ଏହି ସୁଡଙ୍ଗ ହୋଇଯିବା ପରେ ଭାରତର ସାମର୍ଥ୍ୟ ଚୀନ ଓ ପାକିସ୍ତାନ ଠାରୁ ଦୁଇଗୁଣ ଅଧିକ ହୋଇଯିବ ।

Spread the love

ରୋହତାଙ୍ଗରେ ହୋଇଥିବା ଏହି ସୁଡଙ୍ଗ ଫଳରେ ଭାରତୀୟ ସୈନିକମାନଙ୍କ ସାମର୍ଥ୍ୟ ଯଥେଷ୍ଟ ବଢି ଯାଇଛି ।

ସାରା ଦୁନିଆରେ ବହୁତଗୁଡିଏ ଅଜବଗଜବ ଜିନିଷ ଦେଖିବା ପାଇଁ ମିଳିଥାଏ ଓ ସେ ଗୁଡିକ ନିଜର ଅଲଗା ପରିଚୟ ପାଇଁ ଚର୍ଚ୍ଚାରେ ରହିଥାଏ । ଭାରତରେ ମଧ୍ୟ ଏପରି ଏକ ସ୍ଥାନ ରହିଛି; ଯାହା ଦୁନିଆରେ ଖୁବ୍ ପ୍ରସିଦ୍ଧ ଅଟେ । ଆମେ କହିବାକୁ ଚାହୁଞ୍ଚୁ; ଲେହମନାଲି ହାଇୱେ ବିଷୟରେ, ଯାହା ବିଶ୍ଵର ସବୁଠୁ ଉଚ୍ଚ ଓ ଲମ୍ବା ସଡକମାନଙ୍କ ମଧ୍ୟରୁ ଗୋଟିଏ । ଏହି ସଡକରେ ଖୁବ୍ ଶୀଘ୍ର ଏକ ସୁଡଙ୍ଗ ତିଆରି ହେବାକୁ ଯାଉଛି । ଯାହା ଭାରତୀୟ ସୈନିକମାନଙ୍କର ସାମର୍ଥ୍ୟକୁ ଦୁଇ ଗୁଣ କରିଦେବ । ଆପଣ ବର୍ତମାନ ଚିନ୍ତା କରୁଥିବେ, କିପରି ସୁଡଙ୍ଗ ହେବ ? ଏବଂ କିପରି ସୈନିକମାନଙ୍କ ସାମର୍ଥ୍ୟ ବଢିପାରିବ ? ସର୍ବ ପ୍ରଥମେ କହିବା ପାଇଁ ଚାହୁଞ୍ଚୁ, ରୋହତାଙ୍ଗ ଟର୍ନଳ ଭାରତକୁ ଚୀନ ଓ ପାକିସ୍ତାନ ସହ ସଂଯୋଗ କରିବ ଯାହା ଫଳରେ ଭାରତୀୟ ସେନା ଅଧୀନରେ ଏହି ଅଞ୍ଚଳଗୁଡିକ ରହିବ ଏବଂ ସେନା ଅଧିକୃତ ଅଞ୍ଚଳ ବଢି ଯାଇପାରିବ ।

କହିବ ପାଇଁ ଚାହୁଞ୍ଚୁ; ରୋହତାଙ୍ଗ ଟର୍ନଳ ତିଆରି କରିବା ପାଇଁ ପ୍ରସ୍ତାବ ବର୍ଷ ୧୯୮୩ରେ ମିଳିଥିଲା । କିନ୍ତୁ ୨୦୧୦ ମସିହାରେ ଏହାର କାର୍ଯ୍ୟ ଶୁଭାରମ୍ଭ କରଯାଇଥିଲା ଓ ଏହାକୁ ୨୦୧୯ ସୁଧା ଶେଷ କରିବା ପାଇଁ ଯୋଜନା ରହିଥିଲା । କହିବା ପାଇଁ ଚାହୁଞ୍ଚୁ, ଏହି ଟର୍ନଳର ଦୈର୍ଘ୍ୟ ୮.୮ କିମି ଅଟେ ଓ ଏହାକୁ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳ ଭିତ୍ତିରେ ପ୍ରସ୍ତୁତ କରଯାଇଛି । ଏହି ଟର୍ନଳର ପ୍ରସ୍ତୁତି ପରେ ଆପଣଙ୍କ ଯାତ୍ରାର ୪ ରୁ ୫ ଘଣ୍ଟାର ସମୟ ବଞ୍ଚି ଯାଇପାରିବ । କହିବ ପାଇଁ ଚାହୁଞ୍ଚୁ; ଏହି ସୁଡଙ୍ଗ ଲାହୋଲ ଜିଲ୍ଲାର ମୁଖ୍ୟାଳୟ, ମନାଳୀ ଓ କେଲଙ୍ଗର ଦୂରତକୁ ୪୮ କିମି ପର୍ଯ୍ୟନ୍ତ କମ କରିଦେଇ ପାରିବ ।

ଏହିପରି ଯୋଜନାରେ କାର୍ଯ୍ୟ କରୁଥିବା ଇଞ୍ଜିନିୟରମାନେ କହିଛନ୍ତି; ରୋହତାଙ୍ଗ ଟର୍ନଳର ନିର୍ମାଣ ଫଳରେ ବର୍ଷ ତମାମ ଲାହୋଲ ଓ ସ୍ଫୀତି ଘାଟି ମଧ୍ୟରେ ସମ୍ପର୍କ ସ୍ଥାପନ କରିହେବ । ବର୍ତମାନ ସୁଡଙ୍ଗ ମନାଲି ଲେହ ରାଜମାର୍ଗରୁ ପାଞ୍ଚାଳ ପର୍ଯ୍ୟନ୍ତ ତିଆରି କରାଯିବ । ଯାହା ମାନାଲି ଠାରୁ ପାଖାପାଖି ୯ କିମି ଦୂରରେ ଅବସ୍ଥିତ ଅଟେ, ଏହାପରେ ହାଇୱେ ସହ ସଂଯୁକ୍ତ ହେବ । ଏହା ମାଧ୍ୟମରେ ଲାହୋଲରେ ରହୁଥିବା ଆଦିବାସୀ ମାନଙ୍କୁ ଥଣ୍ଡା ସମୟରେ ଦେଶର ଅନ୍ୟ ସ୍ଥାନ ସହ ଯୋଗାଯୋଗ କରିବା ପାଇଁ ସୁବିଧା ହୋଇପାରିବ, ଏହା ସହ ଚିକିତ୍ସା, ଆପତିକାଳ ପରିସ୍ଥିତିରେ ମଧ୍ୟରେ ସୁଡଙ୍ଗରେ ଯାତାୟାତ କରିବା ପାଇଁ ଅନୁମତି ଦିଆଯିବ । ଖୋଲା ଯିବା କାର୍ଯ୍ୟ ଶେଷ ହୋଇ ସାରିବା ପରେ ସମୟ ଅନ୍ତରାଳରେ ସୁରକ୍ଷା, ଅଗ୍ନି ସୁରକ୍ଷା, ଭେଣ୍ଟିଲେସନ୍ ଓ ଫୋନ ବୁଥ୍ ପରି କାମର ଯାଞ୍ଚ ପରେ ସୁଡଙ୍ଗ ସାମାନ୍ୟ ଟ୍ରାଫିକ ପାଇଁ ଖୋଲି ଦିଆଯିବ ।

ହିମାଞ୍ଚଳ ପ୍ରଦେଶର ରେହତାଙ୍ଗର ଏହି ସୁଡଙ୍ଗ ୧୦୦୦୦ ଫିଟର ଉଚ୍ଚତାରେ ରହିଛି ଓ ଏହାର ପ୍ରସ୍ତୁତି ସମୟରେ ବହୁତ ଗୁଡିଏ ଭୌଗୋଳିକ ସମସ୍ୟା ଦେଇ ଗତି କରିବା ପାଇଁ ପଡିଥିଲା । ଏହି ପରିଯୋଜନାରେ ଲିପ୍ତ ଥିବା ଇଞ୍ଜିନିୟରଙ୍କ କହିବ ଅନୁସାରେ ୨୦୧୭ରେ ସୁଡଙ୍ଗର ଦୁଇ ପାର୍ଶ୍ଵର କାମ ପୂର୍ଣ ହୋଇସାରିଥିଲା ଓ ୨୦୧୯ ମସିହାର ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଏହି ଏକ୍ସପୋର୍ଟମାନଙ୍କ ଦଳ ସୁଡଙ୍ଗର କାର୍ଯ୍ୟ ଆରମ୍ଭ କରିଦେବେ ।

ଭାରତର ସୈନ୍ୟ ବଳ ବିଷୟରେ ଯଦି ଚିନ୍ତା କରାଯାଏ, ତେବେ ସୈନ୍ୟମାନଙ୍କ କହିବା ଅନୁସାରେ କାରଗିଲ ଯୁଦ୍ଧ ସମୟରେ ସଡକର ମହତ୍ଵ ଅନୁଭବ କରାଯାଇଥିଲା । ହିମାଞ୍ଚଳର ଜମ୍ମୁ-କାଶ୍ମୀର ଓ ରେହତାଙ୍ଗ ପାର୍ଶ୍ଵରେ ଥିବା ସଡକ ଥଣ୍ଡା ସମୟରେ ଅବରୁଦ୍ଧ ହୋଇଯାଇ ଥାଏ । ଏହି ସମୟରେ ଏହି ସୁଡଙ୍ଗର ନିର୍ମାଣ ଫଳରେ ନା କେବଳ ଦୂରତା କମ କରା ଯାଇପାରିବ ସବୁ ସମସ୍ୟାର ମୁକାବିଲା ମଧ୍ୟ କରଯାଇ ପାରିବ । ଏହି ସୁଡଙ୍ଗର ନିର୍ମାଣ ଫଳରେ ଏକ ଭିତିଭୂମି ସ୍ଥାପନ କରାଯାଇପାରିବ ।