ସାବଧାନ, ପରିସ୍ରା ଅଧିକ ସମୟ ରୋକିଲେ ସଂକ୍ରମଣ ହେବାର ସମ୍ଭାବନା…

Spread the love

ପରିସ୍ରା କରିବା ଆମ ଶରୀରର ଏକ ମୁଖ୍ୟ ପ୍ରକ୍ରିୟା ଅଟେ । ପରିସ୍ରା କରିବା ଦ୍ୱାରା ଶରୀରରୁ ହାନିକାରକ ତତ୍ୱ ଓ ବିଷାକ୍ତ ପଦାର୍ଥ ଗୁଡ଼ିକ ବାହାରକୁ ଚାଲି ଯାଇଥାଏ ଓ ଶରୀରକୁ ସୁସ୍ଥ ରଖିବା ପାଇଁ ସହାୟତା ହୋଇଥାଏ । କିନ୍ତୁ ଲୋକମାନେ ପରିସ୍ରା କରିବା ସମୟରେ କିଛି ଏଭଳି ଭୁଲ କରିଦିଅନ୍ତି ଯେଉଁ କାରଣରୁ ତାହା ଶରୀରକୁ ବହୁତ କ୍ଷତି ପହଞ୍ଚାଇ ଥାଏ ।

କଣ ପରିସ୍ରା ଲାଗିଲେ ମଧ୍ୟ ଆପଣ ବହୁତ ସମୟ ରୋକି ଦିଅନ୍ତ କି ? ଯଦି ହଁ, ତେବେ ଆପଣଙ୍କୁ ସତର୍କ ରହିବା ଦରକାର । ୟୁରିନ ରୋକିବା ଅଭ୍ୟାସ ଆପଣଙ୍କ ପାଇଁ ବିପଦ ହୋଇପାରେ । ଆସନ୍ତୁ ୟୁରିନ ରୋକିବା ଫଳରେ ହେଉଥିବା ୫ଟି କ୍ଷତି ବିଷୟରେ ଜାଣିବା –

୧. ୟୁରିନ ଦ୍ୱାରା ଶରୀରରୁ ଅବାଞ୍ଚିତ ବର୍ଜ୍ୟବସ୍ତୁ ନିଷ୍କାସିତ ହୁଏ । ଯଦି ଆପଣ ବାଥରୁମ ଯିବା ଅନୁଭବ କାରବାର କିଛି ସମୟ ମଧ୍ୟରେ, ଯଦି ଆପଣ ନ ଯାଆନ୍ତି, ଏହାର ଅର୍ଥ ସେହି ବର୍ଜ୍ୟବସ୍ତୁକୁ ଶରୀରରେ ରୋକି ରୋଗକୁ ନିମନ୍ତ୍ରଣ କରୁଛନ୍ତି ଆପଣ । ଏହା ଆପଣଙ୍କ ପାଇଁ ଭବିଷ୍ୟତରେ ବିପଦ ସୃଷ୍ଟି କରି ପାରେ ।

୨. ଆପଣ ବାଥରୁମ ଯିବ ଅନୁଭବ କରୁଛନ୍ତି, ଏହାର ଅର୍ଥ ଆପଣଙ୍କର ମୂତ୍ରାଶୟରେ ମୂତ୍ର ପୂର୍ଣ୍ଣ ହୋଇଯାଇଛି । ଏହା ସତ୍ତ୍ୱେ ମଧ୍ୟ ଆପଣ ୟୁରିନ ରୋକିଲେ, ମୂତ୍ରାଶୟ ଉପରେ ଅନାବଶ୍ୟକ ବା ଅଯଥା ଚାପ ପଡିବ, ଯାହାଫଳରେ ଏହାର କୁ-ପ୍ରଭାବ ମୂତ୍ରାଶୟର କାର୍ଯ୍ୟ ଉପରେ ପଡିବ ଓ ମୂତ୍ରାଶୟ ଜନିତ ବିଭିନ୍ନ ରୋଗ ସ୍ତୃଷ୍ଟି ହୋଇପାରେ ।

୩. ଯଦି ଆପଣ ବହୁ ସମୟ ପର୍ଯ୍ୟନ୍ତ ପରିସ୍ରା ଅଟକାଇ ରଖନ୍ତି, ତେବେ ଆପଣଙ୍କ କିଡନୀରେ ପଥର (Stone)ର ହେବର ସମସ୍ୟା ଉପୁଜି ପାରେ । ଅର୍ଥାତ ଯଦି ପରିସ୍ରା ଲାଗିବା ସତ୍ତ୍ୱେ ମଧ୍ୟ ଆପଣ ଅଟକାଇ ରଖୁଛନ୍ତି, ତେବେ କିଛି ସମୟ ପରେ ସେହି ମୁତ୍ର ପୁନଶ୍ଚ କିଡନୀକୁ ଫେରିଯାଏ, ଯାହା ଫଳରେ ଷ୍ଟୋନ ତିଆରି ହୋଇପାରେ ।

୪. ସଠିକ ସମୟରେ ପରିସ୍ରା ନ ଗଲେ, ୟୁରିନାରୀ ଟ୍ରେକ୍ଟ ସଂକ୍ରମଣ ହେବାର କାରଣ ହୋଇପାରେ । ଯାହା ଫଳରେ କିଡନୀରେ ବେକ୍ଟେରିଆ ଗୁଡିକ ବୃଦ୍ଧି ହେବ ସଙ୍ଗେ ସଙ୍ଗେ ଅନ୍ୟ ଅଙ୍ଗକୁ ମଧ୍ୟ ପ୍ରଭାବିତ କରିଥାଏ ।

୫. ଅଧିକ ସମୟ ପର୍ଯ୍ୟନ୍ତ ପରିସ୍ରା ରୋକିବା ଫଳରେ ଆପଣଙ୍କୁ ମୂତ୍ର ସମ୍ବନ୍ଧିତ ଅନେକ ରୋଗ ହେବା ସହ କିଡନୀ ଖରାପ ହେବାର ସମ୍ଭାବନା ମଧ୍ୟ ଥାଏ । ଏତିକି ହିଁ ନାହିଁ ଆପଣଙ୍କୁ ଅନୁଭବ କରିବାର କ୍ଷମତା ମଧ୍ୟ ପ୍ରଭାବିତ ହୋଇଥାଏ ।

ସ୍ୱାସ୍ଥ୍ୟ ହିଁ ସମ୍ପଦ ।