ଛାତ୍ର ଜଣକ ପ୍ରଧାନମନ୍ତ୍ରୀଙ୍କୁ କହିଲା- “ମୁଁ ରାଷ୍ଟ୍ରପତି ହେବାକୁ ଚାହୁଁଛି” । ଏହାପରେ ମୋଦିଙ୍କ ଉତ୍ତର ଶୁଣି ହସିବାକୁ ଲାଗିଲେ ସମସ୍ତ ଛାତ୍ର ।

Spread the love

ଭାରତର ମୁନ୍ ଲେଣ୍ଡର ବିକ୍ରମ ସହିତ ସେହି ସମୟରେ ସମ୍ପର୍କ ଭାଙ୍ଗି ଯାଇଥିଲା, ଯେତେବେଳେ ସେ କ୍ଷୀପ୍ର ଗତିରେ ଚନ୍ଦ୍ରମା ଆଡ଼କୁ ବଢ଼ିବାକୁ ଲାଗିଥିଲେ । ସମ୍ପର୍କ ଭାଙ୍ଗିଯିବା ପରେ ଇସ୍ରୋର ବୈଜ୍ଞାନିକମାନଙ୍କୁ ନିରାଶା ଦେଖିବାକୁ ମିଳିଥିଲା । ନିରାଶ ହୋଇଥିବା ବୈଜ୍ଞାନିକ ମାନଙ୍କୁ ଦେଖି ପିଏମ୍ ମୋଦି ଆଶ୍ଵସ୍ତ ଦେଇ କହିଥିଲେ କି ଜୀବନରେ ଉଠାଣି ଗଢ଼ାଣି ଆସିଥାଏ ଏବଂ ଆମର ଆଶା ଓ ଧର୍ଯ୍ୟକୁ ଆମକୁ ଜୀବନରେ ସମସ୍ତଙ୍କ ଠାରୁ ଅଲଗା କରାଇଥାଏ । ହଁ ଆଜ୍ଞା, ଲେଣ୍ଡର ବିକ୍ରମର ଲେଣ୍ଡିଙ୍ଗ ଦେଖିବା ପାଇଁ ପିଏମ୍ ମୋଦି ନିଜେ ଇସ୍ରୋର କେନ୍ଦ୍ରରେ ସ୍କୁଲ ଛାତ୍ରମାନଙ୍କ ସହ ଉପସ୍ଥିତ ଥିଲେ । ଯେଉଁଠାରେ ସେ ଛାତ୍ରମାନଙ୍କ ସହ ଅନେକ କଥା ହୋଇଥିଲେ ଏବଂ ସେହି ସମୟରେ ଜଣେ ଛାତ୍ର ତାଙ୍କୁ ଗୋଟିଏ ହୃଦୟସ୍ପର୍ଶୀ ପ୍ରଶ୍ନ ପଚାରି ଦେଇଥିଲେ, ଯାହାର ଜବାବରେ ସମସ୍ତେ ଉଚ୍ଚହାସ୍ୟରେ ହସିବାକୁ ଲାଗିଲେ ।

ଚନ୍ଦ୍ରଯାନ-୨ର ଲେଣ୍ଡିଂ ଦେଖିବା ପାଇଁ ଇସ୍ରୋ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦି ସମେତ ସ୍କୁଲ୍ ଛାତ୍ର ମଧ୍ୟ ଉପସ୍ଥିତ ଥିଲେ, ଯାହାକୁ କ୍ଵିଜ୍ ମାଧ୍ୟମରେ ଲାଇଭ ପ୍ରସାରଣ ଦେଖିବାକୁ ମଉକା ମିଳିଥିଲା । ପିଏମ୍ ମୋଦି ସ୍କୁଲ ପିଲାଙ୍କ ସହ ପୁରାପୁରି ଛୋଟ ପିଲା ହୋଇଯାଇଥିଲେ ଏବଂ ତାଙ୍କ ସହ ମସ୍ତି କରିବାକୁ ମଧ୍ୟ ପଛେଇ ନଥିଲେ ଏବଂ ଏମିତି କିଛି ଏହି ସମୟରେ ମଧ୍ୟ ହୋଇଛି । ଚନ୍ଦ୍ରଯାନ-୨ର ଲେଣ୍ଡୀଙ୍ଗ ଦେଖିବା ପାଇଁ ଉପସ୍ଥିତ ଥିବା ପିଲାଙ୍କ ସହିତ ପିଏମ୍ ମୋଦି କଥାବାର୍ତ୍ତା ହେବାର ନଜର ଆସିଥିଲେ ଓ ତାଙ୍କ ଦ୍ଵାରା ପଚରାଯାଇଥିବା ପ୍ରଶ୍ନର ଉତ୍ତର ମଧ୍ୟ ଦେବାର ନଜର ଆସିଥିଲେ ।

ପିଲାମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପଚାରିଥିଲେ ଏହି ପ୍ରଶ୍ନ :

ପ୍ରଶ୍ନ ଉତ୍ତର ସମୟରେ ଗୋଟିଏ ପିଲା ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଲା, ସେ ଭବିଷ୍ୟତରେ ଦେଶର ରାଷ୍ଟ୍ର ପତି ହେବାକୁ ଚାହୁଁଛି । ଏହି ପ୍ରଶ୍ନକୁ ଶୁଣି ପ୍ରଧାନମନ୍ତ୍ରୀ ମୋଦିଙ୍କର ଚେହେରାରେ ଏକ ଅଜବ ପ୍ରକାରର ହସ ଦେଖାଯାଇଥିଲା; ଯାହାକି ସମସ୍ତଙ୍କର ହୃଦୟକୁ କିଣି ନେଇଥିଲା । ଜଣାଇ ଦେଉଛୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପିଲାମାନଙ୍କ ସହ କଥାବାର୍ତ୍ତା ହେବା ବହୁତ ପସନ୍ଦ ହୋଇଥାଏ, ଯେଉଁଥିପାଇଁ ସେ ଯେତେବେଳେ ମଧ୍ୟ ପିଲାମାନଙ୍କ ଗହଣରେ ରହିଥାନ୍ତି, ସେତେବେଳେ ସେ ମଧ୍ୟ ପିଲା ଭଳି ବ୍ୟବହାର କରିଥାନ୍ତି । ଯାହାର ଅନେକ ଗୁଡ଼ିଏ ଭିଡିଓ ଅଥବା ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥାଏ ।

ପ୍ରଧାନମନ୍ତ୍ରୀ ମୋଦି ଦେଇଥିଲେ ଏହି ଉତ୍ତର :

ପିଏମ୍ ମୋଦି ସେହି ପିଲାର ପ୍ରଶ୍ନକୁ ଶୁଣି ପ୍ରଥମେ ତାର ପିଠିକୁ ଥାପୁଡାଇଲେ ଏହାପରେ ଉତ୍ତର ଦେବାକୁ ଯାଇ କହିଲେ, ରାଷ୍ଟ୍ରପତି ହିଁ କଣ ପାଇଁ, ପ୍ରଧାମନ୍ତ୍ରୀ ହେବା ପାଇଁ ଚାହୁଁ ନାହଁ କାହିଁକି ? ଏହି ଉତ୍ତରକୁ ଶୁଣିବା ପରେ ସେଠାରେ ଉପସ୍ଥିତ ଥିବା ସମସ୍ତ ପିଲା ହସିବାକୁ ଲାଗିଲେ ଏବଂ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଉଚ୍ଚସ୍ୱରରେ ହସିବାର ନଜରକୁ ଆସିଥିଲା । ଏହା ପୂର୍ବରୁ ଅନେକ ପିଲା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶ୍ନ ଉତ୍ତର କରିଥିଲେ, ଯାହାପରେ ପିଏମ୍ ମୋଦି ପିଲାମାନଙ୍କର ଧୌର୍ଯ୍ୟକୁ ବଢ଼ାଇଥିଲେ ଏବଂ ତାଙ୍କୁ ଭବିଷ୍ୟତରେ କେବେ ମଧ୍ୟ ନିରାଶ ନ ହେବାକୁ ଉପଦେଶ ଦେଇଥିଲେ ।

ସମ୍ପର୍କ ଭାଙ୍ଗିଯିବା ପରେ ନିରାଶ ହୋଇଥିବା ବୈଜ୍ଞାନିକମାନେ :

ଚନ୍ଦ୍ରମା ଠାରୁ ଠିକ୍ ୨.୧ କିଲୋମିଟର ପୂର୍ବରୁ ସମ୍ପର୍କ ଭାଙ୍ଗିଯିବା ପରେ ବୈଜ୍ଞାନିକମାନେ ନିରାଶ ହୋଇଯାଇଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ଧୌର୍ଯ୍ୟକୁ ବଢାଇବାକୁ ଯାଇ କହିଥିଲେ, ଆପଣ ଆପଣମାନଙ୍କର ବେଷ୍ଟ ବୃଦ୍ଧି ଖଟାଇ କାର୍ଯ୍ୟ କରିଛନ୍ତି ଏବଂ ଏହା କୌଣସି ସଫଳତା ଠାରୁ କମ୍ ନୁହେଁ । ଜୀବନରେ ଉଠାଣି ଗଢାଣି ଆସିଥାଏ ଏବଂ ଆମର ଆଶା ରହିଛି କିନ୍ତୁ ଭାଙ୍ଗି ନାହିଁ । ଆମେ ଆଗକୁ ପୁଣି ଥରେ ପ୍ରୟାସ କରିବା । ଏହା ସହିତ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ସାରା ଦେଶକୁ ବୈଜ୍ଞାନିକ ମାନଙ୍କ ଉପରେ ଗର୍ବ ଅଟେ । କାରଣ ଆପଣମାନେ ଏତେ ଦୃଢତାର ସହିତ ଏହି ମିସନ୍ ଉପରେ କାମ କରିଥିଲେ ।