ଧୋନୀଙ୍କୁ ଡେଟ କରି ସାରିଛନ୍ତି ଏହି ଦକ୍ଷିଣ ଭାରତୀୟ ଅଭିନେତ୍ରୀ । ବ୍ରେକ୍-ଅପ୍ ପରେ କହିଛନ୍ତି; ପ୍ରେମର ଏହି ସମ୍ପର୍କ ଏକ କଳଙ୍କିତ ଅଧ୍ୟାୟ ଥିଲା ।

Spread the love

ଦକ୍ଷିଣ ଭାରତର ଏହି ଅଭିନେତ୍ରୀ ଜଣଙ୍କ କହିଛନ୍ତି ୨୦୦୮ ମସିହାରୁ ଧୋନୀଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ ।

ଦକ୍ଷିଣ ଭାରତୀୟ ଫିଲ୍ମ ଜଗତରୁ ବଲିଉଡର ଅନେକ ଚଳଚିତ୍ରରେ କାର୍ଯ୍ୟ କରିଥିବା “ରାୟ ଲକ୍ଷ୍ମୀ” ପ୍ରାୟତଃ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହିଥାନ୍ତି । ରାୟ ଲକ୍ଷ୍ମୀ ଦକ୍ଷିଣ ଭାରତର ମୁଖ୍ୟ ଅଭିନେତ୍ରୀ ରୂପେ ପରିଚିତ ଅଟନ୍ତି । ରାୟ ଲକ୍ଷ୍ମୀ ଦକ୍ଷିଣ ଭାରତ ଫିଲ୍ମ ଅପେକ୍ଷା ବଲିଉଡରେ ମଧ୍ୟ କାମ କରିଛନ୍ତି କିନ୍ତୁ ତାଙ୍କୁ ସଫଳତା ମିଳି ପାରିନାହିଁ । ନିଜ ଫିଲ୍ମ ଜୀବନ ଅପେକ୍ଷା ନିଜସ୍ୱ ଜୀବନକୁ ନେଇ ରାୟ ଲକ୍ଷ୍ମୀ ଖୁବ୍ ଚର୍ଚ୍ଚା ସାଉଁଟିଛନ୍ତି । କେବଳ ଏତିକି ନୁହେଁ, ରାୟ ଲକ୍ଷ୍ମୀଙ୍କ ନାମ କ୍ରିକେଟ ଖେଳାଳି ମହେନ୍ଦ୍ର ସିଂହ ଧୋନୀଙ୍କ ସହ ମଧ୍ୟ ଯୋଡ଼ା ହୋଇଛି ।

ରାୟ ଲକ୍ଷ୍ମୀ ନିଜ କ୍ୟାରିୟର ମଡେଲିଙ୍ଗରୁ ଆରମ୍ଭ କରିଛନ୍ତି ।ପରେ ସେ ତାମିଲ ଫିଲ୍ମରେ ଡେବ୍ୟୁ କରିଥିଲେ ଯାହାପରେ ସେ ପଛକୁ ଫେରି ଚାହିଁ ନାହାନ୍ତି । ରାୟ ଲକ୍ଷ୍ମୀଙ୍କ ଜନ୍ମ ବେଙ୍ଗାଲୁରରେ ହୋଇଥିଲା, ଯାହା ପରେ ସେ ମଦେଲିଙ୍ଗରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ରାୟ ଲକ୍ଷ୍ମୀଙ୍କ ନାମ ଅନେକ ତାରକାଙ୍କ ସହ ଯୋଡି ହୋଇଛି କିନ୍ତୁ ଧୋନୀଙ୍କ ସହ ତାଙ୍କର ନାମ ବହୁ ସମୟ ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଥିଲା କିନ୍ତୁ ଧୋନୀ କେବେ ମଧ୍ୟ ରାୟ ଲକ୍ଷ୍ମୀଙ୍କୁ ନେଇ କୌଣସି କଥା କହି ନ ଥାନ୍ତି ।

ଧୋନୀଙ୍କୁ ଡେଟ କରି ସାରିଛନ୍ତି ରାୟ ଲକ୍ଷ୍ମୀ :

ମହେନ୍ଦ୍ର ସିଂହ ଧୋନୀଙ୍କୁ ନେଇ ରାୟ ଲକ୍ଷ୍ମୀ ଏକ ବଡ଼ ରହସ୍ୟ ଖୋଲିଛନ୍ତି; ସେ କହିଛନ୍ତି ଧୋନୀଙ୍କ ସହ ମୋ ସହ ଡେଟ କରିଛନ୍ତି । କିନ୍ତୁ ଏହି ଡେଟ ବିଷୟରେ ଧୋନୀ କେବେ ମଧ୍ୟ ମୁହଁ ଖୋଲି ନାହାନ୍ତି । ଖବର ଅନୁସାରେ କୁହାଯାଇ ପାରିବ, ରାୟ ଲକ୍ଷ୍ମୀ ଚର୍ଚ୍ଚାରେ ରହିବା ପାଇଁ ଏହି ଭଳି ମନ୍ତ୍ୟବ ଦେଇଥାଇ ପାରନ୍ତି । ରାୟ ଲକ୍ଷ୍ମୀ ବ୍ରେକ୍ ଅପ୍ ପରେ ବହୁତ ହଙ୍ଗାମା କରିଥିଲେ ଯାହାଫଳରେ ସେ ଖୁବ୍ ଚର୍ଚ୍ଚାରେ ରହିଥିଲେ ।

୨୦୦୮ରେ ରାୟ ଲକ୍ଷ୍ମୀଙ୍କ ସହ ଭେଟ ହୋଇଥିଲା ମହେନ୍ଦ୍ର ସିଂ ଧୋନୀଙ୍କ ସହ :

ରାୟ ଲକ୍ଷ୍ମୀଙ୍କ ଅନୁସାରେ, ସେ ଧୋନୀଙ୍କ ସହ ୨୦୦୮ର ଆଇପିଏଲ ସମୟରେ ଭେଟିଥିଲେ । ଯାହା ପରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ସୃଷ୍ଟି ହୋଇ ଯାଇଥିଲା । ଦୁହେଁ ଦୁହିଁଙ୍କୁ ଲମ୍ବା ସମୟ ପର୍ଯ୍ୟନ୍ତ ଡେଟ କରିଥିଲେ କିନ୍ତୁ ଝଗଡା ଫଳରେ ଦୁହିଁଙ୍କ ମଧ୍ୟର ସମ୍ପର୍କ ଭାଙ୍ଗି ଯାଇଥିଲା । ଧୋନୀ କଦାପି ଦୁହିଁଙ୍କ ସମ୍ପର୍କକୁ ନେଇ କୌଣସି ପ୍ରକାରର ସୂଚନା ଦେଇ ନାହାନ୍ତି ।

ପ୍ରେମ ସମ୍ପର୍କ ଏକ କଳଙ୍କ ଥିଲା :

ମିଡ଼ିଆ ସହ ବାର୍ତାଲାପ ସମୟରେ ରାୟ ଲକ୍ଷ୍ମୀ କହିଛନ୍ତି; ମୁଁ ଧୋନୀଙ୍କ ପରେ ତିନି ଜଣଙ୍କୁ ଡେଟ କରିଛି କିନ୍ତୁ ମୋର ନାମ ଧୋନୀଙ୍କ ସହ ହିଁ ଯୋଡ଼ା ହୋଇଥିଲା । ସେ ଏହା ମଧ୍ୟ କହିଛନ୍ତି, ଆମ ସମ୍ପର୍କ ଏକ କଳଙ୍କ ଥିଲା ଯାହାକୁ ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ଭୁଲି ପାରି ନାହିଁ । ଧୋନୀଙ୍କ ବ୍ୟତୀତ “ବିଗ୍ ବୋଷ” ପ୍ରତିଯୋଗୀ ଶ୍ରୀସନ୍ତଙ୍କ ସହ ମଧ୍ୟ ରାୟ ଲକ୍ଷ୍ମୀଙ୍କ ନାମ ଯୋଡି ହୋଇଛି ।

ବନ୍ଧୁଗଣ ଆଶା କରୁଛୁ, ଅନୁଛେଦଟି ଆପଣଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଓ ନିଜ ମତାମତ Comment ମାଧ୍ୟମରେ ପ୍ରଦାନ କରନ୍ତୁ ! ଧନ୍ୟବାଦ