ଯେଉଁ ପଣ୍ଡିତ ବିବାହ କରାଇଲେ, ତାହା ସହିତ ଫେରାର ହୋଇଗଲେ କନ୍ୟା !!

Spread the love

ବିବାହ ହେବା ପରେ ପ୍ରଥମ ଥର ଘରକୁ ଆସିଥିଲେ କନ୍ୟା । କିନ୍ତୁ ଦୁଃଖର ବିଷୟ ଯେଉଁ ପଣ୍ଡିତ ବିବାହ କରାଇଥିଲା, ସେହି ପଣ୍ଡିତ ସହିତ ଫେରାର ହୋଇଗଲେ ନବବଧୂ ।

ମଧ୍ୟପ୍ରଦେଶର ୱିଦିସା ଜିଲ୍ଲାରୁ ଗୋଟିଏ ଆଶ୍ଚର୍ଯ୍ୟ ଜନକ ଖବର ସାମ୍ନାକୁ ଆସିଛି । ମଇ ମାସ ୨୩ ତାରିଖରେ ଯେତେବେଳେ ସମସ୍ତଙ୍କ ଧ୍ୟାନ ନିର୍ବାଚନର ପରିଣାମ ଉପରେ ଥିଲା । ସେତେବେଳେ, ଜିଲ୍ଲାର ଶିରୋଜର ଟୋରି ବାଗରଦରେ ଗୋଟିଏ କନ୍ୟା ସେହି ପଣ୍ଡିତ ସହିତ ଫେରାର ହୋଇଗଲା, ଯିଏ କି ବିବାହରେ ମଣ୍ଡପରେ ମନ୍ତ ଉଚ୍ଚାରଣ କରି ଅହିସୁଲକ୍ଷିଣୀର ଆଶୀର୍ବାଦ ଦେଇଥିଲା । ବିବାହ ହେବା ପରେ ପ୍ରଥମ ଥର ଘରକୁ ଆସିଥିଲା କନ୍ୟା ଓ ପରେ ସେହି ପଣ୍ଡିତ ସହିତ ଫେରାର ହୋଇଗଲା । ରିପୋର୍ଟ ଅନୁସାରେ ଶିରୋଜର ଟୋରି ବାଗରଦରେ ବାସ କରୁଥିବା ୨୧ ବର୍ଷର ଯୁବତୀ ଗ୍ରାମରେ ରହୁଥିବା ପଣ୍ଡିତ ସହିତ ଫେରାର ହୋଇଗଲା । କନ୍ୟାର ବିବାହ ମଇ ମାସ ୭ ତାରିଖରେ ହୋଇଥିଲା ।

ତଥ୍ୟ ଅନୁସାରେ ଯୁବତୀର ବିବାହ ବାସୌଦାର ଆସଠ ଗ୍ରାମରେ ରହୁଥିବା ଯୁବକ ସହିତ ହୋଇଥିଲା । ବର ଆସିବା ପରେ ସେହି ଗ୍ରାମରେ ରହୁଥିବା ପଣ୍ଡିତ ବିନୋଦ ମହାରାଜ ଦୁହେଁଙ୍କ ବିବାହରେ ମନ୍ତ୍ର ପଢିଥିଲେ । ପଣ୍ଡିତ ବିନୋଦ ଗ୍ରାମର ମନ୍ଦିରରେ ପୂଜା କରନ୍ତି । ବିବାହ ହେବା ପରେ ଝିଅକୁ ବିଦାୟ କରିଥିଲେ ଓ ତିନିଦିନ ପରେ କନ୍ୟା ନିଜ ମାଆ ଘରକୁ ଫେରି ଅସଥିଲା ।

ପଣ୍ଡିତକୁ ୨୩ ମଇରେ ମଧ୍ୟ କରାଇବାର ଥିଲା ଅନ୍ୟ ଏକ ବିବାହ –

୨୩ ମଇରେ ମଧ୍ୟ ଗ୍ରାମରେ ଗୋଟିଏ ବିବାହ ଉତ୍ସବ ଥିଲା । ଲୋକମାନେ ବିବାହ ଉତ୍ସବରେ ବ୍ୟସ୍ତ ଥିଲେ । ଖାସ୍ କଥା ଏହା ଥିଲା ଯେ, ସେହି ପଣ୍ଡିତକୁ ଏହି ବିବାହରେ ମନ୍ତ୍ର ପଢ଼ିବାର ଥିଲା କିନ୍ତୁ ବିବାହ ହେବା ଆଗରୁ ହିଁ ସେ ଫେରାର ହୋଇଗଲା । ଯେତେବେଳେ ସେ ଘରେ ମିଳିଲା ନାହିଁ, ତେବେ ଲୋକମାନେ ଖୋଜିବା ଆରମ୍ଭ କରିଦେଲେ । ଏହି ମଧ୍ୟରେ ଜଣେ କହିଲେ କି ଯୁବତୀ ମଧ୍ୟ ଘରରୁ ଫେରାର ହୋଇଯାଇଛି ।

ପୂର୍ବରୁ ହିଁ ହୋଇଥିଲେ ବିବାହିତ –

ବହୁତ ଖୋଜିବା ପରେ ମଧ୍ୟ ଯେତେବେଳେ ଶୁକ୍ରବାର ୨୪ ମଇ ପର୍ଯ୍ୟନ୍ତ କାହାର ଠିକଣା ଜଣାପଡିଲା ନାହିଁ । ତେବେ ଯୁବତୀର ପରିବାର ଓ ଗ୍ରାମର ସରପଞ୍ଚ ରାଜେଶ ସାହୁ ଥାନାକୁ ପହଞ୍ଚିଲେ । ପୋଲିସ ମାମଲାକୁ ଅଭିଲେଖ କରି ଖୋଜିବା ଆରମ୍ଭ କରିଦେଲେ । ଏହି ମଧ୍ୟରେ ଜଣାପଡିଲା କି, ଫେରାର ହୋଇଥିବା ପଣ୍ଡିତ ପୂର୍ବରୁ ହିଁ ବିବାହିତ ଅଟେ । ପରିବାରରେ ତାର ସ୍ତ୍ରୀ ଛଡ଼ା ଦୁଇଟି ସନ୍ତାନ ମଧ୍ୟ ଅଛି । ଘଟଣା ହେବା ଦିନ ଠାରୁ ପୁରା ପରିବାର ହିଁ ଫେରାର ହୋଇଗଲେ । ଗ୍ରାମର ଲୋକମାନଙ୍କ କହିବା ଅନୁସାରେ ପଣ୍ଡିତ ବିନୋଦ ଓ ନବବିବାହିତ ଯୁବତୀ ମଧ୍ୟରେ ପାଖାପାଖି ୨ ବର୍ଷରୁ ପ୍ରେମ ଚାଲୁଥିଲା ।

ଏହି ଘଟଣା ଘଟିବା ପରେ ଯୁବତୀର ପରିବାର, ପଣ୍ଡିତର ସ୍ତ୍ରୀକୁ ମଧ୍ୟ ଆରୋପ କରିଥିଲେ । ଆରୋପ ଅଛି ଯେ, କନ୍ୟା ନିଜ ସହ ଶଶୁର ଘରରୁ ମିଳିଥିବା ଦେଢ଼ ଲକ୍ଷ ଟଙ୍କାର ଗହଣା ଓ ୩୦ ହଜାର ଟଙ୍କା ନେଇ ଫେରାର ହୋଇଯାଇଛି ।