କ’ଣ ଆପଣଙ୍କ ନାମ ‘S’ ଅକ୍ଷରରୁ ଆରମ୍ଭ ହେଉଛି ? ତେବେ ଜାଣନ୍ତୁ ଏହା ସହ ଯୋଡି ହୋଇଥିବା କିଛି ଖାସ୍ କଥା ।

Spread the love

ଇଂରେଜିର ଉଣେଇସି ନମ୍ବର ଅକ୍ଷର ହେଉଛି “S” । ସମସ୍ତ ଅକ୍ଷରର ବ୍ୟକ୍ତି ମଧ୍ୟରେ କିଛି ନା କିଛି ଗୁଣ କିମ୍ବା ଦୋଷ ଅବଶ୍ୟ ଥାଏ । ଆଜି ଆମେ ସେହି ଗୁଣ ଏବଂ ଦୋଷ ବିଷୟରେ କଥା ହେବା । ଯଦି ଆପଣଙ୍କ ନାମ “S” ଅକ୍ଷରରୁ ଆରମ୍ଭ ହୋଇଥାଏ, ତେବେ ତଳେ ଲେଖା ହୋଇଥିବା ବିନ୍ଦୁକୁ ପଢି ଆପଣ ତାଙ୍କୁ ଆହୁରି ଭଲ ଭାବରେ ଜାଣି ପାରିବେ କିଛି ଗୁଣ, ସ୍ଵଭାବ ବିଷୟରେ ।

“S” ନାମଧାରୀ ବ୍ୟକ୍ତିଙ୍କ ଗୁଣ ଓ ଦୋଷ :

୧) ପୁସ୍ତକ ଜ୍ଞାନ ବ୍ୟତୀତ ବ୍ୟବହାରିକ ଜ୍ଞାନ ମଧ୍ୟ ଏମାନଙ୍କ ପାଖରେ ଥାଏ । ଏହାର ଅର୍ଥ ଯେ କୌଣସି ବ୍ୟକ୍ତି ସହିତ “S” ଅକ୍ଷରରେ ଆରମ୍ଭ ହୋଇଥିବା ବ୍ୟକ୍ତିମାନେ ବହୁତ ଭଲ ସମ୍ବନ୍ଧ ଏବଂ ବନ୍ଧୁତ୍ଵ ସ୍ଥାପନ କରିପାରନ୍ତି ଏବଂ ତାଙ୍କୁ ଜଣାଥାଏ କି କାହା ସହ କ’ଣ ବ୍ୟବହାର କରାଯିବ ।

୨) ‘S’ ନାମର ଲୋକ ଅଧିକ ପରିଶ୍ରମୀ ଅଟନ୍ତି । ସେମାନେ କୌଣସି ଜିନିଷକୁ ନେଇ ଡରନ୍ତି ନାହିଁ ଏବଂ ସାହାସର ସହ ସମସ୍ତ କାର୍ଯ୍ୟ ସମ୍ପାଦନ କରିଥାନ୍ତି । ଏମାନେ ବାର୍ତ୍ତାଳାପ ସମୟରେ ଏତେ ମାଧୁର୍ଯ୍ୟ ଶୈଳୀରେ ପ୍ରକୋଟ କରିଥାନ୍ତି ଯେ, ସାମ୍ନାରେ ଥିବା ବ୍ୟକ୍ତି ତାଙ୍କ ପ୍ରତି ଆକର୍ଷିତ ହୋଇ ଯାଇଥାନ୍ତି । ସେମାନେ ପ୍ରତ୍ୟେକ ବ୍ୟକ୍ତିକୁ ନିଜର କଥାରେ ନିଜର ବନ୍ଧୁ ବନେଇ ଦିଅନ୍ତି ଏବଂ ତାଙ୍କୁ ନିଜର ଅଧିନ କରିନିଅନ୍ତି ।

୩) ସେମାନଙ୍କୁ ଯେଉଁଠାରୁ ଯାହା ଜ୍ଞାନ ମିଳେ ତାକୁ ହାସିଲ କରିବା ପାଇଁ ପ୍ରୟାସ କରନ୍ତି । ଯେକୌଣସି ପ୍ରକାର ଜ୍ଞାନକୁ ଶିଖିବା ପାଇଁ ପଛଘୁଞ୍ଚା ଦେଇନଥାନ୍ତି ଏବଂ କୌଣସି ନୂତନ କାର୍ଯ୍ୟ କରିବା ପାଇଁ ଡରନ୍ତି ନହିଁ ।

୪) “S” ନାମର ବ୍ୟକ୍ତି ଅଧିକ ପ୍ରଭାବଶାଳୀ ହୋଇଥାନ୍ତି । ଏମାନେ ସରଳ ଭାବରେ କାହାକୁ ମଧ୍ୟ ପ୍ରଭାବିତ କରିଥାନ୍ତି ।

୫) “S” ନାମର ବ୍ୟକ୍ତିଙ୍କ ହୃଦୟ ସଫା ହୋଇଥାଏ । ସେମାନେ କିଛି ବି କାହାପାଖରେ ଲୁଚାଇ ନଥାନ୍ତି । କିନ୍ତୁ ସେମାନଙ୍କର କ୍ରୋଧ ସେମାନଙ୍କୁ ଲୋକଙ୍କ ଆଗରେ ଖରାପ କରିଦେଇଥାଏ । କାହିଁକି ନା କ୍ରୋଧରେ ମଧ୍ୟ ସେମାନେ ସତ ହିଁ କହିଥାନ୍ତି ।

୬) ସତ୍ୟ ଓ ନିଜର ସିଦ୍ଧାନ୍ତ ପାଇଁ, ସେମାନେ କାହା ସହ ମଧ୍ୟ ଲଢିବା ପାଇଁ ପ୍ରସ୍ତୁତ ହୋଇଥାନ୍ତି । ଏମାନେ କାହାକୁ ଡରନ୍ତି ନାହିଁ ଆଉ ନା ହିଁ କାହାକୁ ଲାଜ୍ଜ କରନ୍ତି । ଏମାନଙ୍କୁ ସତ୍ୟ ସହ ରହିବାକୁ ପସନ୍ଦ ଲାଗିଥାଏ ।

୭) ଏମାନେ ନିଜକୁ ସର୍ବଦା ଶ୍ରେଷ୍ଠ ପ୍ରମାଣ କରିବାକୁ ଚାହିଁଥାନ୍ତି । ସାମାଜିକ ଜୀବନରେ ଏମାନେ ହସମୁଖ ଏବଂ ମିଳିମିଶି ରହିଥାନ୍ତି ।

୮) ଏହି ଲୋକମାନେ ଅଧିକାଂଶରେ ରଚନାତ୍ମକ ହୋଇଥାନ୍ତି । ପ୍ରତ୍ୟକ କାର୍ଯ୍ୟକୁ ନିଜ ଅନୁସାରେ କରିବାକୁ ଚାହିଁଥାନ୍ତି । ଏମାନେ ଅନ୍ୟର କଥାରେ ଆସି ନ ଥାନ୍ତି ବରଂ ସର୍ବଦା ନିଜ ମନର କଥା ଶୁଣିଥାନ୍ତି । ଏମାନଙ୍କୁ ଭିଡ ମଧ୍ୟରେ ରହିବା ପସନ୍ଦ ହୋଇ ନ ଥାଏ ।

୯) କୌଣସି ପରିସ୍ଥିତିକୁ ମଧ୍ୟ ଏହି ଲୋକମାନେ ବହୁତ ଭଲ ଭାବରେ ହେଣ୍ଡେଲ କରିଥାନ୍ତି । ଏମାନଙ୍କୁ ନିଜର ଜିନିଷ ବାଣ୍ଟିବା ପସନ୍ଦ ହୋଇ ନ ଥାଏ । ଏମାନେ ହୃଦୟରେ ଖରାପ ହୋଇନଥାନ୍ତି ବରଂ ଯାହା ହୃଦୟରେ ଥାଏ (ମନ କଥା), ତାହା ସତ ସତ କହି ଦେଇଥାନ୍ତି ।

୧୦) “S” ନାମର ବ୍ୟକ୍ତି ପ୍ରେମ ମାମଲାରେ ଲାଜୁଆ ହୋଇଥାନ୍ତି । ଏମାନେ ଯାହାକୁ ବି ପ୍ରେମ କରନ୍ତି, ତାକୁ ହୃଦୟରୁ ଚାହିଁଥାନ୍ତି । ଏହି ଲୋକମାନେ ପ୍ରେମ କରିବା ପୂର୍ବରୁ ଅଧିକ ଭାବିଥାନ୍ତି ।

୧୧) ବିବାହ ଜୀବନରେ, ଏହି ବ୍ୟକ୍ତିମାନେ ନିଜକୁ ସର୍ବଦା କ୍ଷତିରୁ ରକ୍ଷା କରିବା ପାଇବା ପାଇଁ ପ୍ରୟାସ କରିଥାନ୍ତି । ସେମାନେ ନିଜର ପାର୍ଟନରକୁ ନିଜଠାରୁ ଉଚ୍ଚରେ ରଖିବାକୁ ପସନ୍ଦ କରିନଥାନ୍ତି । ଯାହାର କାରଣ ସ୍ୱରୂପ ଦାମ୍ପତ୍ୟ ଜୀବନରେ ତାଳମେଳ ଠିକରେ ରହିନଥାଏ । ଏହି କଥା ମହିଳା ମାନଙ୍କ କ୍ଷେତ୍ରରେ ଅଧିକ ଲାଗୁ ହୁଏ ।

୧୨) ବିବାହ ପରେ “S” ନାମର ମହିଳାମାନଙ୍କୁ ଅନେକ ପ୍ରକାରର ସମସ୍ୟାର ସାମ୍ନା କରିବାକୁ ପଡିଥାଏ । କିନ୍ତୁ ପୁରୁଷ ମାନଙ୍କ ଜୀବନ ବିବାହ ପରେ ଅଧିକ ସୁଖମୟ ହୋଇଯାଏ ।