ରୁପା ମୁଦି ଏହି ହାତରେ ପିନ୍ଧିବା ଦ୍ୱାରା ମୂଳରୁ ସବୁ ସମସ୍ୟାର ଦୂର ହୋଇଯାଇଥାଏ । ଆପଣାନ୍ତୁ ଏହି ଉପାୟ ।

Spread the love

ମହିଳାଙ୍କୁ ସାଜଶଯ୍ୟା କରିବା ପସନ୍ଦ ହୋଇଥାଏ । ସେମାନେ ଆଭୂଷଣ ରୂପେ ସୁନା ରୂପାକୁ ଖୁବ୍ ପସନ୍ଦ କରିଥାନ୍ତି । ରୁପା ଚନ୍ଦ୍ର ଏବଂ ନବଗ୍ରହ ସମ୍ବନ୍ଧିତ ରତ୍ନ ଅଟେ ।ଜୋତିଷ ଶାସ୍ତ୍ର ଅନୁସାରେ ରୁପା ତିଆରି ଆଭୂଷଣ ପିନ୍ଧିବା ଦ୍ୱାରା ଘରେ ସୁଖ ଶାନ୍ତି ବଜାୟ ରହିଥାଏ ।

ଶାସ୍ତ୍ରରେ ଏପରି କିଛି ବିଷୟ ବର୍ଣନା ହୋଇଛି ଯାହା ବିଷୟରେ ଆପଣ ପୂର୍ବରୁ ଶୁଣି ନ ଥିବେ । ମାନ୍ୟତା ରହିଛି; ରୁପା ଭଗବାନ ଶିବଙ୍କ ନେତ୍ରରୁ ଉତ୍ପନ୍ନ ହୋଇଛି ।ଏହି କାରଣ ଯୋଗୁଁ ରୁପା ଆଭୂଷଣ ପିନ୍ଧିବା ଦ୍ୱାରା ଆମ ଶରୀରକୁ ଯେଉଁ ପ୍ରକାରର ଲାଭ ହୋଇଥାଏ, ଅନ୍ୟ କୌଣସି ଧାତୁ ପିନ୍ଧିଲେ ସେହି ଲାଭ ହୋଇ ନ ଥାଏ । ଆଜିର ଏହି ଲେଖାରେ ଆମେ ଆପଣଙ୍କୁ ରୁପା ଆଭୂଷଣ ପିନ୍ଧିବା ଦ୍ୱାରା ହେଉଥିବା ଲାଭ ବିଷୟରେ ଅବଗତ କରାଇବୁ ।

ରୁପା ମୁଦିର କିଛି ମହତ୍ୱପୂର୍ଣ୍ଣ ବିଷୟ । କନିଷ୍ଠ ଆଙ୍ଗୁଠିରେ ରୁପା ମୁଦି ପିନ୍ଧିଲେ ଲାଭ :

ଯେତେବେଳେ ଆପଣ ରୂପାର ମୁଦି କିଣି ଆଣନ୍ତି, ତେବେ ତାହାକୁ ଗୁରୁବାର ଦିନ ରାତିରେ ପାଣିରେ ପକାଇ ସାରା ରାତି ରଖନ୍ତୁ ଏବଂ ପରଦିନ ସକାଳେ ଏହାକୁ ବିଷ୍ଣୁଙ୍କ ଚରଣରେ ରଖି ବିଧି ବିଧାନ ପୂର୍ବକ ସେହି ମୁଦିର ପୂଜା କରନ୍ତୁ । ଯେତେବେଳେ ଆପଣଙ୍କ ପୂଜା ସଂପୂର୍ଣ୍ଣ ହୋଇଯିବ; ସେହି ମୁଦିକୁ ଚନ୍ଦନ, ଧୂପ ଦୀପ ଦେଇ ଅଭିମନ୍ତ୍ରିତ କରନ୍ତୁ । ଅଭିମନ୍ତ୍ରିତ ହୋଇ ସାରିବା ପରେ ଏହାକୁ ଆପଣଙ୍କ ଡାହାଣ ହାତର ଛୋଟ ଆଙ୍ଗୁଠିରେ ଧାରଣ କରନ୍ତୁ ।

ରୁପା ମୁଦି ପିନ୍ଧିବା ଦ୍ୱାରା ହେଉଥିବା ଲାଭ :

ପୁରା ବିଧିବିଧାନରେ ରୁପା ମୁଦି ପିନ୍ଧିବା ଦ୍ୱାରା ଆପଣଙ୍କ ଶୁକ୍ର ଗ୍ରହ ଏବଂ ଚନ୍ଦ୍ର ଦୋଷ ଦୂର ହୋଇଥାଏ । ଫଳରେ ଶୁଭଫଳ ମିଳିଥାଏ । ଯାହାଫଳରେ ଆପଣଙ୍କୁ ଅଜସ୍ର ଧନ ଲାଭ ହୋଇଥାଏ ଏବଂ ଆପଣଙ୍କ ସୁନ୍ଦରତା ବଢି ଯାଇଥାଏ । ଏହା ଦ୍ୱାରା ଆପଣଙ୍କ ଚେହେରାର ଦାଗ ଦୂର ହୋଇଯାଇଥାଏ ଏବଂ ଚେହେରା ଚମକି ଉଠିଥାଏ ।

ଏହା ବ୍ୟତୀତ ନିଜର କନିଷ୍ଠ ଆଙ୍ଗୁଠିରେ ରୁପା ମୁଦି ପିନ୍ଧିବା ଦ୍ୱାରା ଆପଣଙ୍କ ମନ ଶାନ୍ତି ଅର୍ଜନ କରିଥାଏ । ଯଦି କୌଣସି ବ୍ୟକ୍ତିଙ୍କୁ ହଠାତ ରାଗ ଆସିଥାଏ; ତେବେ ସେହି ବ୍ୟକ୍ତି ରୁପା ମୁଦି ନିଜ ଡାହାଣ ହାତର କନିଷ୍ଠ ଆଙ୍ଗୁଠିରେ ପିନ୍ଧିବା ଦ୍ୱାରା କ୍ରୋଧ ଶାନ୍ତ ହୋଇଯାଇ ଥାଏ ଅର୍ଥାତ ରାଗକୁ ନିୟନ୍ତ୍ରଣ କରିପାରିବେ । ଯଦି ବ୍ୟକ୍ତିର ଚନ୍ଦ୍ର ଗ୍ରହ ଦୁର୍ବଳ ହୋଇଥାଏ; ତେବେ ରୁପା ମୁଦି ଡାହାଣ ହସ୍ତର କନିଷ୍ଠ ଆଙ୍ଗୁଠିରେ ପିନ୍ଧିବା ଦ୍ୱାରା ମାନସିକ ଶାନ୍ତି ମିଳିଥାଏ ।

ଆଣ୍ଠୁଗଣ୍ଠି ପୀଡ଼ାରୁ ମୁକ୍ତି ମିଳିଥାଏ :

ଯଦି କୌଣସି ବ୍ୟକ୍ତିଙ୍କ ଆଣ୍ଠୁଗଣ୍ଠି ପୀଡ଼ା, କଫ ସମସ୍ୟା ହେଉଥାଏ ତେବେ ଆପଣଙ୍କୁ ରୁପାର ମୁଦି ନିଜ ଡାହାଣ ହାତର କନିଷ୍ଠ ଆଙ୍ଗୁଠିରେ ପିନ୍ଧିବା ଉଚିତ୍ । ଏହାର ପ୍ରଭାବ ଆପଣ ପିନ୍ଧିବାର କିଛି ଦିନ ଭିତରେ ଜାଣି ପାରିବେ ।

କୌଣସି ବ୍ୟକ୍ତିଙ୍କୁ ପିନ୍ଧିବାରେ କୌଣସି ଅସୁବିଧା ହେଲେ ନିଜ ଗଳାରେ ରୂପାର ଚେନ୍ ପିନ୍ଧି ପାରିବେ । ଏପରି କରିବା ଦ୍ୱାରା ସେମାନଙ୍କ କଫ ଏବଂ ପିତ ସମସ୍ୟା ଦୂର ହୋଇଥାଏ । ଘରେ ଯଦି କୌଣସି ଛୋଟ ପିଲା ଅଛନ୍ତି; ସେମାନଙ୍କୁ କଥା ହେବା ବେଳେ ଅସୁବିଧା ଭୋଗ କରିବାକୁ ପଡୁଥାଏ; ତେବେ ସେମାନଙ୍କୁ ରୁପା ଚେନ୍ କିମ୍ବା ମୁଦି ପିନ୍ଧାଇବା ଦ୍ୱାରା ଲାଭ ମିଲିଥାଏ ।