ଭୋଗ କରୁଛି ।