ଏହି ସୁନ୍ଦରୀ ଝିଅର ଚିତ୍ରରେ ଲୁକ୍କାୟିତ ହୋଇ ରହିଛି ଏକ ରହସ୍ୟ । ବିଶ୍ୱାସ ନ ହେଲେ Zoom କରି ଦେଖି ନିଅନ୍ତୁ ।

Spread the love

ଆଜିର ଏହି ପରିବର୍ତ୍ତନଶୀଳ ଦୁନିଆରେ ଇଣ୍ଟରନେଟ ଯୋଡି ହୋଇଯାଇଛି । ସୋସିଆଲ ମିଡିଆରେ ଲୋକେ ନିଜର ଭିନ୍ନ ପରିଚୟ ସୃଷ୍ଟି କରି ନେଇଛନ୍ତି । ପ୍ରତିଦିନ ସୋସିଆଲ ମିଡିଆରେ କୌଣସି ନା କୌଣସି ଚିତ୍ର କିମ୍ବା ଭିଡ଼ିଓ ଭାଇରଲ ହେବାରେ ଲାଗିଛି । ଆପଣଙ୍କୁ ଜଣାଇବା ପାଇଁ ଚାହୁଁଛୁ, ଲୋକେ ଆଜିକାଲି ସେଲ୍ଫିରେ ଏତେ ପାଗଳ ହୋଇଯାଇଛନ୍ତି ଯେ, ପ୍ରତି ସମୟରେ ସେଲ୍ଫି ନେବା ଲୋକଙ୍କ ଅଭ୍ୟାସରେ ପରିଣତ ହୋଇଯାଇଛି । ଏହିପରି ଫେସବୁକ ଭଳି ଏକ ସୋସିଆଲ ମିଡିଆରେ ପ୍ରତି ବ୍ୟକ୍ତି ଦୃଷ୍ଟି ଆକର୍ଷଣ କରିବା ପାଇଁ ଚେଷ୍ଟା କରିଥାନ୍ତି, ନିଜ ନିଜ ଫୋଟ ଅପଲୋଡ଼ କରିଥାନ୍ତି । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି; ଆପଣଙ୍କ ଦ୍ୱାରା ଉଠାଯାଇଥିବା ସେଲ୍ଫି କିଛି ଏହିପରି ହୋଇପାରେ ଯାହା ଆପଣ କେବେ ଚିନ୍ତା କରିପାରିବେ ନାହିଁ । ନିକଟରେ ସୋସିଆଲ ମିଡିଆରେ ଗୋଟିଏ ଚିତ୍ର ବହୁତ ଭାଇରଲ ହେବାରେ ଲାଗିଛି । ସୂଚନା ଅନୁସାରେ ଏହି ଚିତ୍ରରେ ଜଣେ ସୁନ୍ଦରୀ ଝିଅ ବେଡ଼ ଉପରେ ବସିଛି କିନ୍ତୁ ଏହି ଚିତ୍ରରେ କିଛି ଏହିପରି ରହସ୍ୟ ଲୁକ୍କାୟିତ ହୋଇ ରହିଛି ଯାହାକୁ ଜାଣିବା ପରେ ଆପନଙ୍କ ପାଦ ତଳୁ ମାଟି ଖସି ଯିବ ।

ଗୋଟିଏ ରିପୋର୍ଟ ଅନୁସାରେ ଏହି ଚିତ୍ରରେ ଦେଖା ଯାଉଥିବା ଝିଅଟି ଯେତେବେଳେ ସୋସିଆଲ ମିଡିଆରେ ନିଜର ଫୋଟୋ ଦେଖି ଥିଲା, ସେହି ସମୟରେ ସେ ଭୟରେ କମ୍ପି ଉଠିଥିଲା । ବର୍ତ୍ତମାନ ଆପଣ ଭାବୁଥିବେ; ଏହି ସୁନ୍ଦର ଚିତ୍ରରେ ଏହିପରି କଣ ଅଛି ଯେ, ଯାହାକୁ ଲୋକେ ଦେଖିବା ପରେ ସେୟାର କରିବାରେ ଲାଗି ପଡିଛନ୍ତି । ଆପଣ ଏହି ଚିତ୍ରକୁ ନିରେଖି ଦେଖିବା ପରେ ଜାଣି ପାରିବେ; ଏହି ଚିତ୍ରରେ କିଛି ରହସ୍ୟ ରହିଛି, ଯାହା ଚିତ୍ରରେ ଦେଖା ଯାଉଥିବା ଝିଅଟି ମଧ୍ୟ ଚିନ୍ତା କରିନାହିଁ । ଯଦି ଆପଣଙ୍କୁ ଏହି ରହସ୍ୟ ବୁଝା ପଡୁନାହିଁ; ତେବେ ଆମେ ଆପଣଙ୍କୁ ଏହାର ରହସ୍ୟ ବିଷୟରେ ଅବଗତ କରାଇବୁ ।

ଆପଣ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ ଯେ, ଏହି ଚିତ୍ରକୁ ଯେତେ ଲୋକ ଦେଖିଛନ୍ତି ସେମାନେ ଏହି ଚିତ୍ରକୁ ବୁଝିପାରି ନାହାଁନ୍ତି । ଆପଣ ଯେତେବେଳେ ଏହି ଚିତ୍ରକୁ ଦେଖିବେ ସେହି ସମୟରେ ଆପଣଙ୍କୁ କିଛି ପୋଷାକ ଏବଂ ଗୀଟାର ଦେଖାଯିବ । କିନ୍ତୁ ଯେତେବେଳେ ଆପଣ ଏହି ଚିତ୍ରକୁ ଜୁମ କରି ଦେଖିବେ, ତେବେ ଆପଣ ଦେଖିପାରିବେ ଝିଅଟି ବସିଥିବା ବେଡ଼ ତଳେ ଗୋଟିଏ ହାତ ଦେଖାଯିବ । ଏହି ହାତ ଦେଖିବା ପାଇଁ କଳା ଏବଂ ବହୁତ ବଡ଼ ଦେଖାଯାଉଛି । ଏହି ହାତକୁ ଦେଖିବା ପରେ ଜଣା ପଡୁଛି ଏହି ହାତ କୌଣସି ମନୁଷ୍ୟର ନୁହେଁ ଏହା ଦେଖିବା ପାଇଁ ବହୁତ ଭୟଙ୍କର ଦେଖା ଯାଉଛି । ଯେତେବେଳେ ଝିଅଟି ଏହି ଚିତ୍ରକୁ ପୁଣିଥରେ ଦେଖିଲା, ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା ଯେ, ଏହି ଭୟଙ୍କର ଦେଖା ଯାଉଥିବା ହାତ କେଉଁଠାରୁ ଆସିଲା ।

ଝିଅଟି କହିଛି ଯେତେବେଳେ ଏହି ଫୋଟୋ ଉଠାଯାଇଥିଲା ସେହି ସମୟରେ ସେହି ରୁମରେ ଦୁଇ ଜଣ ହିଁ ଉପସ୍ଥିତ ଥିଲେ । ଜଣେ ସେହି ଝିଅ ଏବଂ ଫୋଟୋ ଉତ୍ତୋଳନ କରିଥିବା ତାର ବନ୍ଧୁ । ବର୍ତ୍ତମାନ ପ୍ରଶ୍ନ ଉଠିଛି ଯେ, ସେହି ତୃତୀୟ ବ୍ୟକ୍ତି ଜଣଙ୍କ କିଏ ଯାହାର ହାତ ଆପଣ ମାନେ ଦେଖୁଛନ୍ତି । ଇଣ୍ଟରନେଟରେ ଭାଇରଲ ହୋଇଥିବା ଏହି ଚିତ୍ରକୁ ନେଇ ଲୋକେ ନିଜ ନଜର ବିଚାର ଦେଇଛନ୍ତି । କିଛି ଲୋକଙ୍କ ମାନ୍ୟତା ରହିଛି; ଏହି ହାତ କୌଣସି ପ୍ରେତଆତ୍ମର ଅଟେ ନା କୌଣସି ବ୍ୟକ୍ତିର । ଏହି ଫୋଟ ସତ୍ୟ ଅଟେ ନା ଏକ ମଜାକ ଏହା କେବଳ ସେହି ବ୍ୟକ୍ତିଙ୍କୁ ଜଣାଥିବା ଯେଉଁମାନେ ଏହି ଚିତ୍ର ଉତ୍ତୋଳନ କରିଛନ୍ତି ।