ମୁକେଶ ଅମ୍ବାନୀଙ୍କ ପରି ସଫଳ ବ୍ୟବସାୟୀ ହେବା ପାଇଁ ଚାହୁଁଛନ୍ତି; ତେବେ ଏହି ବିଷୟ ଗୁଡିକ ପ୍ରତି ଧ୍ୟାନ ରଖନ୍ତୁ ।

Spread the love

ଏକ ସଫଳ ବ୍ୟବସାୟୀ ହେବା ପାଇଁ ଅମ୍ବାନୀ ଆପଣାଇଛନ୍ତି ଏହି ସବୁ ବିଷୟ । ଆପଣ ମଧ୍ୟ ଜାଣନ୍ତୁ ।

ଦେଶର ଜଣାଶୁଣା ଉଦ୍ୟୋଗପତି ଓ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ନିଜର ପରିଶ୍ରମ ଫଳରେ ଏହି ସ୍ଥାନରେ ପହଂଚି ପାରିଛନ୍ତି, ଯେଉଁଠି ପହଂଚିବା ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କର ସପ୍ନ ଥାଏ । ମୁକେଶ ଅମ୍ବାନୀ ନିଜର ପରିଶ୍ରମ ଫଳରେ ଆଜି ଏସିଆର ୫ ଜଣ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ନିଜ ନାମକୁ ସାମିଲ କରି ପାରିଛନ୍ତି । ଏହି ପରିପ୍ରେକ୍ଷୀରେ ଲୋକେ ଜାଣିବା ପାଇଁ ଚେଷ୍ଠା କରିଥାନ୍ତି; ମୁକେଶ ଅମ୍ବାନୀଙ୍କ ସଫଳତା ପଛରେ କେଉଁସବୁ ରହସ୍ୟ ରହିଛି । ଆଜି ଆମେ ଆପଣ ମାନଙ୍କୁ ଏହି ପୋଷ୍ଟ ମାଧ୍ୟମରେ କହିବୁ ମୁକେଶ ଅମ୍ବାନୀଙ୍କ ସଫଳତାର ରହସ୍ୟ ବିଷୟରେ । ଏହି ସୂଚୀରେ ସର୍ଵ ପ୍ରଥମେ ଆସିଥାଏ ଏକ ସଫଳ ଦଳର ଚୟନ ।

ମୁକେଶ ଅମ୍ବାନୀଙ୍କ ସେହି ଅଭ୍ୟାସ ଯାହା ତାଙ୍କୁ ବଡ କରିଛି :

ଏହା ଆବଶ୍ୟକ ନୁହେଁ ଯେ, କେବଳ ଧନରେ ହିଁ ବଡ଼ ହୋଇପାରିବେ, ବଡ଼ ହେବା ସହ ଆପଣଙ୍କ ହୃଦୟ ମଧ୍ୟ ବଡ ହେବା ଜରୁରୀ ଅଟେ । ଆଜି ଆମେ ମୁକେଶଙ୍କ ଅଭ୍ୟାସ ଗୁଡିକ ବିଷୟରେ କହିବୁ; ଯାହା ଆପଣ ସେହି ଅଭ୍ୟାସ ଗୁଡିକ ନିଜ ଜୀବନରେ ଆପଣାଇବା ଦ୍ୱାରା ଆପଣ ମଧ୍ୟ ସଫଳତା ହାସଲ କରିପାରିବେ ।

ଏକ ଦଳର ଚୟନ :

କୌଣସି କାମରେ ସଫଳ ହେବା ପାଇଁ କେବଳ ଗୋଟିଏ ବ୍ୟକ୍ତିର ହାତ ନଥାଏ କିନ୍ତୁ ତାହା ପଛରେ ଅନେକ ଲୋକଙ୍କ ପରିଶ୍ରମ ରହିଥାଏ । ଆପଣ, ଆପଣଙ୍କ କାର୍ଯ୍ୟରେ ସଫଳ ହେବା ପାଇଁ ଭଲ ଯୋଜନା (ପ୍ଲାନିଂ) ସହ କାର୍ଯ୍ୟ କରିବା ସଙ୍ଗେ ସଙ୍ଗେ ଏକ ଭଲ ଦଳର ଆବଶ୍ୟକ ହୋଇଥାଏ । ଆପଣଙ୍କୁ ଏକ ଭଲ ଦଳ ସହ କାମ କରିବା ପାଇଁ ପଡିଥାଏ, ଯେଉଁ ଦଳ ଆପଣଙ୍କ ପାଇଁ ଯେ କୌଣସି ପରିସ୍ଥିତିରେ ମଧ୍ୟ ଆପଣଙ୍କୁ ସଫଳତାର ପଥରେ ଅଗ୍ରସର କରାଇପାରିବ । ଏହି କାରଣରୁ ଆପଣଙ୍କୁ ସଫଳ ହେବା ପାଇଁ ଗୋଟିଏ ଭଲ ଦଳର ଆବଶ୍ୟକତା ପଡିଥାଏ ।

ଅସଫଳତାକୁ ଡରନ୍ତୁ ନାହିଁ, ସେଥିରୁ ଶିଖନ୍ତୁ । କଦାପି ହାର ମାନନ୍ତୁ ନାହିଁ :

ପ୍ରତି ବ୍ୟକ୍ତିଙ୍କ ଜୀବନରେ ଉତଥାନପତ୍ତନ ଲାଗି ରହିଥାଏ । ବେଳେବେଳେ ସଫଳତା ମିଲିଥିବା ବେଳେ କିଛି ସମୟରେ ଅସଫଳତା ହାତରେ ଲାଗିଥାଏ । ଯଦି ଜୀବନରେ ଅସଫଳତା ମିଳେ, ତେବେ ହାର ନ ମାନି ସମସ୍ୟାର ସାମ୍ନା କରିବା ଶିଖନ୍ତୁ ଏବଂ ଖରାପ ସମୟରୁ ବାହାରି ଦୃଢତାର ସହ ଜୀବନର ବାଧାବିଗ୍ନକୁ ମୁକାବିଲା କରନ୍ତୁ ।

ଭଲ ଯୋଜନା (ପ୍ଲାନିଂ) କରନ୍ତୁ :

କୌଣସି ମଧ୍ୟ କାର୍ଯ୍ୟ କରିବା ପାଇଁ ଭଲ ଯୋଜନାର ଆବଶ୍ୟକତା ରହିଥାଏ । କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଭାବିବା ଉଚିତ୍; ସେହି କାମକୁ କିପରି କରିବେ ଏବଂ ଯଦି ସେହି ପ୍ଲାନିଂ ଅସଫଳ ହୁଏ; ତେବେ ପରସ୍ଥିତିରେ ଆପଣ କିପରି ସେହି କାମକୁ କରିବେ । ଆପଣ ଗୋଟିଏ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନିର୍ଦ୍ଧାରିତ କରନ୍ତୁ; ତେବେ ଆପଣ ଆପଣଙ୍କ ଲକ୍ଷ୍ୟ ସ୍ଥଳକୁ ଯାଇପାରିବେ ଓ ନିଜ କାର୍ଯ୍ୟ ଠିକ ରୂପେ ସମ୍ପର୍ଣ୍ଣ ହୋଇପାରିବେ । ବିନା କୌଣସି ଲକ୍ଷ୍ୟରେ କାର୍ଯ୍ୟ କଲେ ଆପଣ ଜୀବନରେ ସଫଳ ହୋଇପାରିବେ ନାହିଁ ।

ସପ୍ନ ଏବଂ ଚିନ୍ତାଧାରା ବଡ଼ ରଖନ୍ତୁ :

ଜୀବନରେ ସଫଳ ହେବା ପାଇଁ ସର୍ବଦା ବଡ଼ ସପ୍ନ ଦେଖିବା ଉଚିତ୍ । ମୁକେଶ ଅମ୍ବାନୀଙ୍କୁ ଏହି ଶିକ୍ଷା ନିଜ ପିତା ଧିରୁଭାଇ ଅମ୍ବାନୀଙ୍କ ଠାରୁ ମିଳିଛି । ଅମ୍ବାନୀ ପରିବାର ମାତ୍ର ୫୦୦ଟଙ୍କାରେ ମୋବାଇଲ ଲଞ୍ଚ କରି ପ୍ରତି ବ୍ୟକ୍ତିଙ୍କ ହାତରେ ମୋବାଇଲ ଧରାଇ ଦେଇଥିଲେ । ତାଙ୍କର ଏହି ଚିନ୍ତାଧାରା ସେମାନଙ୍କୁ ଭିଡ଼ ଭିତରୁ ଭିନ୍ନ କରିଛି ।ଜୀବନରେ ସଫଳ ହେବା ପାଇଁ ନିଜ ସ୍ୱପ୍ନକୁ ବଡ଼ କରିବା ନିହାତି ଜରୁରୀ ଅଟେ ।

ଧୋର୍ଯ୍ୟର ସହ ସବୁ ପରିସ୍ଥିତିକୁ ସାମ୍ନା କରନ୍ତୁ :

ଏକ ସଫଳ ବ୍ୟବସାୟୀ ହେବା ପାଇଁ ପ୍ରତି ପରିସ୍ଥିତିକୁ ଉଚିତ୍ ମୁକାବିଲା କରିବା ଉଚିତ୍ । କାରଣ ଏହା ହିଁ ଆପଣଙ୍କୁ ଜୀବନରେ ସଫଳତା ଯୋଗାଇବ । ମୁକେଶ ଅମ୍ବାନୀ ଖୁବ୍ କମ ବୟସରେ ହିଁ ବ୍ୟବସାୟରେ ପାଦ ଦେଇସାରିଥିଲେ । ଯେତେବେଳେ ସେ ବ୍ୟବସାୟର ନିୟମ ଶିଖୁଥିଲେ, ସେହି ସମୟରେ ହିଁ ପିତା ଧିରୁଭାଇ ଅମ୍ବାନୀ ଓ ଦାଦା ରସିକଭାଇ ଅମ୍ବାନୀଙ୍କ ମୃତ୍ୟୁ ହୋଇ ଯାଇଥିଲା । କିନ୍ତୁ ମୁକେଶ ଅମ୍ବାନୀ ଧୋର୍ଯ୍ୟ ନ ହରାଇ ବ୍ୟବସାୟ ସମ୍ଭାଳି ଥିଲେ । ଯାହାଫଳରେ ଆଜି ସେ ଜଣେ ସଫଳ ବ୍ୟବସାୟୀ ହୋଇପାରିଛନ୍ତି ।