ବଲିଉଡର ଏହି ଅଭିନେତ୍ରୀ ସବୁଠାରୁ ଧନୀ !ନିଜ ଘରେ ୩୦କୋଟିର ପ୍ରାଇଭେଟ ଜେଟ ଏବଂ ୧୦୦କୋଟିର ଗାଡି ରହିଛି ।

Spread the love

ଜୀବନରେ ଏକ ଭଲ ସ୍ତରରେ ପହଞ୍ଚିବାକୁ ହେଲେ କଠିନ ପରିଶ୍ରମ କରିବା ନିହାତି ଦରକାର । ବହୁତ କମ ଲୋକ ଏପରି ଅଛନ୍ତି; ଯେଉଁମାନେ କୌଣସି ପରିଶ୍ରମ ନକରି ମଧ୍ୟ ବସି-ବସି ସବୁକିଛି ମିଳି ଯାଉଛି । ବଲିଉଡରେ ଏଭଳି ଅନେକ ଅଭନେତ୍ରୀ ମାନେ ଅଛନ୍ତି, ଯେଉଁମାନେ ସୁନ୍ଦର ହୋଇଥିବା ସହ ପ୍ରତିଭା ସର୍ମ୍ପନ୍ନ ମଧ୍ୟ ଅଟନ୍ତି । ଏହି ଅଭନେତ୍ରୀ ମାନଙ୍କ ଅଭିନୟକୁ ଏବଂ ସେମାନଙ୍କ ଫିଲ୍ମକୁ ଦର୍ଶକ ବହୁତ ପସନ୍ଦ କରନ୍ତି । ଏହି ଅଭନେତ୍ରୀ ମାନେ ନିଜର ପରିଶ୍ରମ ଫଳରେ ଆଜି ଏପରି ସ୍ତରରେ ପହଞ୍ଚି ଯାଇଛନ୍ତି ଯେ, ବଲିଉଡର ସବୁଠାରୁ ଲୋକପ୍ରିୟ ଏବଂ ଧନୀ ଅଭନେତ୍ରୀ ମାନଙ୍କ ମଧ୍ୟରେ ଏମାନଙ୍କର ନାମକୁ ଗଣତି କରାଯାଉଛି । କିନ୍ତୁ ବଲିଉଡରେ ଏପରି ଜଣେ ଅଭିନେତ୍ରୀ ଅଛନ୍ତି; ଯାହାଙ୍କ ପାଇଁ ଅତୀତରେ ଫିଲ୍ମ ଦୁନିଆରେ ନିଜର ସ୍ଥାନ ତିଆରି କରିବା ସହଜ ହୋଇନଥିଲା । ବହୁତ ପରିଶ୍ରମ ପରେ ଏହି ଅଭିନେତ୍ରୀ ବଲିଉଡରେ ଏକ ସଫଳ ସ୍ତର ଲାଭ କରିପାରିଛନ୍ତି । “ବିଗ ବସ”ରେ ଏହି ଅଭିନେତ୍ରୀ ଜଣକ ଯେତେବେଳେ ପ୍ରତିଯୋଗିତା ଆରମ୍ଭ କରିଥିଲେ ସେତେବେଳେ ଲୋକଙ୍କ ଦୃଷ୍ଟିରେ ତାଙ୍କର ପରିଚୟ ଭଲ ନଥିଲା । କିନ୍ତୁ ଧୀରେ-ଧୀରେ ସେ ସମସ୍ତଙ୍କ ହୃଦୟରେ ବସି ଗଲେ । ଆପଣମାନେ ବୁଝି ପାରିଥିବେ ଯେ, ଆମେ କେଉଁ ଅଭିନେତ୍ରୀଙ୍କ ବିଷୟରେ କହୁଛୁ । ଆମ ସମସ୍ତଙ୍କର ପ୍ରିୟ ବେବି ଡଲ ସନି ଲିଅନଙ୍କ ବିଷୟରେ ଆମେ କଥା ହେଉଛୁ । ସନି ଲିଅନ ଆଜି ବଲିଉଡର ଏକ ଉଚ୍ଚକୋଟିର ନାୟିକା ଅଟନ୍ତି । ଆଜି ତାଙ୍କର ନାମ ଉଚ୍ଚତ୍ତମ ବେତନଗ୍ରାହୀ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ଅଟେ । ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ, ସନି ବଲିଉଡକୁ ଆସିବାର ଅଳ୍ପ କିଛି ବର୍ଷ ହୋଇଛି ଏବଂ ଏହି ବର୍ଷ ଗୁଡିକରେ ସେ ବଲିଉଡର ରାଣୀ ହୋଇ ସାରିଛନ୍ତି । ଆଜି ତାଙ୍କର ନାମ ବଲିଉଡରେ ସବୁଠାରୁ ଧନୀ ଅଭନେତ୍ରୀ ମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ଅଟେ ।

“ବିଗ ବସ”ରୁ ଆରମ୍ଭ କରିଥିଲେ :

“ବିଗ ବସ”କୁ ଆସିବା ପୂର୍ବରୁ ସନି ଏଡ଼ଲଟ ଫିଲ୍ମରେ କାମ କରୁଥିଲେ । କିନ୍ତୁ “ବିଗ ବସ” ତାଙ୍କର ଜୀବନକୁ ସମ୍ପୂର୍ଣ୍ଣ ରୂପରେ ପରିବର୍ତ୍ତନ କରିଦେଇ ଥିଲା । “ବିଗ ବସ” ପରେ ତାଙ୍କୁ ଫିଲ୍ମରେ ପ୍ରସ୍ତାବ ଆସିବାକୁ ଲାଗିଲା । ସେ ନିଜର ଫିଲ୍ମ କ୍ୟାରିୟର ୨୦୧୨ ମସିହାରେ ଫିଲ୍ମ ‘ଜିସମ’ରୁ ଆରମ୍ଭ କରିଥିଲେ । ଏହାପରେ ସେ ‘ରାଗିନି MMS-2’, ‘ଏକ ପେହେଲି ଲିଲା’ ଏବଂ ‘ୱାନ ନାଇଟ ଷ୍ଟେଣ୍ଡ’ ଭଳି ଫିଲ୍ମରେ ଦେଖା ଦେଇଥିଲେ । ଏହି ଫିଲ୍ମଗୁଡିକ ବକ୍ସ ଅଫିସରେ ଅସଫଳ ହୋଇଥିଲା କିନ୍ତୁ ଏହି ଫିଲ୍ମ ପରେ ସେ ତାରକା ହୋଇ ଯାଇଥିଲେ । ବର୍ତ୍ତମାନ ଆଇଟମ ନମ୍ବର ପାଇଁ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ସନି ଅଟନ୍ତି । ଆଇଟମ ନମ୍ବର ବିଷୟରେ କହିବାକୁ ଗଲେ ଏପର୍ଯ୍ୟନ୍ତ ସେ “ଲେଲା ମେ ଲେଲା”, ‘ପିଙ୍କ ଲିପ୍ସ’, ‘ଦେଶୀ ଲୁକ’, ‘ପାନି ଵାଲା ଡେନ୍ସ’ ଭଳି ଗୀତରେ ଅଭିନୟ କରି ଲୋକପ୍ରିୟତା ଲାଭ କରିଛନ୍ତି ଏବଂ ଏହି ଗୀତ ଏବଂ ଫିଲ୍ମ ଯୋଗୁଁ ସେ ଉଚ୍ଚତମ ଅଭିନେତ୍ରୀ ହୋଇ ପାରିଛନ୍ତି ।

ବର୍ତ୍ତମାନ ତାଙ୍କର ପ୍ରାଇଭେଟ ଜେଟ ଏବଂ ମହଙ୍ଗା ଗାଡ଼ିଗୁଡିକ ଅଛି :

ଆଜି ସନି ସେ ସବୁ କିଛି ପାଇସାରିଛନ୍ତି ଯାହାର ସ୍ଵପ୍ନ ଏକ ସାଧାରଣ ଯୁବତୀ ଦେଖିଥାଏ । ସନି ନିଜର ପତି ଡାନିଏଲ ବେୱର ଏବଂ ନିଜର ପୋଷ୍ୟ କନ୍ୟା ସହ ଏକ ସୁଖମୟ ଜୀବନ ବିତାଉଛନ୍ତି । ସନି ବର୍ତ୍ତମାନ ୪୦୦କୋଟିର ମାଲିକାଣୀ ଅଟନ୍ତି । ତାଙ୍କ ପାଖରେ ଏକ ପ୍ରାଇଭେଟ ଜେଟ ଯାହାର ମୂଲ୍ୟ ୩୦ କୋଟି ଏବଂ ୧୦୦ କୋଟିରୁ ଉର୍ଦ୍ଧ୍ଵ ଗାଡି ଗୁଡିକର କଲଲେକ୍ସନ ଅଛି । ଏହି କାରଣ ଯୋଗୁଁ ସେ ଆଜି ବଲିଉଡର ସବୁଠାରୁ ଧନୀ ଅଭିନେତ୍ରୀ ଅଟନ୍ତି ।

ଆଶା କରୁଛୁ ଯେ ଆମର ଏହି ଅନୁଛେଦଟି ଆପଣମାନଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିବା ପରେ ଏହାକୁ ଲାଇକ ଏବଂ ସେୟାର ନିଶ୍ଚୟ କରନ୍ତୁ ।