ସୋସିଆଲ ମିଡିଆରେ ଏହି ଯୋଡିର ଥଟ୍ଟା କରାଯାଉଥିଲା । ସତ୍ୟତା ଜାଣିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ ।

Spread the love

ପ୍ରେମ ଅନ୍ଧ ହୋଇଥାଏ, ଏହା ପ୍ରାୟତଃ ଆମେ ମାନେ ଶୁଣିଥିବା । ନିକଟରେ ଅତୀତରେ ସୋସିଆଲ ମିଡିଆରେ ଗୋଟିଏ ପ୍ରେମୀ ଯୋଡିଙ୍କ କିଛି ଚିତ୍ର ସାମ୍ନାକୁ ଆସିଥିଲା, ଯାହାକୁ ଦେଖିବା ପରେ ପ୍ରତିଟି ବ୍ୟକ୍ତି ଏହି ଯୋଡିର ଥଟ୍ଟା କରିଥିଲେ । ଲୋକେ କହିଥିଲେ ପ୍ରେମରେ ନା ରଙ୍ଗ ରୂପ ଦେଖାଯାଇଥାଏ ନା ଧନ ସମ୍ପତ୍ତି । ଏହି ବିଷୟ ଏହି ଯୋଡିକୁ ଦେଖିବା ପରେ ସତ୍ୟତାରେ ପ୍ରମାଣିତ ହୋଇଛି ।

ବେମେଲ ଯୋଡିର ସୋସିଆଲ ମିଡିଆରେ ଥଟ୍ଟା କରାଯାଇଥିଲା :

ସୋସିଆଲ ମିଡିଆରେ କିଛି ଦିନ ପୂର୍ବେ ଏକ ବେମେଲ ଯୋଡିର ଚିତ୍ର ଭାଇରଲ ହୋଇଥିଲା । ଏହି ଚିତ୍ରରେ ଜଣେ ପୁଅ ଏବଂ ଜଣେ ଝିଅ ଦେଖା ଦେଇଥିଲେ । ଝିଅଟି ଖୁବ ସୁନ୍ଦର ଦେଖାଯାଉଥିଲା ଏବଂ ତାହା ସହ ଦେଖାଯାଉଥିବା ପୁଅଟି ଟିକେ ଶ୍ୟାମଳ ରଙ୍ଗର ଥିଲା । ପୁଅଟିର ଶ୍ୟାମଳ ରଙ୍ଗ ଦେଖି ଏହି ଯୋଡିର ଥଟ୍ଟା କରାଯାଇଥିଲା ।ଏହି ଯୋଡିର ଚିତ୍ର ଦେଖି ଲୋକେ ବହୁତ ଥଟ୍ଟା କରିଥିଲେ ।

ସତ୍ୟତା ଜାଣିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ :

ଏହି ଚିତ୍ରର ସତ୍ୟତା ଜାଣିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ଚିତ୍ରରେ ଦେଖାଯାଉଥିବା ଯୋଡି ଫିଲ୍ମ ଜଗତର ପ୍ରସିଦ୍ଧ ଅଭିନେତା ଅଭିନେତ୍ରୀ ଅଟନ୍ତି ।ଯେଉଁ ଶ୍ୟାମଳ ବ୍ୟକ୍ତିଙ୍କୁ ଲୋକେ ଥଟ୍ଟା କରୁଥିଲେ, ସେହି ବ୍ୟକ୍ତି ହେଉଛନ୍ତି ଦକ୍ଷିଣ ଭାରତୀୟ ଫିଲ୍ମ ଜଗତର ପ୍ରସିଦ୍ଧ ନିର୍ଦ୍ଦେଶକ ଏବଂ ସ୍କ୍ରିନ ପ୍ଲେ ଲେଖକ ଏଟଲି କୁମାର ଓରଫ ଅରୁଣ କୁମାର । ଏହା ଜାଣିବା ପରେ ଏହି ଯୋଡିର ଥଟ୍ଟା ଉଡାଉ ଥିବା ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ଏଟଲି ଉରଫ ଅରୁଣ କୁମାରଙ୍କ ରାଜାରାଣୀ ଫିଲ୍ମ ୨୦୧୩ରେ ଆସିଥିଲା ଯାହା ସୁପର ହିଟ ହୋଇଥିଲା । ଏହି ଫିଲ୍ମ ୫୦୦ ମିଲିୟନ ଠାରୁ ଅଧିକ ଉପାର୍ଜନ କରିଥିଲା ।

ଦକ୍ଷିଣ ଭାରତୀୟ ଫିଲ୍ମ ଜଗତର ପ୍ରସିଦ୍ଧ ନିର୍ଦ୍ଦେଶକ ଅଟନ୍ତି ଅରୁଣ କୁମାର :

ନିର୍ଦ୍ଦେଶକ ଅରୁଣ କୁମାରଙ୍କ ଜନ୍ମ ୨୧ ସେପ୍ଟେମ୍ବର ୧୯୮୬ରେ ତାମିଲନାଡୁର ମଦୁରେ ଗାଆଁରେ ହୋଇଥିଲା । ଅରୁଣଙ୍କ ସହ ଯେଉଁ ଝିଅଟି ଦେଖା ଯାଉଛନ୍ତି; ସେ ତାଙ୍କର ପତ୍ନୀ କୃଷ୍ଣା ପ୍ରିୟା ଅଟନ୍ତି । ଦୁହିଁଙ୍କ ବିବାହକୁ ୧୦ ବର୍ଷ ପୂର୍ତ୍ତି ହୋଇଯାଇଛି । ଏଟଲି କୁମାର କେବଳ ନିଜର ପ୍ରତିଭା ବଳରେ ଦକ୍ଷିଣ ଭାରତୀୟ ଫିଲ୍ମ ଜଗତରେ ସଫଳତା ଅର୍ଜନ କରିଛନ୍ତି ।

ଯେଉଁମାନେ ତାଙ୍କର ଥଟ୍ଟା କରୁଥିଲେ ଅସଲରେ ସେମାନେ ଜାଣି ନ ଥିଲେ ଯେ, ସେମାନେ କାହାର ଥଟ୍ଟା କରୁଥିଲେ । ଅରୁଣ କୁମାର ସତ୍ୟରେ ପ୍ରମାଣ କରିଥିଲେ କୌଣସି ବ୍ୟକ୍ତିର ରଙ୍ଗ ରୂପ ସଫଳତା ହାସଲ କରିବାରେ ରୋକି ପାରିନଥାଏ ।