ଗୋଟିଏ ଚୋରର ପ୍ରେରକ କଥା, ଯଦି ବ୍ୟକ୍ତିକୁ ଉଚିତ୍ ରାସ୍ତା ଦେଖାଇବ; ତେବେ ସେ ସୁଧୁରିପାରେ ।

Spread the love

ଗୋଟିଏ ଚୋର ଯେତେବେଳେ ସନ୍ଥଙ୍କ ପ୍ରବଚନ ଶୁଣିଥିଲା, ତାର ଭୁଲକୁ ସେ ଅନୁଭବ କରିପାରିଥିଲା ଏବଂ ସେହି ଦିନ ଠାରୁ ନିଜର ଖରାପ କାମ ଛାଡି ସତ୍ୟ ପଥରେ ଅଗ୍ରସର ହୋଇଥିଲା ।

ଗୋଟିଏ ରାଜ୍ୟରେ ଗୋଟିଏ ଚୋର ଆସି ବାସ କରିବାକୁ ଲାଗିବ । ରାଜ୍ୟରେ ରହିବା ପରେ ଚୋର ଜାଣିବାକୁ ପାଇଲା, ଏହି ରାଜ୍ୟର ରାଜାଙ୍କ ନିଜ ଶୟନ କକ୍ଷରେ ସବୁ ଜିନିଷ ଗୁଡ଼ିକ ସୁନାର ଅଟେ । ଯାହାପରେ ଏହି ଚୋର ସେଗୁଡ଼ିକୁ ଚୋରେଇବା ଉଦ୍ଦେଶ୍ୟରେ ସେଠାରେ ରୋଷେଇ କାମ କାରିବାକୁ ଲାଗିଲା । ଏହି ଚୋର ଜଣକ ବହୁତ ସ୍ୱାଦିଷ୍ଟ ଭୋଜନ କରିପାରୁଥିଲା । ଏହି ଚୋରର ହାତରୁ ତିଆରି ସ୍ୱାଦିଷ୍ଟ ଖାଦ୍ୟକୁ ଭୋଜନ କରି ରାଜା ସମେତ ଅନ୍ୟାନ୍ୟ ରାଜକର୍ମଚାରୀମାନେ ବହୁତ ଖୁସି ହେଉଥିଲେ । ରାଜା ବହୁତ ଖୁସି ହୋଇ ଚୋରକୁ ପୁରସ୍କାର ସ୍ୱରୂପେ କିଛି ସ୍ଵର୍ଣମୁଦ୍ରା ଦେଲେ । ସ୍ଵର୍ଣମୁଦ୍ରାକୁ ଦେଖି ଚୋର ବହୁତ ଖୁସି ହୋଇଗଲା ଓ ମନରେ ଭାବିବାକୁ ଲାଗିଲା, “ମୁଁ ପ୍ରଥମ ଥର ପରିଶ୍ରମ କରି କିଛି ହାସଲ କରିପାରିଲି ।”

ଗୋଟିଏ ଦିନ ରାଜାଙ୍କ ଦରବାରକୁ ଗୋଟିଏ ସନ୍ଥ ଆସିଲେ ଓ ରାଜା ଏହି ଚୋରକୁ ସନ୍ଥଙ୍କ ପାଇଁ ଖାଇବାର ବ୍ୟବସ୍ତା କରିବା ପାଇଁ ଦାୟିତ୍ୱ ଦେଇଥିଲେ । ଏହି ଚୋର ଦିନରାତି ସନ୍ଥଙ୍କ ସେବା କରୁଥିଲେ ଓ ସନ୍ଥଙ୍କୁ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରି ଭୋଜନ କରିବାକୁ ଦେଉଥିଲେ । ଏହି ସନ୍ଥ ମହାଶୟ ମଧ୍ୟ ଚୋରର କାମ ଦେଖି ବହୁତ ଖୁସି ହୋଇଗଲେ । ଏହି ମଧ୍ୟରେ ଚୋରକୁ ଜଣାପଡ଼ିଲା କି ଆସନ୍ତା କାଲି ସନ୍ଥଙ୍କ ପ୍ରବଚନ ହେବାକୁ ଯାଉଛି ଓ ତାଙ୍କ ପ୍ରବଚନ ଶୁଣିବା ପାଇଁ ରାଜାଙ୍କ ମହଲରୁ ସମସ୍ତ ରାଜକର୍ମଚାରୀ ଯାଉଛନ୍ତି । ଚୋର ଭାବିଲା କି ଏହା ହିଁ ଉଚିତ ସମୟ ଅଟେ, ରାଜାଙ୍କ କକ୍ଷକୁ ଯାଇ ସମସ୍ତ ସ୍ଵର୍ଣ୍ଣ ଆଭୁଷଣ ଚୋରିବାର, ଏହିପରି ସୁଯୋଗ ବାରମ୍ବାର ମିଳିବ ନାହିଁ ।

ଯେତେବେଳେ ସନ୍ଥଙ୍କ ପ୍ରବଚନ ଆରମ୍ଭ ହେଲା, ସେତେବେଳେ ଚୋର ମଧ୍ୟ ସେହି ପ୍ରବଚନ ଶୁଣିବା ପାଇଁ ବସି ପଡ଼ିଲା । ସନ୍ଥ ନିଜ ପ୍ରବଚନରେ କହିଲେ, “କେବେ ମିଛ କହିବା ଉଚିତ ନୁହେଁ, ଯାହାର ଲୁଣ ଖାଉଥିବ ତାହା ପ୍ରତି କେବେ ଖରାପ କାମ କର ନାହିଁ ।” ସନ୍ଥଙ୍କ ଏହି କଥା ଚୋରର ହୃଦୟକୁ ଛୁଇଁ ଗଲା । ସନ୍ଥଙ୍କ ଏହି କଥାରେ ଚୋର ଗଭୀର ଚିନ୍ତାରେ ପଡିଗଲା । କିନ୍ତୁ କିଛି ସମୟପରେ ସେ ପ୍ରବଚନରୁ ହଠାତ୍ ଉଠି ଚୋରି କରିବାକୁ ରାଜାଙ୍କ ଶୟନ କକ୍ଷକୁ ଚାଲିଯିବ ଓ ରାଜାଙ୍କ କକ୍ଷରୁ ସମସ୍ତ ମୂଲ୍ୟବାନ ଦ୍ରବ୍ୟ ବାହାର କରିନେଲା । କିନ୍ତୁ ଯେତେବେଳେ ସେହି ଚୋର ରାଜାଙ୍କ ମହଲରୁ ବାହାରକୁ ଚାଲିବାକୁ ଲାଗିଲା, ସେତେବେଳେ ସନ୍ଥଙ୍କ କଥା ମନେ ପଡ଼ିଗଲା । ଯାହାଫଳରେ ଚୋର ସେହି ଦ୍ରବ୍ୟଗୁଡ଼ିକୁ ପୁଣି ରାଜାଙ୍କ ଶୟନ କକ୍ଷରେ ରଖିବାକୁ ନେଇଗଲା । କିନ୍ତୁ ଏହି ଚୋରକୁ ସୈନ୍ୟମାନେ ବନ୍ଦୀ କରିନେଲେ ଓ ରାଜାଙ୍କ ପାଖକୁ ନେଇଗଲେ ।

ରାଜାଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇଥିବା ଚୋର ରାଜାଙ୍କୁ ସବୁ ସତ୍ୟ କଥା କହିଲେ । ମୁଁ ଚୋରି କରିବା ଉଦ୍ଦେଶ୍ୟରେ ଏଠାକୁ ଆସିଥିଲି କିନ୍ତୁ ସନ୍ଥଙ୍କ ପ୍ରବଚନ ଶୁଣିବା ପରେ ମୋ ମନରେ ପରିବର୍ତ୍ତନ ଆସିଗଲା । ଚୋରର ଏହି କଥା ଶୁଣି ସନ୍ଥ ରାଜାଙ୍କୁ କହିଲେ, ଚୋରକୁ କ୍ଷମା କରି ଦିଅନ୍ତୁ । କାରଣ ଏହାର ମନ ସ୍ଵଛ ଅଟେ । ତାକୁ କେହି ବି କେବେ ମଧ୍ୟ ସଠିକ ରାସ୍ତା ଦେଖାଇ ନାହାନ୍ତି । ଏଥିପାଇଁ ଏହି ବ୍ୟକ୍ତି ଚୋରି କରୁଥିଲା । କିନ୍ତୁ ଯେତେବେଳେ ଏହି ବ୍ୟକ୍ତି ମୋ ପ୍ରବଚନ ଶୁଣିଲା, ସେତେ ବେଳେ ସେ ଅନୁଭବ କରିପାରିଲା ଯେ, ସେ ଯାହା କରୁଛି ତାହା ଭୁଲ୍ ଅଟେ ।

“ବ୍ୟକ୍ତିକୁ ଉଚିତ୍ ମାର୍ଗ ଦେଖାଇଲେ, ସେହି ବ୍ୟକ୍ତି ସୁଧୁରି ପାରେ” ଏହି କଥାକୁ ଚୋର ଆଜି ସିଦ୍ଧ କରି ଦେଖାଇଲା । ସନ୍ଥଙ୍କ କଥା ମାନି ରାଜା ଚୋରକୁ କ୍ଷମା କରିଦେଲେ । ଚୋର ମଧ୍ୟ ରାଜା ଓ ସନ୍ଥଙ୍କ ସମ୍ମୁଖରେ ଶପଥ କରି କହିଲେ, ସେ ଆଉ କେବେ ଚୋରି କରିବେ ନାହିଁ ।