ଭେଣ୍ଡିରେ ଲୁଚି ରହିଛି ସ୍ୱାସ୍ଥ୍ୟର ରହସ୍ୟ, ଏହାର ସେବନ ଦ୍ୱାରା ଅନେକ ରୋଗରୁ ମିଳିଥାଏ ତ୍ରାହି । ଆସନ୍ତୁ ଜାଣିବା….

Spread the love

ଡାକ୍ତର ଆମକୁ ସୁସ୍ଥ ରହିବା ପାଇଁ ଅଧିକରୁ ଅଧିକ ପରିମାଣର ସବୁଜ ପନିପରିବାର ଖାଇବାକୁ ପରାମର୍ଶ ଦେଇଥାନ୍ତି । ସବୁଜ ପନିପରିବା ମଧ୍ୟରେ ଭେଣ୍ଡିର ସ୍ଥାନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହା ସ୍ୱାସ୍ଥ୍ୟ ଦୃଷ୍ଟିରୁ ବହୁତ ଲାଭଦାୟକ ହୋଇଥାଏ । ଭେଣ୍ଡିରେ ପ୍ରୋଟିନ କାର୍ବୋହାଇଡ୍ରେଡ଼ , କକ୍ୟାଲସିୟମ, ଲୌହ, ମ୍ୟାଗନେସିୟମ, ପୋଟାସିୟମ, ସୋଡିୟମ ଓ କପର ରହିଥାଏ । ସୁଷମ ପନିପରିବା ମଧ୍ୟରୁ ଭେଣ୍ଡି ବହୁତ ଲାଭଦାୟକ ବୋଲି ଜଣାଯାଏ । ଏଥିରୁ ମିଳୁଥିବା ଲାଳ ପଦାର୍ଥ ବହୁତ ପ୍ରକାରର ରୋଗକୁ ଠିକ କରିବାରେ ସାହାଯ୍ୟ କରିଥାଏ । ଏଥିରେ ଥିବା ଫାଇବର ଶରୀରରେ ଥିବା ଅତିରିକ୍ତ କୋଲେଷ୍ଟ୍ରୋଲକୁ ସଫା କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଭେଣ୍ଡିରେ ଭିଟାମିନ୍ ବହୁତ ଉଚ୍ଚ ମାତ୍ରାରେ ରହିଥାଏ ।

ଯଦି ଆପଣ ଭେଣ୍ଡିକୁ ନିଜ ଆହାରରେ ସାମିଲ କରନ୍ତି; ତେବେ ଏଥିରୁ ଆପଣ ବହୁତ ଗୁଡିଏ ରୋଗରୁ ମୁକ୍ତି ମିଳି ପାରିବ । ଆଜି ଆମେ ଆପଣ ମାନଙ୍କୁ ଏହି ଲେଖା ଜରିଆରେ ଭେଣ୍ଡିର ସେବନ ଦ୍ୱାରା ଆମକୁ ବା ଆପଣଙ୍କୁ କଣ ଲାଭ ହୋଇଥାଏ, ସେହି ବିଷୟରେ ଜଣାଇବାକୁ ଯାଉଛୁ ।

ଆସନ୍ତୁ ଜାଣିବା ଭେଣ୍ଡିରୁ ମିଳୁଥିବା ଲାଭ ବିଷୟରେ :

ଚର୍ମ ପାଇଁ ଲାଭଦାୟକ ଅଟେ :

ଯଦି ଆପଣ ନିଜ ଖାଦ୍ୟରେ ଭେଣ୍ଡିକୁ ସେବନ କରନ୍ତି; ତେବେ ଏହା ଦ୍ୱାରା ଆପଣଙ୍କ ଚର୍ମ ସମ୍ବନ୍ଧିୟ ଅନେକ ଉପକରିତା ମିଳିଥାଏ । ଭେଣ୍ଡିରେ ଥିବା ଭିଟାମିନ ‘ଏ’ ଏକ ଡ଼ି-ଅକ୍ସିଡେଣ୍ଟ ଅଟେ, ଯାହା ଚର୍ମକୁ ସୁସ୍ଥ ରଖିବା ସହିତ ଦାଗ ଏବଂ ବ୍ରଣକୁ ମଧ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ । ଭେଣ୍ଡିର ଖାଇବା ଦ୍ଵାରା ଚେହେରାରେ ପଡୁଥିବା ରିଙ୍କଲ (Wrinkles)କୁ ମଧ୍ୟ ଦୂର କରିଦିଏ ଓ ଏହା ଆମ ଚର୍ମର ରକ୍ଷା ମଧ୍ୟ କରିଥାଏ ।

ଆଖି ପାଇଁ ବହୁତ ଲାଭଦାୟକ :

ଭେଣ୍ଡି ଭିଟାମିନ ‘ଏ’ର ବହୁତ ଭଲ ସୋତ୍ର ଅଟେ । ଏହା ସହ ଭେଣ୍ଡିରେ ଭିଟା-କେରୋଟିନ ଏକ୍ସସେଥିନ ଓ ଲ୍ୟୁଟିନ ପରି ଆଣ୍ଟି-ଅକ୍ସୀଡେଣ୍ଟ ବା ପ୍ରତିକାରକ ରହିଥାଏ, ଯାହା ଏକ ଶକ୍ତିଶାଳୀ ଯୌଗିକ ଅଟେ ଯିଏ ଫାଙ୍କାକୋଣ ଗୁଡ଼ିକୁ ନଷ୍ଟ କରିଦିଏ । ଆପଣ ଯଦି ନିଜ ଆହରରେ ଭେଣ୍ଡିକୁ ସାମିଲ କରନ୍ତି, ତେବେ ଆପଣଙ୍କ ଆଖି ଧୂସର ଦେଖାଯିବା କିମ୍ବା ମୋତିଆ ବିନ୍ଦୁ ସମସ୍ୟା ପରି ଆଖିର ଅନେକ ପ୍ରକାରର ରୋଗ ଆପେ ଆପେ ଠିକ ହୋଇଯିବ ।

ରୋଗ ପ୍ରତିରୋଧ କ୍ଷମତା ବଢାଇବା ପାଇଁ ମଧ୍ୟ ଲାଭଦାୟକ :

ଭେଣ୍ଡିରେ ଥିବା ବିଭିନ୍ନ ଆଣ୍ଟି-ଅକ୍ସୀଡେଣ୍ଟ ତତ୍ତ୍ୱ ମୁକ୍ତ କୋଣରୁ ଲଢ଼ିବାରେ ବହୁତ ଲାଭଦାୟକ ହୋଇଥାଏ କିନ୍ତୁ ଏଥିରେ ଉପସ୍ଥିତ ଥିବା ଉଚ୍ଚ ଭିଟାମିନ ‘ସି’ ମଧ୍ୟ ସାମାନ୍ୟ ପ୍ରତିରକ୍ଷା ପ୍ରଣାଳୀକୁ ବଢ଼ାଇଥାଏ । ଭିଟାମିନ ‘ସି’ ଅଧିକ ଶ୍ଵେତ ରକ୍ତ କୋଶିକା ତିଆରି କରିବା ପାଇଁ ପ୍ରତିରକ୍ଷା ପ୍ରଣାଳୀକୁ ଉତ୍ତେଜିତ କରିଥାଏ । ଏଥିପାଇଁ ଯଦି ଆପଣ ନିଜ ଶରୀରର ରୋଗ ପ୍ରତିରୋଧ କ୍ଷମତାକୁ ବଢାଇବାକୁ ଚାହାଁନ୍ତି; ତେବେ ନିଜ ଆହରରେ ଭେଣ୍ଡିକୁ ନିଶ୍ଚିତ ରୂପେ ବ୍ୟବହାର କରନ୍ତୁ ।

ଆସ୍ଥାମା ପାଇଁ ଲାଭଦାୟକ :

ଭେଣ୍ଡିକୁ ନିଜ ଆହର ଭାବରେ ବ୍ୟବହାର କରିବା ବହୁତ ଲାଭଦାୟକ ଅଟେ । ଏହାର ସେବନ ଦ୍ୱାରା ଆପଣଙ୍କ ଫୁସଫୁସକୁ ବହୁତ ଉପଶମ ମିଳିଥାଏ । କାରଣ ଯଦି ଆପଣ ଭେଣ୍ଡି ସେବନ କରନ୍ତି; ତେବେ ଏହାଦ୍ୱାରା ଆପଣଙ୍କ ଶରୀରରେ ବାଧାପ୍ରାପ୍ତ କିମ୍ବା ସଞ୍ଚୟ ହେଉଥିବା ପବନ ନଳୀ ଆପେ ସଫା ହୋଇଯାଏ । ଯଦି କୌଣସି ବ୍ୟକ୍ତିକୁ ଶ୍ୱାସ ସମ୍ବନ୍ଧୀୟ କିଛି ରୋଗ ବା ଆସ୍ଥାମା ଥାଏ; ତେବେ ସେମାନଙ୍କ ପାଇଁ ଭେଣ୍ଡିର ସେବନ ବହୁତ ଲାଭଦାୟକ ହୋଇଥାଏ ।

କାଷ୍ଠକାଠିନ୍ୟରୁ ଆରାମ :

ଆଜିକାର ସମୟରେ କାଷ୍ଠକାଠିନ୍ୟ ଏକ ଚିନ୍ତାର କାରଣ ହୋଇଗଲାଣି ଓ କାଷ୍ଠକାଠିନ୍ୟର ସମସ୍ୟା ପାଖାପାଖି ସମସ୍ତଙ୍କୁ ହେବାରେ ଲାଗିଛି । ଏହାର ପ୍ରାରମ୍ଭିକ ଅବସ୍ଥାରେ ହିଁ ଏଥିରୁ ମୁକ୍ତି ପାଇବା ବହୁତ ଆବଶ୍ୟକ ଅଟେ । କାଷ୍ଠକାଠିନ୍ୟ ହେବାର ମୁଖ୍ୟ କାରଣ ହେଉଛି; ଏକ ଅନୁଚିତ ଆହାର ଯାହା ଶରୀରକୁ ପର୍ଯ୍ୟାପ୍ତ ମାତ୍ରାରେ ଫାଇବର ସାମଗ୍ରୀ ଗଠନ କରିପାରେ ନାହିଁ । ଏହା ଠାରୁ ମୁକ୍ତି ପାଇବା ପାଇଁ ସବୁଠାରୁ ଭଲ ଉପାୟ ଭେଣ୍ଡିର ସେବନ । ଯଦି ଆପଣ ଭେଣ୍ଡିର ସେବନ କରିଥାନ୍ତି; ତା’ହେଲେ ଏହି ସମସ୍ୟାରୁ ଆପଣ ମୁକ୍ତି ପାଇପାରିବେ ।