୧ ଜୁନରୁ ଦେଶରେ ଲାକଡାଉନ ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଯିବ ଏବଂ ୩୦ ଜୁନ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହୋଇଯିବ ।

Spread the love

ସମ୍ପୂର୍ଣ୍ଣ ଦେଶରେ କରୋନା ମହାମାରୀର ସଂକ୍ରମଣକୁ ରୋକିବା ଅସମ୍ଭବ ହୋଇପଡିଛି କିନ୍ତୁ ସୁସ୍ଥ ହେବା ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେବାରେ ଲାଗିଛି । ଯାହାଫଳରେ ଜଣାପଡୁଛି ଦେଶ ଏହି ମହାମାରୀରୁ ନିବୃତ ହେବାରେ ଲାଗିଛି । ଏହାସହ ଭାରତରେ ଲାକଡାଉନର ଚତୁର୍ଥ ପର୍ଯ୍ୟାୟ ସମୟସୀମା ଆଜି ସମାପ୍ତ ହୋଇଛି । ଭାରତରେ ସଂକ୍ରମିତଙ୍କ ସଂଖ୍ୟା ଏକ ଲକ୍ଷ ସତୁରୀ ହଜାର ପାର ହୋଇଯାଇଛି ଏବଂ ମୃତ୍ୟୁ ସଂଖ୍ୟା ପାଞ୍ଚ ହଜାର ହୋଇଛି । ଏହାମଧ୍ୟରେ କେନ୍ଦ୍ରୀୟ ଗୃହମନ୍ତ୍ରାଳୟ ନୂତନ ଗାଇଡ଼ଲାଇନ ଜାରିକରିଛନ୍ତି ।

Google

୩୦ ଜୁନ ସୁଦ୍ଧା ସମ୍ପୁର୍ଣ୍ଣ ରୂପରେ ଲକଡାଉନ ଶେଷ କରିଦିଆଯିବ

ଲକଡାଉନକୁ ଧୀରେ ଧୀରେ ଗମ୍ଭୀର ରୂପରେ ସଂକ୍ରମିତ କ୍ଷେତ୍ରରେ ସୀମିତ କରିଦିଆଯିବ । ଏହି ପ୍ରକ୍ରିୟା ୩୦ ଜୁନ ସୁଦ୍ଧା ଶେଷ କରିଦିଆଯିବ । ସରକାର ନୂତନ ଗାଇଡ଼ଲାଇନ ଜାରି କରିଦେଇଛନ୍ତି । ଲକଡାଉନରେ କୋହଳତା ନିମନ୍ତେ ତିନୋଟି ପର୍ଯ୍ୟାୟ ସ୍ଥିର କରାଯାଇଛି । ଗ୍ରୀନ, ରେଡ଼ ଏବଂ ଅରେଞ୍ଜ ଜୋନର କ୍ଷେତ୍ରକୁ ଶେଷ କରି କେବଳ ଗୋଟିଏ ହିଁ ଜୋନ କରିଦିଆଯିବ । ୮ ଜୁନରୁ ସମସ୍ତ ଧାର୍ମିକ ସ୍ଥଳକୁ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯିବ କିନ୍ତୁ ଧାର୍ମିକ ସ୍ଥଳ ଗୁଡିକରେ ମାସ୍କ ପରିଧାନ କରିବା ଅନିବାର୍ଯ୍ୟ ରହିବ ।

ଦେଶକୁ କୋହଳତା ପ୍ରଦାନ କରିବା ପ୍ରକ୍ରିୟାର ନାମ ଅନଲକ- ୧ ରଖାଯାଇଛି । ସମ୍ପୂର୍ଣ୍ଣ ଲକଡାଉନ ହଟାଯିବା ପରେ ଲୋକଙ୍କୁ ଅନୁରୋଧ କରାଯାଇଛି ଲୋକେ ସାମାଜିକ ଦୂରତ୍ୱ ବଜାୟ ରଖିବେ । ଏହି ଲକଡାଉନ ଅବଧି ମଧ୍ୟରେ ଦେଶର ଜନତାଙ୍କୁ ଅନେକ କୋହଳତା ପ୍ରଦାନ କରାଯାଇଛି । ଏହି କୋହଳତା ଅନୁସାରେ ଦେଶର ଜନତାଙ୍କୁ ଦେଶ ମଧ୍ୟ ଚଳପ୍ରଚଳର ଅନୁମତି ମିଳିଛି ।

ରାତ୍ରି ୯ ଟା ଠାରୁ ସକାଳ ୫ ଟା ମଧ୍ୟରେ ଘରୁ ବାହାରିବା ନିମନ୍ତେ ପ୍ରତିବନ୍ଧ ଲାଗିଛି

ଗୃହମନ୍ତ୍ରାଳୟ ଯେଉଁ ଗାଇଡ଼ଲାଇନ ଜାରି କରିଛି ତାହା ଅନୁସାରେ ରାତ୍ରି କର୍ଫ୍ୟୁର ସମୟ ସମୀକ୍ଷା କରାଯିବ । ସମ୍ପୂର୍ଣ୍ଣ ଦେଶରେ ବର୍ତ୍ତମାନ ରାତ୍ରି ୯ ଟା ଠାରୁ ସକାଳ ୫ ମଧ୍ୟରେ ଲୋକଙ୍କ ବୁଲାବୁଲି ଉପରେ ପ୍ରତିବନ୍ଧ ଲାଗିଛି । ସ୍ଥିତିର ଆକଳନ କରି ଅନ୍ତରାଷ୍ଟ୍ରୀୟ ବିମାନ ସେବା, ମେଟ୍ରୋ ରେଳ ସେବା, ସିନେମା ହଲ୍, ଜିମ, ରାଜନୈତିକ ସଭା ଇତ୍ୟାଦି ଉପରେ ନିର୍ଣ୍ଣୟ ନିଆଯିବ ।

ଏହି ପ୍ରକାର ଲୋକଙ୍କୁ କୋହଳତା ମିଳିବ

ଗୃହମନ୍ତ୍ରାଳୟ ନିଜ ଆଦେଶରେ ୮ ଜୁନରୁ ହୋଟେଲ ଏବଂ ମଲ ଖୋଲିବା ପାଇଁ ନିର୍ଦେଶ ଦେଇଛନ୍ତି । ଗୋଟିଏ ରୁ ଅନ୍ୟ ରାଜ୍ୟକୁ ଯିବା ପାଇଁ ପାସର ଆବଶ୍ୟକତା ରହିବ ନାହିଁ । ଏହା ବ୍ୟତୀତ ସ୍କୁଲ କଲେଜ ଖୋଲିବା ଉପରେ ନିର୍ଣ୍ଣୟ ନେବା ଦାୟିତ୍ୱ ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ କରାଯାଇଛି । ଦେଶର କୌଣସି ସ୍ଥାନକୁ ଯିବା ଆସିବା ପାଇଁ କୋହଳତା ମିଳିଛି ।