ବିଦ୍ୟାଳୟର ଶିକ୍ଷକଙ୍କ ଏକ ଭୟାନକ କାରନାମା ! ୨୩ ପିଲାଙ୍କୁ ଦେଲେ ବିଷ !

Spread the love

ବିଜିଙ୍ଗ – ଚୀନର ହେନାନ ପ୍ରାନ୍ତର ଜଣେ ଶିକ୍ଷକ ଏକ ଭୟାନକ କାମ କରି ଦେଲେ । କିଣ୍ଡରଗର୍ଟନ୍ ର ଶିକ୍ଷକ ୨୩ ଜଣ ପିଲାଙ୍କୁ ନାଇଟ୍ରେଟ୍ ରୂପରେ ବିଷ ଖୁଆଇ ଦେଇଥିଲେ । ଏହାପରେ ପୋଲିସ ଶିକ୍ଷକଙ୍କୁ ଗିରଫ କରିଦେଲେ । ଯେତେବେଳେ ଜିଆଔଜୁଜୋର ମେଙ୍ଗମେଙ୍ଗ କିଣ୍ଡର୍ଗାର୍ଡେନର ଅଧ୍ୟୟନରତ ପିଲାମାନେ ଅଚେତା ହେଲେ ଓ ବାନ୍ତି କରିଲେ, ପରବର୍ତ୍ତୀ ସମୟରେ ସେହି ପିଲାମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତି କରାଗଲା ।

ସେହି ଦେଶର ମିଡ଼ିଆଙ୍କ ଅନୁସାରେ ଜିଆଔଜୁଜୋର ମେଙ୍ଗମେଙ୍ଗ କିଣ୍ଡରଗର୍ଟନ୍ ର ବୋଲି କୁହାଯାଉଛି । ସେଠାକାର ରିପୋର୍ଟ ଅନୁସାରେ, ଅଧିକାଂଶ ପିଲାମାନଙ୍କ ସ୍ୱାସ୍ଥ୍ୟରେ ସୁଧାର ହୋଇଥିବା ଯୋଗୁଁ, ସେମାନଙ୍କୁ ଡାକ୍ତରଖାନାରୁ ଡିସ୍-ଚାର୍ଜ (discharge) କରାଯାଇଛି । କିନ୍ତୁ ଶିକ୍ଷକଙ୍କ ଏହି ଭଳି ଏକ ଭୟାନକ କରନାମା ପାଇଁ ସେଠାରେ ଅଧ୍ୟୟନରତ ପିଲାମାନେ ଓ ସେମାନଙ୍କ ପରିବାର ସଂପୂର୍ଣ୍ଣ ଭୟଭୀତ ହୋଇ ଅଛନ୍ତି । ଗ୍ଲୋବଲ୍ସ ଟାଇମ୍ସ ରିପୋର୍ଟ ଅନୁସାରେ, ଗୋଟିଏ ପିଲାର ପରିବାର କହିଲେ କି ୨୫ ମାର୍ଚ୍ଚରେ ସେମାନଙ୍କୁ କିଣ୍ଡର୍ଗାର୍ଡେନ୍ ର ଗୋଟିଏ ଶିକ୍ଷକ ଫୋନ କରି କହିଲେ, ଆପଣଙ୍କର ପିଲା କିଛି ଖାଇ ଦେଇଛି । ଯେଉଁ କାରଣରୁ ପିଲା ବାନ୍ତି କରିଲା ଓ ଅଚେତା ହୋଇଗଲା ।

ସେହି ଦେଶର ମିଡ଼ିଆ, ଅଭିଭାବକଙ୍କ ତରଫରୁ କହିଲେ କି, ସେଠାରେ ପହଞ୍ଚିଲା ବେଳେ ଦେଖିଲେ, ସେଠାରେ ତାଙ୍କରି ପିଲା ଅଚେତା ହୋଇ ପଡ଼ିଥିଲା । ଯେଉଁ ପିଲାମାନେ ବାନ୍ତି କରୁଥିଲେ, ଅଚେତ ଥିବା ପିଲାଙ୍କ ପେଟ ଉପରେ ପଡିଥିଲା । ସେଠାରେ ଅନ୍ୟ ପିଲାମାନେ ମଧ୍ୟ ଥିଲେ ଯେଉଁମାନେ କି ନିରନ୍ତର ବାନ୍ତି କରୁଥିଲେ । ଦେହସାରା ହଳଦିଆ ରଙ୍ଗର ହୋଇଯାଇଥିଲା । ଅନ୍ୟ ପିଲାମାନଙ୍କୁ ଉପଚାର ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଲେ । ଚିକିତ୍ସକ ନିରୀକ୍ଷଣ କରିବାପରେ କହିଲେ କି ପିଲାମାନଙ୍କ ପେଟରେ ନାଇଟ୍ରେଟ ଥିବାର ଜଣାପଡ଼ିଲା । ବର୍ତ୍ତମାନ ଶିକ୍ଷକଙ୍କୁ ଗିରଫ କରି ସବୁ ପଚାରାଯାଉଛି ।