ସାରୁଖ ଖାନ୍ ଏବଂ କରଣ ଜୋହାରଙ୍କ ବନ୍ଧୁତା ଭାଙ୍ଗିବାର କାରଣ ଏହି ଅଭିନେତ୍ରୀ ଥିଲେ । ନାମ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

Spread the love

କରଣ ଜୋହର ଏବଂ ସାରୁଖ ଖାନଙ୍କ ଚର୍ଚ୍ଚା ପ୍ରାୟତଃ ବଲିଉଡରେ ହୋଇଥାଏ । ବଲିଉଡରେ ଏହି ଦୁହିଁଙ୍କ ବନ୍ଧୁତାର ଚର୍ଚ୍ଚା ସମସ୍ତେ କରିଥାନ୍ତି ।କିନ୍ତୁ ଆଜି ଆମେ ଆପଣଙ୍କୁ ଏମାନଙ୍କ ଭିତରେ ଥିବା ଦୂରତା ବିଷୟରେ ଜଣାଇବା ପାଇଁ ଚାହୁଁଛୁ । ଏକ ସମୟ ଏହିପରି ଥିଲା, ଯେତେବେଳେ ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଯାଇଥିଲା ଏବଂ ଏହି ଦୁଇ ଜଣଙ୍କ ମଧ୍ୟ ଏହି ପରିସ୍ଥିତି କୌଣସି ଝଗଡା ଯୋଗୁଁ ନୁହେଁ ବରଂ ଜଣେ ସୁନ୍ଦରୀ ବଲିଉଡ ଅଭିନେତ୍ରୀଙ୍କ ଯୋଗୁଁ ହୋଇଥିଲା । ସାରୁଖ ସେହି ଅଭିନେତ୍ରୀଙ୍କୁ ନେଇ କରଣ ଜୋହାରଙ୍କ ସହ ଝଗଡା କରିଥିଲେ । ଆସନ୍ତୁ ଜାଣିବେ ସମ୍ପୂର୍ଣ୍ଣ ଘଟଣା ।

ଫିଲ୍ମ ନିର୍ମାତା କରଣ ଜୋହର ଏବଂ ସାରୁଖ ଖାନଙ୍କ ଜୀବନ ଉଭୟ ଉଭୟଙ୍କ ବିନା ଅଧୁରା ଅଟେ । ସାରୁଖ ଖାନଙ୍କ ସୁପରଷ୍ଟାର ହେବାରେ କରଣ ଜୋହାରଙ୍କ ପ୍ରମୁଖ ଭୂମିକା ରହିଥିଲା । ଏକ ସମୟରେ ସାରୁଖ ଏବଂ କରଣ ଉଭୟ ଉଭୟଙ୍କ ପାଇଁ କାମ କରୁଥିଲେ । କରଣ ଫିଲ୍ମ ନିର୍ମାଣ କରୁଥିଲେ ଏବଂ ସାରୁଖ ସେହି ଫିଲ୍ମରେ ଅଭିନୟ କରୁଥିଲେ । ଜଣେ ଖୁସି ହେଲେ ଅନ୍ୟ ଜଣେ ଖୁସି ହେଉଥିଲେ ଏବଂ ଜଣେ କେହି ଦୁଃଖୀ ହେଲେ ଅନ୍ୟଜଣେ ଦୁଃଖୀ ହେଉଥିଲେ । ଏମାନଙ୍କ ମଧ୍ୟରେ ଗଭୀର ବନ୍ଧୁତା ଥିଲା, ଯାହା କିଛି ସମୟ ପୂର୍ବରୁ ଭାଙ୍ଗି ଯାଇଛି ।

ମାଇ ନେମ ଇଜ ଖାନ ଫିଲ୍ମ ପରେ ସାରୁଖ ଏବଂ କରଣଙ୍କ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଯାଇଥିଲା । ପରିସ୍ଥିତି ଏହିପରି ହୋଇ ଯାଇଥିଲା ଦୁହେଁ ଏକାଠି ମିଳିତ ଦେଖିବା ପାଇଁ ମିଳିଲେ ନାହିଁ ଏବଂ ନା ହିଁ କେଉଁଠି ଏକାଠି ଦେଖା ହେଲେ କିନ୍ତୁ କଥାବାର୍ତ୍ତା ହେଉଥିଲେ । ଏହି ପରିପ୍ରେକ୍ଷୀରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତାରେ ଫାଟ ସୃଷ୍ଟି ହୋଇଯାଇଥିଲା । କିନ୍ତୁ ମାନ୍ୟତା ରହିଛି କିଛି ବନ୍ଧୁଙ୍କ ମଧ୍ୟରେ ଯେତେ ମଧ୍ୟ ଦୂରତା ସୃଷ୍ଟି ହୋଇଯାଉ ନା କାହିଁକି ସେମାନେ ହୃଦୟରୁ ଦୂର ହୋଇନଥାନ୍ତି । ଏହି କାରଣରୁ ଆଜି ଦୁହେଁ ପୁଣିଥରେ ଏକାଠି ହୋଇଯାଇଛନ୍ତି । ୨୦୧୦ ପରେ ୨ ବର୍ଷ ପର୍ଯ୍ୟନ୍ତ ସାରୁଖଙ୍କ ସହ କାମ କରି ନ ଥିଲେ ।

ସାରୁଖ ଏବଂ ପ୍ରିୟଙ୍କାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ କାରଣରୁ କରଣଙ୍କ ସହ ସାରୁଖଙ୍କ ଝଗଡା ହୋଇଥିଲା । ସରୁଖଙ୍କ ଏହି ପ୍ରେମ ସମ୍ପର୍କ ଯୋଗୁଁ ଗୌରୀ ଖାନଙ୍କୁ ଅସୁବିଧାର ସମ୍ମୁଖୀନ ହେବା ପାଇଁ ପଡିଥିଲା । ଏହି ପରିପ୍ରେକ୍ଷୀରେ କରଣ, ସାରୁଖଙ୍କ ସାଥି ଦେବା ପ୍ରତି ବଦଳରେ ଗୌରୀଙ୍କୁ ସହଯୋଗ ଦେଇଥିଲେ ଯାହା ସାରୁଖଙ୍କୁ ପସନ୍ଦ ହୋଇନଥିଲା । କେବଳ ଏତିକି ନୁହେଁ କରଣ ପ୍ରିୟଙ୍କାଙ୍କ ବିଷୟରେ ବହୁତ କିଛି ଲେଖି ଦେଇଥିଲେ ଯାହାଫଳରେ ସାରୁଖଙ୍କୁ କ୍ରୋଧ ଆସିଥିଲା ଏହିପରି ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଭାଙ୍ଗି ଯାଇଥିଲା ।

ଏହି କଥାରେ ଦ୍ଵି-ମତ ନାହିଁ ଯେ, ଦୁହେଁ ଦୁହିଁଙ୍କ ପାଇଁ ଜୀବନ ଦେବା ପାଇଁ ପଛାଇ ନଥାନ୍ତି । ଯେତେବେଳେ ଦୁହିଙ୍କ ମଧ୍ୟରେ ଦୂରତା ସୃଷ୍ଟି ହୋଇଥିଲା, ସେହି ସମୟରେ ଏକ ଶୋ’ରେ ଦୁହେଁ କହିଥିଲେ; ଦୁହେଁ ଦୁହିଁଙ୍କୁ ମନେ ପକାନ୍ତି । କହିବା ପାଇଁ ଚାହୁଁଛୁ; ଯେତେବେଳେ ସାରୁଖ ଅନ୍ୟ ନିର୍ଦ୍ଦେଶକଙ୍କ ସହ କାମ କରିବା ଆରମ୍ଭ କରି ଦେଇଥିଲେ, ସେହି ସମୟରେ କରଣ ଅନ୍ୟ କଳାକାରଙ୍କୁ ଲଞ୍ଚ କରିବା ଆରମ୍ଭ କରିଥିଲେ ।