ବିବାହର ଋତୁ ଲୋକଙ୍କୁ କନ୍ଦାଇବ ସୁନା ଦର । ଏହି ସମୟରେ ସୁନା ମୂଲ୍ୟ ବଢିଯିବ । ଜାଣନ୍ତୁ କାରଣ ।

Spread the love

ବିବାହର ଋତୁ ଆରମ୍ଭ ହେବାକୁ ଯାଉଅଛି ଏବଂ ସୁନାର ମୂଲ୍ୟକୁ ନେଇ ଖରାପ ଖବର ମିଳିଛି । ବିବାହ ଋତୁରେ ସୁନାର ଚାହିଦା ବଢିବା ସହ ସୁନାର ମୂଲ୍ୟ ମଧ୍ୟ ବଢି ପାରେ । ଭାରତୀୟ ସମାଜରେ ବିବାହ ସମୟରେ କନ୍ୟାପକ୍ଷ ଏବଂ ବରପକ୍ଷ ମଧ୍ୟରେ ସୁନା ଦିଆନିଆ ହୋଇଥାଏ । ସୁନା ମୂଲ୍ୟ ବଢିବା ଫଳରେ ଲୋକଙ୍କୁ ଅସୁବିଧା ମଧ୍ୟ ବଢିବା ସ୍ଵାଭାବିକ କଥା ।

ଆସନ୍ତା ଦିନ ଗୁଡିକରେ ଆସୁଥିବା ବିବାହର ଶୁଭ ମୁହୂର୍ତ୍ତ :

ମଇ – ୬, ୭, ୧୩, ୧୪, ୧୭, ୧୮, ୧୯, ୨୩, ୨୮, ୨୯, ୩୦

ଜୁନ- ୮, ୯, ୧୦, ୧୧, ୧୨, ୧୬, ୨୪, ୨୫

କାରଣ ଏହା ଅଟେ :

ମିଡିଆ ରିପୋର୍ଟ ଅନୁସାରେ ଆମେରିକା ଓ ଚୀନ ମଧ୍ୟରେ ବ୍ୟବସାୟ ତିକ୍ତତା (US-China Trade war) କାରଣରୁ ଏବଂ ବ୍ରେକ୍ସିଟ (Braxit) ଉପରେ ଅନିଶ୍ଚିନ୍ତ ପରିବତ୍ତାନ କାରଣରୁ ଏବଂ ବୈଦେଶିକ ଅର୍ଥବ୍ୟବସ୍ଥାର ମାନ୍ଦା କାରଣରୁ ସୁନା ମୂଲ୍ୟ ବଢିପାରେ । ସୁନାରେ ନିବେଶ ଏକ ପରମ୍ପରାଗତ ସାଧନ ଅଟେ । ଆଗାମୀ ଦିନ ଗୁଡିକରେ ବିବାହର ଋତୁରେ ସୁନାର ଚାହିଦା ବଢିବ ।

କର୍ବୀର ରାୟ :

କର୍ବୀ କମୋଡିଟିସର ବିନୋଦ ଜୟକୁମାରଙ୍କ ଅନୁସାରେ ଅନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ ଦ୍ୱାରା ବୈଷୟିକ ଅର୍ଥବ୍ୟବ୍ୟସ୍ଥାର ବିକାଶ ଦର ୩.୭ ରୁ ୩.୫କୁ ଚାଲିଆସିବ । ବିବାହର ଋତୁ ଆସିଲେ ସୁନାର ଚାହିଦା ବଢିବ । ଭାରତରେ ସୁନାର ଚାହିଦା ଅଧିକ ରୁହେ କିନ୍ତୁ ନିବେଶ କମ ହୋଇଥାଏ ।

ଏସ୍.ଏସ୍.ସିର ରାୟ :

ଏହି ବର୍ଷ ସୁନାର ବିକ୍ରି ବହୁତ ହୋଇଛି; ଯାହାର କାରଣ ବୈଷୟିକ ଅର୍ଥବ୍ୟବସ୍ଥାରେ ମାନ୍ଦା ସ୍ଥିତି ଉପୁଜିଛି । ଏସଏସସି ଗ୍ଲୋବାଲ ସିକୋରିଟିର ବନ୍ଦନା ଭାରତୀଙ୍କ ଅନୁସାରେ ସୁନାର ମୂଲ୍ୟ ପ୍ରଥମରୁ ହିଁ ବଢି ଚାଲିଛି । ସୁନା ମୂଲ୍ୟ ବଢିବାର କାରଣ ହେଉଛି ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡରଲ ରିଜର୍ବର ମାନ୍ଦା ସ୍ଥିତି ।

ଏମ୍.ସି.ଏକ୍ସ (mcx)ର ମୂଲ୍ୟ :

ମଲ୍ଟି କମୋଡିଟି ଏକ୍ସଚେଞ୍ଜ ମାନେ ଏମ୍.ସି.ଏକ୍ସରେ ସୁନାର ମୂଲ୍ୟ ଗତ ସପ୍ତାହରେ ୧୦୯ଟଙ୍କା ବଢି ୩୧୮୫୯ ଟଙ୍କା ପ୍ରତି ଗ୍ରାମ ହୋଇଯାଇଛି । ଶୁକ୍ରବାର ଦିନ ଅନ୍ତରାଷ୍ଟ୍ରୀୟ ମୂଲ୍ୟ ୦.୦୩ ପ୍ରତିଶତ ବଢି ୧୨୯୩.୬୫ ଡଲାର ହୋଇଯାଇଛି ।