ପ୍ରତିଟି ରୋଗର କାରଣ ହେଉଛି ଏହି ୫ଟି ଜିନିଷ, ଆଜିଠାରୁ ଖାଇବା ଛାଡି ଦିଅନ୍ତୁ

Spread the love

ଗୋଟିଏ ଗବେଷଣାରୁ ଜଣାପଡିଛି ଯେ ଡାଇବେଟିସ୍, ହାଇ ବ୍ଲଡ଼ପ୍ରେସର୍, ବାଳ ଝଡ଼ିବା, ଦ୍ରୁଷ୍ଟି ଶକ୍ତି ଦୁର୍ବଳ, ପେଟରେ ଗ୍ୟାସ ସମସ୍ୟା, କୋଷ୍ଟକାଠିନ୍ୟ ଆଦି ରୋଗ ଗୁଡିକ; ଆମର ଖାଦ୍ୟପେୟର ଖରାପ ଅଭ୍ୟାସ ଯୋଗୁଁ ହୋଇଥାଏ । ଯଦି ଆମେ ଏହି ଅଭ୍ୟାସକୁ ଠିକ୍ କରି ନେବା, ତେବେ ଏହିସବୁ ରୋଗ ଠାରୁ ରକ୍ଷା ପାଇପାରିବେ ଏବଂ ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବାନ ରହି ପାରିବେ ।

ଏହି ପୋଷ୍ଟରେ ଆଜି ଆମେ ଆପଣଙ୍କ ଏମତି ୫ଟି ଜିନିଷ କହିବୁ ଯାହାକି ଅଧିକାଂଶ ରୋଗର କାରଣ ହୋଇଥାଏ । ଯଦି ଆପଣ ଏହି ୫ଟି ଜିନିଷ ଖାଇବା ବନ୍ଦ କରି ଦେବେ କିମ୍ବା ଖାଇବା କମ୍ କରି ଦେବା; ତେବେ ଆପଣ ଏହିସବୁ ରୋଗ ଠାରୁ ରକ୍ଷା ପାଇପାରିବେ ଏବଂ ଦୀର୍ଘ ସମୟ ଯାଏଁ ସୁସ୍ଥ ରହି ପାରିବେ । ଏଥିପାଇଁ ଏହି ପୋଷ୍ଟଟିକୁ ଶେଷ ଯାଏଁ ନିଶ୍ଚିତ ପଢନ୍ତୁ ।

ଆଜି ଠାରୁ ଏହି ୫ଟି ଜିନିଷ ଖାଇବା ଛାଡି ଦିଅନ୍ତୁ :

୧) ଚାହା କିମ୍ବା କଫି :-

ଡାକ୍ତର ଆମକୁ କହିଥାନ୍ତି ଯେ, ସକାଳୁ ଉଠି ଖାଲି ପେଟରେ ଏକରୁ ଦୁଇ ଗ୍ଲାସ ପାଣି ପିଇବା ଦରକାର ଅଟେ କିନ୍ତୁ ଅଧିକାଂଶ ଲୋକ, ଏପରିକି ଆପଣ ମଧ୍ୟ ସକାଳୁ ଉଠି ଚାହା କିମ୍ବା କଫି ପିଇବାର ଅଭ୍ୟାସ ଥିବେ । ସକାଳୁ ଉଠି ଖାଲି ପେଟରେ ଚାହା ପିଇବାର ମାନେ ନିଜର ପେଟକୁ ଜଳେଇବା । ଯେବେ ଆପଣ ସକାଳୁ ଉଠି ଖାଲି ପେଟରେ ଚାହା ପିଅନ୍ତି, ତେବେ ଆପଣଙ୍କ ପେଟ ଭିତରେ ଅମ୍ଳର ମାତ୍ରା ଦୁଇ ଗୁଣ ହୋଇଯାଇ ଥାଏ । ଯେଉଁଥି କାରଣରୁ ଆପଣଙ୍କର ପେଟରେ ଗ୍ୟାସ ଆଉ ପେଟରେ ଜଳା ପୋଡା, କୋଷ୍ଟକାଠିନ୍ୟ, ବାଳ ଝଡ଼ିବା ଆଦି ସମସ୍ୟା ହୋଇଥାଏ । ଚାହାରେ ଏମିତି କିଛି ବି ତତ୍ୱ ନ ଥାଏ, ଯାହାକି ଆପଣଙ୍କର ଶରୀର ପାଇଁ ଉପକାରୀ ଅଟେ । ଏଥିରେ ଥିବା କେଫିନ୍ ଆପଣଙ୍କର ନିଦକୁ ବି ଖରାପ କରିଥାଏ । ଏଥିପାଇଁ ଆପଣଙ୍କୁ ଚାହା କିମ୍ବା କଫିର ସେବନ କମ୍ ରୁ ଅତି କମ୍ ମାତ୍ରାରେ କରିବା ଆବଶ୍ୟକ ଅଟେ ।

୨) କୋଲଡ୍ରିଂକ୍:-

ଏକ ରିସର୍ଚ୍ଚରୁ ଏହି କଥା ସାମ୍ନାକୁ ଆସିଛି ଯେ, କୋଲଡ୍ରିଂକ୍ ରେ ଥିବା ଫସ୍-ଫରିକ୍ ଏସିଡ୍ ଆମର ଶରୀର ପାଇଁ ବହୁତ କ୍ଷତି କାରକ ହୋଇଥାଏ । ଯେଉଁ ଲୋକମାନେ ଅଧିକ ମାତ୍ରାରେ କୋଲଡ୍ରିଂକ୍ ସେବନ କରିଥାନ୍ତି; ସେହି ଲୋକମାନେ କମ୍ ବୟସରେ ହିଁ ବୁଢା ପରି ଦେଖାଯାନ୍ତି । କୋଲଡ୍ରିଙ୍କସ୍ ରେ ଥିବା ଚିନି ଓ ସୋଢ଼ା ଆମର ଶରୀରରେ ଡାଇବେଟିସ୍, ହାଇ ବ୍ଲଡ଼ପ୍ରେସର୍ ପାଇଁ ମଧ୍ୟ ଦାୟୀ ହୋଇଥାଏ, ଏଥିପାଇଁ ଆପଣଙ୍କୁ କୋଲଡ୍ରିଙ୍କସ୍ ର ସେବନ କମ୍ ମାତ୍ରାରେ କରିବା ଆବଶ୍ୟକ ଅଟେ ।

୩) ଆଚାର :-

ଖାଇବା ସମୟରେ ଯଦି ଆଚାର ମିଳିଯାଏ, ତେବେ ଖାଇବାର ମଜା ଦ୍ଵିଗୁଣା ହୋଇଯାଇ ଥାଏ । କିନ୍ତୁ ଆଚାରରେ ତେଲ, ମସଲା ଆଉ ଲୁଣର ଅଧିକ ବ୍ୟବହାର କରାଯାଇ ଥାଏ । ତେଣୁ ଆଚାର ଖାଇବା ଦ୍ଵାରା ଶରୀରରେ ସୋଡିୟମର ମାତ୍ରା ବହୁତ ଅଧିକ ଯାଇଥାଏ । ଯେଉଁଥି କାରଣରୁ ଆପଣଙ୍କୁ ବ୍ଲଡ୍ ପ୍ରେସର୍ ଜନିତ ସମସ୍ୟା ହେଇଥାଏ । ଆଚାରର ଖଟାପଣ କାରଣରୁ ଆପଣଙ୍କୁ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ମଧ୍ୟ ହେଇଥାଏ । ତେଣୁ ଆପଣଙ୍କୁ ଆଚାର କମ୍ ରୁ ଅତିକମ ଖାଇବା ଆବଶ୍ୟକ ଅଟେ ।

୪) ବଜାରରେ ମିଳୁ ଥିବା ପୋପକର୍ଣ :-

ଘରେ ତିଆରି ହୋଇଥିବା ପୋପକର୍ଣ ଆମ ଦେହ ପାଇଁ ଭଲ ହୋଇଥାଏ କିନ୍ତୁ ବଜାରରେ ବା ସିନେମା ହଲରେ ମିଳୁଥିବା ରଙ୍ଗ ବିରଙ୍ଗୀ ପୋପକର୍ଣରେ ତେଲ ମସଲା ଓ ଚିନିର ମାତ୍ରା ଅଧିକ ହୋଇଥାଏ; ଯାହା କାରଣରୁ ଆପଣଙ୍କୁ ହାଇ ବିପି, ଡାଇବେଟିସ ଜନିତ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଏଥିପାଇଁ ଆପଣଙ୍କୁ ବଜାରରେ ମିଳୁଥିବା ପୋପକର୍ଣ କମ୍ ମାତ୍ରାରେ ଖାଇବା ଆବଶ୍ୟକ ଅଟେ ।

୫) ବଜାରରେ ମିଳୁ ଥିବା ରଙ୍ଗ ବେରଙ୍ଗୀ ବ୍ୟଞ୍ଜନ :-

ଆଜିର ସମୟରେ କେକ୍, ପେଷ୍ଟ୍ରି, ରଙ୍ଗ ବେରଙ୍ଗୀ ଆଇସକ୍ରିମ୍, ଆଦିରେ ଅନେକ ଜିନିଷ ମିଶିଥାଏ, ଯେଉଁଥିରେ କି ଆର୍ଟିଫିସିଆଲ୍ ରଙ୍ଗର ବ୍ୟବହାର ହୋଇଥାଏ । ଆମ ଶରୀର ପାଇଁ ଆର୍ଟିଫିସିଆଲ୍ ରଙ୍ଗ ବହୁତ କ୍ଷତିକାରକ ହୋଇଥାଏ । ତେଣୁ ଅଧିକ ରଙ୍ଗ ବେରଙ୍ଗୀ ଜିନିଷ ଯେଉଁଥିରେ ଆର୍ଟିଫିସିଆଲ୍ ରଙ୍ଗର ବ୍ୟବହାର କରାଯାଇ ଥାଏ, ସେହି ସବୁ ସେବନ କରିବା ଉଚିତ ନୁହେଁ ।