ସୁପ୍ରିମ କୋର୍ଟର ନିର୍ଦ୍ଦେଶ : ଏସିଡ ଆଟାକ୍ ଏକ ବର୍ବରଚିତ ଅପରାଧ ଅଟେ । ଏହି ଅପରାଧରେ ଜଡ଼ିତ ଅପରାଧୀକୁ ମାଫି ଦେବା ଉଚିତ୍ ନୁହେଁ ।

Spread the love

ଉଚ୍ଚ ନୟାଳୟ କହିଛନ୍ତି ଏସଡ ଆଟାକ୍ ଏକ ବର୍ବର ଓ ହୃଦୟ ବିହୀନ ଅପରାଧ ଅଟେ, ଏହିପରି ଅପରାଧ କରିଥିବା ଅପରାଧୀକୁ କ୍ଷମା କରିବା ଉଚିତ୍ ନୁହେଁ । ପୂର୍ବରୁ ଅଦାଲତ ୨୦୦୪ ମସିହାରେ ୧୯ ବର୍ଷୀୟ ଝିଅ ଉପରେ ଏସିଡ ଆଟାକ୍ ବା ଏସିଡ୍ ଫୋଫାଡିକୁ ନେଇ ଅପରାଧୀକୁ ୫ ବର୍ଷ ଜେଲ ଦାଣ୍ଡରେ ଦଣ୍ଡିତ କରିଥିଲା ଏବଂ ଦୁଇ ଅପରାଧୀ ମିଶି ପୀଡିତକୁ ୩ ଲକ୍ଷ ଟଙ୍କା ଦେବା ପାଇଁ ଆଦେଶ ଦେଇଥିଲେ ।

ଅଦାଲତ ହିମାଚଳ ସରକାରକୁ ନିର୍ଦ୍ଧେଶ ଦେଇଥିଲେ, ଏସଡ୍ ପୀଡ଼ିତ ଯୋଜନା ଅନୁସାରେ; ପୀଡିତାକୁ ଅର୍ଥ ପ୍ରଦାନ କରନ୍ତୁ । ନ୍ୟାୟାମୂର୍ତ୍ତି ଏ. ଏମ. ଖାନ୍-ବିଲ୍-କର ଓ ନ୍ୟାୟାମୂର୍ତ୍ତି ଅଜୟ ରସ୍ତୋଗୀ କହିଛନ୍ତି, ନିଶ୍ଚିତ ଦୁଇ ଅପରାଧୀ ଝିଅଟି ସହ ବର୍ବରଚିତ ଓ ଅମାନୁଷିକ ଭାବରେ ଏସିଡ୍ ଫୋଫାଡିଛନ୍ତି । ତେଣୁ ଅପରାଧୀମାନଙ୍କୁ କୌଣସି ପ୍ରକାର ସହନଶୀଳତା କିମ୍ବା କ୍ଷମା ଦିଆଯିବା ଉଚିତ୍ ନୁହେଁ ।

ପୀଠ କହିଛନ୍ତି; ଏହି ପର୍କାର ଅପରାଧରେ ଅପରାଧୀକୁ କ୍ଷମା ଦେବା ଉଚିତ୍ ନୁହେଁ । ନ୍ୟାୟାଧୀଶ କହିଛନ୍ତି; “ଏହିପରି ମାମଲାରେ ପୀଡିତକୁ ଭାବାମତ୍କ ଆଘାତ ଲାଗିଥାଏ । ତେଣୁ ଅପରାଧୀକୁ ଦଣ୍ଡ କିମ୍ବା କୋଣସି ଅର୍ଥ ସହାୟତା ପୀଡିତାକୁ ଉଚିତ୍ ନ୍ୟାୟ ଦେଇନଥାଏ ।”

ଦୁଇ ଅପରାଧୀକୁ ୧୦ ବର୍ଷ ଲେଖାଏଁ ଦଣ୍ଡକୁ କୋହଳ କରି ୫ ବର୍ଷ ଲେଖାଏଁ କରିବା ପାଇଁ ହିମାଚଳ ପ୍ରଦେଶ ଉଚ୍ଚ ନ୍ୟାୟଳୟରେ ୨୪ ମାର୍ଚ୍ଚ ୨୦୦୮ରେ ନିଷ୍ପତ୍ତି ନେଇଥିଲା ।

ପୀଡିତାଙ୍କ ଅନୁସାରେ, ୧୨ ଜୁଲାଇ ୨୦୦୪ ଦିନ କଲେଜ ଯିବା ସମୟରେ ୨ ଜଣ ଲୋକ ଆସି ଏସିଡ୍ ମାଡ଼ କରି ଚାଲି ଯାଇଥିଲେ । ଏହି ଏସିଡ୍ ମାଡ଼ରେ ପୀଡ଼ିତା ୧୬ ପ୍ରତିଶତ ପୋଡି ଯାଇଛନ୍ତି ।

ପୋଲିସ ଅପରାଧୀକୁ ଧରି, ଅପରାଧୀଙ୍କ ବିରୋଧରେ ମାମଲା ରଜ୍ଜୁ କରିସାରିବା ପରେ ତଳ ଅଦାଲତ ଅପରାଧୀଙ୍କୁ ୧୦ ବର୍ଷ ଲେଖାଏଁ ଦଣ୍ଡ ବିଧାନ ସହ ଓ ୫୦୦୦ ଟଙ୍କା ଲେଖାଏଁ ଜୋରିମାନା ମଧ୍ୟ ନିର୍ଣ୍ଣୟ ନେଇଥିଲେ କିନ୍ତୁ ଉଚ୍ଚ ଅଦାଲତ ପରେ ଏହି ଅପରାଧୀମାନଙ୍କ ଦଣ୍ଡକୁ କୋହଳ କରି ୫ବର୍ଷ କରିଥିଲେ ଓ ଜୋରିମାନା ୨୫ ହଜାର ଟଙ୍କା କରିଥିଲେ ।

ଉଚ୍ଚ ଅଦାଲତ କହିଛନ୍ତି ପୀଡ଼ିତା ୧୬ ଭାଗ ଜଳି ଯାଇଛନ୍ତି ଓ ଏହା ପୀଡ଼ିତାଙ୍କ ପାଇଁ ନିଜ ଜୀବନର ଏକ କଳଙ୍କିତ ଅଧ୍ୟାୟ ହୋଇ ରହିଯିବା ଜୀବନ ସାରା । ଅଦାଲତ ଅନୁସାରେ ୨ଜଣ ଅପରାଧୀ ନିଜ ଦଣ୍ଡ ଭୋଗି ସାରିଛନ୍ତି ଓ ସେମାନେ ଟଙ୍କା ମଧ୍ୟ ଦେଇ ସାରିଛନ୍ତି ଓ ସେମାନଙ୍କୁ ଗତ ବର୍ଷ ସେପ୍ଟେମ୍ବରରେ ଦଣ୍ଡ ମୂକ୍ତ କରିଦିଆଯାଇଛି ।

ହିମାଚଲ ପ୍ରଦେଶ ନ୍ୟାୟାଧୀଶ କହିଛନ୍ତି, ଦୁଇ ଜଣ ଅପରାଧୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଅନ୍ୟ କାହାର ହସ୍ତକ୍ଷେପ କରିବା ଆବଶ୍ୟକ ନୁହେଁ । ଅପରାଧୀମାନେ ଦେଢ଼ ଲକ୍ଷ ଟଙ୍କା ପୀଡିତାକୁ ଅତିରିକ୍ତ ଦେବାକୁ ଆଦେଶ ଦେଇଛନ୍ତି ।