ଯେଉଁ ସ୍ତ୍ରୀଙ୍କ ହାତରେ ଏହି ଆକୃତି ଗୁଡିକ ଥାଏ, ସେମାନଙ୍କ ବୈବାହିକ ଜୀବନ ସୁଖମୟ ହୋଇଥାଏ ।

Spread the love

ମହିଳା ମାନଙ୍କ ହାତର ଏହି ଆକୃତିଗୁଡିକ ସୂଚାଇ ଥାଏ, ସେମାନେ କେତେ ପରିମାଣରେ ଭାଗ୍ୟଶାଳୀ ଅଟନ୍ତି ।

ହସ୍ତରେଖା ଶାସ୍ତ୍ର ଅନୁସାରେ ହାତରେ ଥିବା ଚିହ୍ନଗୁଡିକ ଅନେକ କିଛି ସୁଚାଇଥାଏ । ପ୍ରତି ବ୍ୟକ୍ତିଙ୍କ ହାତରେ ଏପରି କିଛି ଚିହ୍ନ ଥାଏ, ଯାହା ସେମାନଙ୍କ ଭାଗ୍ୟ ବିଷୟରେ ସମ୍ୟକ ସୂଚନା ଦେଇଥାଏ । ଏହି ଚିହ୍ନ ଗୁଡିକୁ ଦେଖିବା ପରେ, ବ୍ୟକ୍ତିର ଭବିଷ୍ୟତ ବିଷୟରେ କୁହା ଯାଇପାରେ । ହସ୍ତରେଖା ଶାସ୍ତ୍ର ଅନୁସାରେ ସ୍ତ୍ରୀମାନଙ୍କ ହାତରେ ଥିବା ଚିହ୍ନ ଗୁଡିକ ଅନେକ କିଛି ସେମାନଙ୍କ ଭାଗ୍ୟ ବିଷୟରେ ଜଣାଇଥାଏ । ସେମାନଙ୍କ ଏହି ଚିହ୍ନ ଦେଖି ସେମାନେ ଭାଗ୍ୟଶାଳୀ ଅଟନ୍ତି କିମ୍ବା ସେମାନଙ୍କ ଭାଗ୍ୟରେ ଭବିଷ୍ୟତରେ ଘଟିବାକୁ ଥିବା ଘଟଣାବଳୀ ବିଷୟରେ କୁହାଯାଇପାରେ । ଯେଉଁ ସ୍ତ୍ରୀ ମାନଙ୍କ ହାତରେ ଏହି ଶୁଭ ଚିହ୍ନ ଗୁଡିକ ଥାଏ; ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି ।ଏହି ଶୁଭ ଚିହ୍ନ ଗୁଡିକ ସ୍ତ୍ରୀ ମାନଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବ ନା ନାହିଁ, ସେମାନେ ଧନଶାଳୀ ହେବେ ନା ନାହିଁ; ଏହି ବିଷୟ ସୁଚାଇଥାଏ । ବହୁତ କମ ସ୍ତ୍ରୀଙ୍କ ହାତରେ ଏହିପରି ଚିହ୍ନ ରହିଥାଏ ।

ମହିଳା ମାନଙ୍କ ହାତର ଏହି ରେଖାଗୁଡ଼ିକ ସୁଚାଇଥାଏ, ସେମାନେ ଭାଗ୍ୟଶାଳୀ ଅଟନ୍ତି :

ସର୍ବ ପ୍ରଥମେ କହିବା ପାଇଁ ଚାହୁଁଛୁ; ଯେଉଁ ମହିଳା ମାନଙ୍କ ହାତରେ ପଦ୍ମ କିମ୍ବା ମାଛ ଚିହ୍ନ ଥାଏ, ସେହି ମହିଳା ମାନଙ୍କ ଭାଗ୍ୟରେ ସୁଖସମୃଦ୍ଧି ଭରି ହୋଇରହିଥାଏ ।ଭବିଷ୍ୟତରେ ସେମାନଙ୍କ ଜୀବନରେ କୌଣସି ଦୁଃଖକଷ୍ଟ ଆସିନଥାଏ ।

ଯେଉଁ ମହିଳା ମାନଙ୍କ ହାତରେ ରଥର କିମ୍ବା ଧ୍ଵଜା ଚିହ୍ନ ଥାଏ, ସେମାନଙ୍କ ଜୀବନସାଥୀ କୌଣସି ଉଚ୍ଚପଦାଧିକାରୀ ହୋଇଥାନ୍ତି ।

ଯେଉଁ ମହିଳା ମାନଙ୍କ ଡାହାଣ ହାତରେ ନିକିତି ଚିହ୍ନ ଏବଂ ବାମ ହାତରେ ହାତୀ କିମ୍ବା ବଳଦ ପରି ଦେଖାଯାଉଥିବା ଚିହ୍ନ ଥାଏ, ତେବେ ସେହି ମହିଳା ମାନଙ୍କ ଜୀବନସାଥୀ କୌଣସି ସାଧାରଣ ବ୍ୟକ୍ତି ନୁହେଁ, ସେ ଏକ ସଫଳ ବ୍ୟବସାୟୀ ହୋଇଥାନ୍ତି ।

ଏହା ବ୍ୟତୀତ ହସ୍ତରେଖା ଶାସ୍ତ୍ର ଅନୁସାରେ କୁହାଯାଇଛି, ଯେଉଁ ମହିଳାମାନଙ୍କ ହାତରେ ଶଙ୍ଖ, ଚକ୍ର, କିମ୍ବା ପଦ୍ମ ଚିହ୍ନ ଥାଏ, ତେବେ ସେହି ମହିଳାମାନଙ୍କ ପୁତ୍ର କୌଣସି ଉଚ୍ଚ ପଦାଧିକାରୀ କିମ୍ବା ରାଜା ସମାନ ଜୀବନ ବିତାଇଥାନ୍ତି । ସେମାନଙ୍କ ଜୀବନ ରାଜକୀୟ ଶୈଳୀରେ ବିତିଥାଏ ।

ଆପଣଙ୍କୁ ଜଣାଇବା ପାଇଁ ଚାହୁଁଛୁ, ଯେଉଁ ମହିଳାମାନଙ୍କ ହାତ ଗୋଲାପୀ କିମ୍ବା ହାତର ପାପୁଲି ହାଲକା ଲାଲ ହୋଇଥାଏ ଏବଂ ସେମାନଙ୍କ ହାତରେ ସ୍ୱସ୍ତିକ ଚିହ୍ନ ଥାଏ, କୁହାଯାଇଛି ସେହି ସ୍ତ୍ରୀମାନେ ଯେଉଁ ଘରକୁ ଯାଆନ୍ତି ସେମାନେ ସେଠାରେ ସୁଖସମୃଦ୍ଧି ଭରି ଦିଅନ୍ତି । ସେହି ଘର ଗୁଡିକରେ ଧନ ସମ୍ପତିର ଅଭାବ ରହିନଥାଏ ଏବଂ ସୁଖ ସମୃଦ୍ଧି ର ଅଭାବ ହୋଇନଥାଏ ।

ଯେଉଁ ମହିଳାମାନଙ୍କ ହାତର ମଧ୍ୟଭାଗରେ ନିକିତି କିମ୍ବା ଧନୁର ଚିହ୍ନ ଥାଏ, ସେମାନଙ୍କୁ ଜୀବନରେ ଅନେକ ସୁଖସମୃଦ୍ଧି ମିଳିବା ସହ ସେହି ମହିଳାମାନେ ଭାଗ୍ୟଶାଳୀ ହୋଇଥାନ୍ତି ।