ପେଟ କିମ୍ବା କିଡନୀରେ ପଥରୀ ସମସ୍ୟା ଭୋଗୁଥିଲେ ଏହି ଘରୋଇ ଉପଚାର ଆପଣାଇ ରୋଗ ମୁକ୍ତ ହୁଅନ୍ତୁ ।

Spread the love

ଔଷଧ ଅପେକ୍ଷା କିଛି ଘରୋଇ ଉପଚାର ରହିଛି ଯାହାର ବ୍ୟବହାର ଫଳରେ ଆପଣ ଅନେକ ସମସ୍ୟାରୁ ମୁକ୍ତି ପାଇପାରିବେ ।

ଅନେକ ରୋଗ ଏପରି ରହିଛି, ଯାହାର ଚିକିତ୍ସା ପାଇଁ ଔଷଧ ଖାଇବା ସହ ଆମେ କିଛି ଘରୋଇ ଉପଚାର ଆପଣିବା ଦ୍ଵାରା ସେଥିରୁ ମୁକ୍ତି ପାଇ ପାରିବା । ଅତୀତର ଲୋକଙ୍କ ପାଖରେ ପୀଡ଼ା ଏବଂ ରୋଗ ପାଇଁ ଅନେକ ଘରୋଇ ଉପଚାର ରହିଥିଲା, ଯାହାର ଉପଯୋଗ କରି ସେମାନେ ସେହି ରୋଗରୁ ମୁକ୍ତି ପାଉଥିଲେ । ପେଟ ଜନିତ ପୀଡ଼ା, ମୁଣ୍ଡ ପୀଡ଼ା ଇତ୍ୟାଦିର ଘରୋଇ ଉପଚାର କରି ସେଥିରୁ ଆମେ ଉପଶମ ପାଇପାରିବା । ଏହିପରି ପଥରୀ (Stone) ସମସ୍ୟାର ଉପଚାର ପାଇଁ ପୁରୁଣା କିଛି ଘରୋଇ ଉପଚାର କଲେ ସେଥିରୁ ଆମେ ମୁକ୍ତି ପାଇ ପାରିବା ।

ପଥରୀ ରୋଗ ହେବା ଆଜିକାଲିର ଏକ ସାଧାରଣ ସମସ୍ୟା ଅଟେ । ପରିସ୍ରାରେ କ୍ୟାଲସିୟାମ ଏବଂ ଅନ୍ୟ କ୍ଷାରୟ ଦ୍ରବ୍ୟ ମିଶ୍ରଣ ହେବା ଫଳରେ କିଛି ସମୟ ପରେ ମୂତ୍ର ମାର୍ଗରେ ଧୀରେ ଧୀରେ କଠିନ ପଦାର୍ଥ ତିଆରି ହେବାରେ ଲାଗିଥାଏ, ଯାହାକୁ ପଥରୀ (Stone) କୁହାଯାଏ ।

ପଥରୀ ରୋଗର ଲକ୍ଷଣ :-

ପୀଡ଼ା ହେବା :

ପେଟର ତଳ ଭାଗରେ ପଥରୀ ରୋଗର ଲକ୍ଷଣ ଦେଖାଯାଇ ଥାଏ ଏବଂ ଗୁପ୍ତାଙ୍ଗର ଉପର ଭାଗରେ ଏହାର ପୀଡ଼ା ଅଧିକ ହୋଇଥାଏ । ଏହି ପୀଡ଼ା ବେଳେବେଳେ ଅତ୍ୟାଧିକ ମାତ୍ରାରେ ହେବାରେ ଲାଗେ ତ ବେଳେବେଳେ ଏହାର ପୀଡ଼ା ଧୀରେ ହୋଇଥାଏ ।

– ବାରମ୍ବାର ମୂତ୍ର ଆସିବା ।

– ମୂତ୍ର ତ୍ୟାଗ ସମୟରେ ପୀଡ଼ା ହେବା ।

– ରହି ରହି ପରିସ୍ରା ହେବା ।

– ପିଠି ଏବଂ ପେଟରେ ପୀଡ଼ା ହେବା ।

– ବହୁତ ଜୋରରେ ମୂତ୍ର ହେବା ।

– ହଠାତ ପରିସ୍ରା ବନ୍ଦ ହୋଇଯିବା ।

ପଥରୀ ରୋଗର ଘରୋଇ ଉପଚାର ।

ଯଦି ଆପଣଙ୍କ ପେଟରେ ପଥରୀ ହୋଇଛି ଏଥିପାଇଁ ଆପଣଙ୍କୁ ପଥରିଚଟ୍ଟା ପତ୍ର ନେଇ ସେଥିରେ ମିଶ୍ରିର କିଛି ଦାନା ମିଶାଇ ଭଲ ରୂପେ ବାଟି ଦିଅନ୍ତୁ । ପଥରିଚଟ୍ଟା ଏକ ଔଷଧୀୟ ଗୁଣ ଭରା ଗୁଳ୍ମ ଅଟେ । ଏହାକୁ କିଡନୀ ଜନିତ ରୋଗରୁ ଉପଶମ ପାଇବା ପାଇଁ ବ୍ୟବହାର କରା ଯାଇଥାଏ । ଏହି ଔଷଧୀୟ ଗୁଣ ଥିବା ଗୁଳ୍ମଟି ଭାରତରେ ମିଳିଥାଏ । ଯଦି କିଡ୍ନୀରେ ପଥରୀ ହୋଇଛି; ତେବେ ଏହି ଗୁଳ୍ମର ବ୍ୟବହାର ଫଳରେ ଆପଣ ଏଥିରୁ ମୁକ୍ତି ପାଇପାରିବେ ।

ଏକ ଗ୍ଲାସ ପାଣିରେ ଦୁଇରୁ ତିନୋଟି ବଡ଼ ଅଳେଇଚ, ଏକ ଚାମଚ ମିଶ୍ରି ଏବଂ କିଛି ତରୁଭୂଜ ମଞ୍ଜିକୁ ଭିଜାଇ ଦିଅନ୍ତୁ । ପ୍ରତିଦିନ ସକାଳେ ଏହାକୁ ସେବନ କରିବା ଦ୍ୱାରା ଆପଣ ପଥରୀ ରୋଗରୁ ଉପଶମ ପାଇ ପାରିବେ ।

କିଡ୍ନୀରୁ ପଥରୀ ବାହାର କରିବା ପାଇଁ ଅଁଳା ମଧ୍ୟ ଲାଭଦାୟକ ଅଟେ । ପ୍ରତିଦିନ ସକାଳେ ଅଁଳା ଗୁଣ୍ଡ ଖାଆନ୍ତୁ । ଜାମୁକୋଳିର ମଞ୍ଜିକୁ ଏଥିରେ ମିଶାଇ ଖାଇଲେ ପଥରୀ ରୋଗରୁ ଉପଶମ ମିଲିଥାଏ ।

ପଥରୀ ରୋଗକୁ ମୂଳରୁ ଉପଶମ ପାଇବା ପାଇଁ ହେଲେ ଆପଣ ଅମୃତଭଣ୍ଡାର ଗଛର ଚେରର ବ୍ୟବହାର କରି ପାରିବେ । ସାତରୁ ଆଠ ଗ୍ରାମ ଅମୃତଭଣ୍ଡାର ଚେରକୁ ଏକ ଗ୍ଲାସ ପାଣିରେ ଭଲ ରୁପେ ଭିଜାଇ ଦିଅନ୍ତୁ ଏବଂ ପରେ ଏହି ପାଣିକୁ ଛାଣି ନିଅନ୍ତୁ । ପ୍ରତିଦିନ ଏହି ପାଣିକୁ ପିଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ପଥରୀ ନଷ୍ଟ ହୋଇଯିବ ଏବଂ ପରିସ୍ରା ମାଧ୍ୟମରେ ବାହାରକୁ ବାହାରି ଯିବ ।

ପଥରୀ ପେଟ କିମ୍ବା କିଡ୍ନୀ କୋୖଣସି ସ୍ଥାନରେ ମଧ୍ୟ ହୋଇପାରେ । ଯଥା ସମ୍ଭବ ପାଣି ପିଅନ୍ତୁ । ପାଣି ପିଇବା ଦ୍ୱାରା ଆପଣଙ୍କ ଶରୀରରେ ଥିବା ଅପରିଷ୍କାର ପଦାର୍ଥ ମୂତ୍ର ମାଧ୍ୟମରେ ଆପଣଙ୍କ ଶରୀରର ବାହାରକୁ ବାହାରି ଯିବ । ଯଦି ପଥରୀ ଛୋଟ ହୋଇଥାଏ, ତେବେ କୌଣସି ସମସ୍ୟା ନାହିଁ, ଯଦି ବଡ଼ ହୋଇଥାଏ ତେବେ ଆପଣ ଯଥେଷ୍ଟ ପାଣି ପିଇ ଏହି ସମସ୍ୟାରୁ ଦୁରେଇ ପାରିବେ । ଯେତେବେଳେ ଶରୀରରେ ପାଣିର ଅଭାବ ହୁଏ; ସେହି ସମୟରେ ଶରୀରରେ ଥିବା କ୍ୟାଲସିୟମ, ଇୟୁରିକ ଏସିଡ଼, ପରି ଅନ୍ୟ ପଦାର୍ଥ ଶରୀରର ବହାରକୁ ବାହାରି ପାରେ ନାହିଁ ଏବଂ ସମସ୍ୟା ବଢି ଥାଏ । ଏହି କାରଣରୁ ଯଥେଷ୍ଟ ମାତ୍ରାରେ ପାଣି ପିଅନ୍ତୁ ।