ଯେଉଁ ଘରେ ରହିଥାଏ ଏହି ସାତଟି ଜିନିଷ, ସେ ଘରେ କେବେ ଧନର ଅଭାଵ ରହେ ନାହିଁ ।

Spread the love

ବସ୍ତୁଶାସ୍ତ୍ର ଅନୁସାରେ କିଛି ଏମିତି ଜିନିଷ ଯାହା ଘରେ ରଖିବା ଅତ୍ୟନ୍ତ ଶୁଭଦାୟକ ଅଟେ । କୁହାଯାଏ କି ଯେଉଁ ଘରେ ଏ ସବୁ ଜିନିଷ ଥାଏ, ସେ ଘରେ କେବେ ମଧ୍ୟ ଧନର ଅଭାଵ ରହେ ନାହିଁ । ଆମେ ଆପଣଙ୍କୁ ସେହି ସାତଟି ଜିନିଷ ବିଷୟରେ କହିବୁ; ଯାହାକୁ ଘରେ ରଖିଲେ ଆପଣଙ୍କ ଘରେ ଧନର ଅଭାବ ହେବ ନାହିଁ ।

ତେବେ ଆସନ୍ତୁ ଜାଣିବା ସେହି ବିଷୟରେ…

ବସ୍ତୁଶାସ୍ତ୍ରରେ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରିୟ ମୟୂର ପୁଚ୍ଛ (Peacock Feather)କୁ ମଧ୍ୟ ବହୁତ ଗୁରୁତ୍ୱ ପୂର୍ଣ୍ଣ ବୋଲି ବିବେଚନା କରାଯାଇଛି । ମୟୂର ପୁଚ୍ଛକୁ ଘର ରଖିଲେ ଘର ଶାନ୍ତିଶିଷ୍ଟ କାଏମ ରହିଥାଏ । 

ସଜଫୁଲ ସକାରାତ୍ମକ ଉର୍ଜ୍ଜାର ପ୍ରତୀକ ଅଟେ । ଯେଉଁ ଘରେ ସଜଫୁଲ ଥାଏ, ସେ ଘରର ବର୍ତ୍ତାବରଣ ସବୁବେଳେ ସକାରତ୍ମକ ହୁଏ ।

ଯେଉଁ ଘରେ ବାସ୍ତୁ ଭଗବାନଙ୍କ ପ୍ରତିମା ରଖାଯାଏ, ସେ ଘରେ ସର୍ବଦା ବାସ୍ତୁ ସଠିକ୍ ରହେ ଏବଂ ଧନର ଅଭାଵ ରହେ ନାହିଁ । ଯଦି ଆପଣ ମଧ୍ୟ ଧନ ଲାଭ ଏବଂ ସୁଖସମୃଦ୍ଧି ଚାହାଁନ୍ତି, ତେବେ ଏହି ସାତଟି ଜିନିଷ ନିଶ୍ଚିତ ଭାବେ ଘରେ ରଖନ୍ତୁ ।



ବସ୍ତୁଶାସ୍ତ୍ର ଅନୁସାରେ ଘରେ କଇଁଛ ରଖିବା ବହୁତ ଶୁଭ ଅଟେ, ଯେଉଁ ଘରେ କଇଁଛ ଥାଏ ସେ ଘରେ ସର୍ବଦା ଧନ ସୁଖସମୃଦ୍ଧି ବିରାଜିତ ରହେ ।



ଫେଙ୍ଗୁଶୁଇରେ ମହତ୍ତ୍ୱପୂର୍ଣ୍ଣ ମଣୁଥିବା ଚାଇନିଜ ମୁଦ୍ରା ମଧ୍ୟ ବହୁତ କାମ ଦେଇଥାଏ । ଏହା ରଖିବା ଦ୍ଵାରା ଘରର ନକାରତ୍ମକ ଉର୍ଜା ଦୂର ହୁଏ, ଯାହାଫଳରେ ଧନ ଏବଂ ସୁଖସମୃଦ୍ଧି ବିରାଜିତ ହୁଏ ।

ବସ୍ତୁଶାସ୍ତ୍ରରେ ପିରାମିଡିକୁ ମଧ୍ୟ ବହୁତ ମହତ୍ୱ ଦିଆଯାଇଛି । ଏହା ରଖିବା ଫଳରେ ଘରେ ସକାରତ୍ମକ ଉର୍ଜ୍ଜା ଲାଗି ରହିଥାଏ ।

ଧନ ଏବଂ ସୁଖସମୃଦ୍ଧି ବୃଦ୍ଧି ପାଇଁ ଘରେ ଶ୍ରୀଯନ୍ତ୍ର ରଖନ୍ତୁ । ଘରେ ଶ୍ରୀଯନ୍ତ୍ର ରଖିବା ଫଳରେ ନକାରତ୍ମକ ଊର୍ଜାରୁ ମୁକ୍ତି ମିଳିଥାଏ ।