ବିବାହର ଠିକ ପୂର୍ବରୁ ଏହି ତାରକା ମାନଙ୍କ ବିବାହ ଭାଙ୍ଗି ଯାଇଥିଲା । ଜଣଙ୍କ ବିବାହ କାର୍ଡ ମଧ୍ୟ ଛପାଇ ସାରିଥିଲା ।

Spread the love

ନିର୍ବନ୍ଧ ପରେ ଭାଙ୍ଗି ଯାଇଥିଲା ଏହି ତାରକା ମାନଙ୍କ ବିବାହ, ଜଣେ ପୁରା ପ୍ରସ୍ତୁତି କରି ସାରିଥିଲେ ।

ବଲିଉଡରେ କିଛି ଯୋଡି ଗୋଟିଏ ପଟେ ଉଦାହରଣ ପାଲଟିଛନ୍ତି ତ କିଛି ଯୋଡ଼ିଙ୍କ ପାଇଁ ଲୋକେ ପ୍ରେମ ଏବଂ ବିବାହ ପରି ସଂପର୍କ ଠାରୁ ଦୁରେଇ ରହିବା ପାଇଁ ଚେଷ୍ଟା କରନ୍ତି । ବଲିଉଡରେ ନିର୍ବନ୍ଧ ପରେ ବିବାହ ଭାଙ୍ଗିଯିବା କିମ୍ବା ବିବାହ ପରେ ଛାଡପତ୍ର ହୋଇଯିବା କିଛି ନୂଆଁ କଥା ନୁହେଁ । ଏହିପରି ପ୍ରିୟଙ୍କା ଚୋପ୍ରାଙ୍କ ଭାଇଙ୍କ ବିବାହ ମଧ୍ୟ ନିର୍ବନ୍ଧ ପରେ ଭାଙ୍ଗି ଯାଇଛି କିନ୍ତୁ ଏହା ପ୍ରଥମ ଘଟଣା ନୁହେଁ ଏହା ପୂର୍ବରୁ ଅନେକ ଏପରି ବିବାହ ନିର୍ବନ୍ଧ ପରେ ପରେ ଭାଙ୍ଗି ଯାଇଛି । ଆଜି ଆମେ ଏହିପରି କିଛି ବିବାହ ବିଷୟରେ କହିବୁ ଯାହା ନିର୍ବନ୍ଧ ପରେ ଭାଙ୍ଗି ଯାଇଥିଲା ।

ଅଭିଷେକ ଏବଂ କରିସ୍ମା କପୁର୍ :

ଅଭିଷେକ ଏବଂ କରିସ୍ମା କପୁର୍ ୨୦୦୦ ମସିହାରେ ନିର୍ବନ୍ଧ କରିଥିଲେ । ନିର୍ବନ୍ଧ ପୂର୍ବରୁ ଦୁହିଁଙ୍କ ମଧ୍ୟରେ ଲମ୍ବା ସମ୍ପର୍କ ରହିଥିଲା, ଯାହାଫଳରେ ଦୁହିଁଙ୍କ ନିର୍ବନ୍ଧ ହୋଇଯାଇ ଥିଲା କିନ୍ତୁ ବିବାହ ପୂର୍ବରୁ ହିଁ ଦୁହିଁଙ୍କ ନିର୍ବନ୍ଧ ଭାଙ୍ଗି ଯାଇଥିଲା ଏବଂ ଦୁହିଁଙ୍କ ରାସ୍ତା ଭିନ୍ନ ଭିନ୍ନ ହୋଇ ଯାଇଥିଲା । ପରେ ଅଭିଷେକ ଐଶ୍ଵଋୟାଙ୍କ ସହ ବିବାହ କରି ଖୁସିରେ ଜୀବନ ଅତିବାହିତ କରୁଛନ୍ତି ।

ଶିଳ୍ପା ସିନ୍ଧେ ଏବଂ ରୋମିତ୍ ରାଜ :

ଶିଳ୍ପା ସିନ୍ଧେ ସର୍ବଦା ଚର୍ଚ୍ଚାରେ ରୁହନ୍ତି କିନ୍ତୁ ସେହି ସମୟରେ ଖୁବ ଚର୍ଚାରେ ରହିଥିଲେ ଯେତେବେଳେ ସେ ନିଜ ନିର୍ବନ୍ଧ ଭାଙ୍ଗିଥିଲେ । ଶିଳ୍ପା ସିନ୍ଧେ ଅଭିନେତା ରୋମିତ ରାଜଙ୍କ ସହ ନିର୍ବନ୍ଧ କରିଥିଲେ ଏବଂ କାର୍ଡ ମଧ୍ୟ ଛପାଇ ସାରିଥିଲେ । କାର୍ଡ ଛପାଇବା ପରେ ହିଁ ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା ଏବଂ ଦୁହେଁ ଅଲଗା ହୋଇ ଯାଇଥିଲେ । ଶିଳ୍ପା କହିଥିଲେ ଭଲ ହେଲା ସବୁ କଥା ପୂର୍ବରୁ ଜଣା ପଡିଯାଇଥିଲା ନଚେତ୍ ବିବାହ ପରେ ସବୁକିଛି ବିଗିଡି ଯାଇଥାନ୍ତା ।

ବିବେକ ଅବ୍ରାଏ ଏବଂ ଗୁରୁପ୍ରୀତ ଗିଲ୍ :

ବିବେକଙ୍କ ପ୍ରେମର ଚର୍ଚ୍ଚା ବଲିଉଡରେ ଖୁବ୍ ଚାଲିଥିଲା । ବିବେକଙ୍କ ନାମ ବଲିଉଡର ଅନେକ ଅଭିନେତ୍ରୀଙ୍କ ସହ ଜଡ଼ିତ ହୋଇଥିଲା କିନ୍ତୁ ସେ ଗୁରପ୍ରୀତ ଗିଲଙ୍କ ସହ ନିର୍ବନ୍ଧ କରିଥିଲେ । ଦୁହିଁଙ୍କ ମଧ୍ୟରେ ଲମ୍ବା ସମୟ ପର୍ଯ୍ୟନ୍ତ ପ୍ରେମ ସମ୍ପର୍କ ରହିଥିଲା କିନ୍ତୁ ବିବାହର କିଛି ଦିନ ପୂର୍ବରୁ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା ଏବଂ ନିର୍ବନ୍ଧ ଭାଙ୍ଗି ଯାଇଥିଲା । ବିବେକଙ୍କ ନାମ ଐଶ୍ଵଋୟାଙ୍କ ସହ ଯୋଡ଼ା ଯାଇଥିଲା କିନ୍ତୁ ବର୍ତ୍ତମାନ ଐଶ୍ଵଋୟା ଅଭିଷେକଙ୍କ ସହ ବିବାହ କରି ଖୁସିରେ ଜୀବନ ବିତାଉଛନ୍ତି ।

ସଲମାନ ଖାନ୍ ଏବଂ ସୋମି ଅଲ୍ଲୀ :

ସଲମାନ୍ ଏବଂ ସୋମିଙ୍କ ମଧ୍ୟରେ ୬ ବର୍ଷର ଲମ୍ବା ପ୍ରେମ ସମ୍ପର୍କ ରହିଥିଲା । ଦୁହେଁ ଏହି ସମ୍ପର୍କ ଚାଲୁଥିବା ସମୟରେ ହିଁ ନିର୍ବନ୍ଧ କରି ଦେଇଥିଲେ କିନ୍ତୁ ସମ୍ପର୍କ ବିବାହ ପର୍ଯ୍ୟନ୍ତ ଯାଇନଥିଲା । ସଲମାନ୍ ଏହି ସମ୍ପର୍କକୁ ନେଇ ଖୁବ୍ ସିରିଅସ୍ ଥିଲେ କିନ୍ତୁ ଦୁହିଁଙ୍କ ମଧ୍ୟରେ ଝଗଡା କାରଣରୁ ସମ୍ପର୍କରେ ପୂର୍ଣଛେଦ ପଡି ଯାଇଥିଲା ଏବଂ ପରେ ସଲମାନଙ୍କ ନାମ ଅନେକ ଝିଅଙ୍କ ସହ ଯୋଡ଼ା ହେବାରେ ଲାଗିଲା ।