ପୋଲିସ କର୍ମୀ କାନ୍ଦି କାନ୍ଦି ନିଜର ଦୁଃଖ ପ୍ରକାଶ କରିଛନ୍ତି । ପୋଲିସ କର୍ମୀ ଜଣଙ୍କ କହିଛନ୍ତି ଅଧିକାରୀମାନେ ହଇରାଣ କରୁଛନ୍ତି ।

Spread the love

ଦିଲ୍ଲୀ ପୋଲିସର ଜଣେ ଜବାନଙ୍କ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଏହି ଭିଡ଼ିଓରେ ଏହି ଯବାନ ଜଣଙ୍କ କାନ୍ଦି କାନ୍ଦି ନିଜ ଉପରେ ବିତିଥିବା ଦୁଃଖ ଭରା କାହାଣୀର ବର୍ଣନା କରିଛନ୍ତି । ଏହି ଭିଡ଼ିଓରେ ଏହି ଯବାନ ଜଣଙ୍କ ନିଜ ଅଧିକାରୀଙ୍କ ବ୍ୟବହାର ବିଷୟରେ ଲୋକଙ୍କ ସାମ୍ନାରେ ନିଜର ମତ ବ୍ୟକ୍ତ କରିଛନ୍ତି ।

ଏହି ଭିଡ଼ିଓରେ କଣ ରହିଛି ?

ବହୁତ କମ ସମୟ ମଧ୍ୟରେ ଅନେକ ଲୋକ ଏହି ଭିଡ଼ିଓଟି ଦେଖି ସାରିଛନ୍ତି ଏବଂ ଭିଡ଼ିଓଟି ସୋସିଆଲ ମିଡିଆରେ ତୀବ୍ର ରୂପେ ଭାଇରଲ ହେବାରେ ଲାଗିଛି । ଲୋକେ ଏହି ଭିଡ଼ିଓ ଦେଖିବା ସଙ୍ଗେ ସଙ୍ଗେ ସେୟାର ମଧ୍ୟ କରିବାରେ ଲାଗିଛନ୍ତି । ଏହି ଭିଡ଼ିଓରେ ଜଣେ ଯବାନ କାନ୍ଦି କାନ୍ଦି ଲୋକଙ୍କୁ କହୁଛନ୍ତି, କେଉଁ ଭଳି ରୂପେ ଯବାନଙ୍କ ସହ ଯବାନଙ୍କ ଅଧିକାରୀ ମାନେ ଖରାପ ବ୍ୟବହାର କରୁଛନ୍ତି ଏବଂ ଯବାନଙ୍କ ବରିଷ୍ଟ ଅଧିକାରୀ କିପରି ଯବାନଙ୍କୁ ହଇରାଣ କରୁଛନ୍ତି ।

ଏହି ଭିଡ଼ିଓ ଦିଲ୍ଲୀ ଯାତାୟାତ ପୋଲିସରେ କାର୍ଯ୍ୟରତ ଟ୍ରାଫିକ କନେଷ୍ଟବଲ କପିଲ ସିଂହଙ୍କ ଅଟେ । କପିଲ ସିଂହ ଆରୋପ ଲଗାଇଛନ୍ତି, ସେ ମାନସିକ ରୂପରେ ପୀଡିତ ଅଛନ୍ତି । କାରଣ ବିଗତ ୬ ମାସ ହେବ ତାଙ୍କୁ କେବଳ ୧୦ଟି ଛୁଟି ହିଁ ମିଳିଛି । କପିଲ ସିଂହ କହିଛନ୍ତି, ସେ ଲଗାତାର ୬ ମାସ ହେବ କାର୍ଯ୍ୟ କରି ଆସୁଛନ୍ତି, ଯାହା ଫଳରେ ସେ ଚିନ୍ତିତ ଅଛନ୍ତି । କପିଲ ସିଂହ ଏହି ଭିଡ଼ିଓରେ କହିଛନ୍ତି, ସେ ନିଜ ବରିଷ୍ଠ ଅଧିକାରୀଙ୍କ ପାଖକୁ ଯାଇଥିଲେ ଏବଂ ସେ ବରିଷ୍ଠ ଅଧିକାରୀଙ୍କୁ ଏକ ଦିନ ପାଇଁ ଛୁଟି ମଞ୍ଜୁର ପାଇଁ କହିଥିଲେ । କିନ୍ତୁ ବରିଷ୍ଠ ଅଧିକାରୀ ତାଙ୍କୁ ଛୁଟି ଦେବା ପାଇଁ ମନା କରି ଦେଇଥିଲେ ଏବଂ କପିଲଙ୍କ ଅନୁପସ୍ଥିତି ମଧ୍ୟ ଲଗାଇ ଦେଇଥିଲେ ।

ଭିଡ଼ିଓରେ କାନ୍ଦି କାନ୍ଦି କପିଲ କହୁଛନ୍ତି, ସାର୍ ମୋର ମସ୍ତିସ୍କ କାମ କରୁନାହିଁ, ଏମାନେ ମୋର କାର୍ଯ୍ୟ ଖରାପ କରିଦେଲେ । ବର୍ତ୍ତମାନ ପର୍ଯ୍ୟନ୍ତ ମୋର କୌଣସି ଅନୁପସ୍ଥିତ ନାହିଁ । କିନ୍ତୁ ଆଜି ମୋର ଆଖି ସାମ୍ନାରେ ମୋର ଅନୁପସ୍ଥିତ ଲଗାଇ ଦେଲେ ଏବଂ ମୁଁ କିଛି ମଧ୍ୟ କରିପାରିଲି ନାହିଁ । ଏହି କାରଣରୁ ମୁଁ ବହୁତ ଦୁଃଖିତ ହୋଇଛି । ଏସପି ସାର୍ ମୋତେ ଧମକ ଦେଇଛନ୍ତି । ମୋର ଅନୁପସ୍ଥିତି ଲଗାଇବା ସମୟରେ ଅଧିକାରୀ ମାନେ କହିଛନ୍ତି ମୋର ପାୱାର ଦେଖ ।

ଏହି ଭିଡ଼ିଓରେ କପିଲ ସିଂହ କାନ୍ଦୁ ଥିବାର ଦେଖିବା ପାଇଁ ମିଳୁଛି ଏବଂ ନିଜର ବରିଷ୍ଠ ଅଧିକାରୀଙ୍କ ଦ୍ୱାରା କରାଯାଇଥିବା ବ୍ୟବହାରରେ ଆରୋପ ଲଗାଇଛନ୍ତି । କପିଲ ସିଂହଙ୍କ ଏହି ଭିଡ଼ିଓ ଭାଇରଲ ହେବା ପରେ ଦିଲ୍ଲୀ ପୋଲିସ ସଜାଗ ହୋଇ ଯାଇଛି ଏବଂ ଏହି ଘଟଣାର ଯାଞ୍ଚ ପାଇଁ ଆଦେଶ ଜାରି କରିଛି । ଦିଲ୍ଲୀ ପୋଲିସ ନିଜ ଟୁଇଟର ଆକାଉଣ୍ଟରେ ଲେଖିଛି ଏହି ଘଟଣାର ଯାଞ୍ଚ ଦିଲ୍ଲୀ ଯାତାୟାତ ପୋଲିସ କରିବ ଏବଂ ଏହି ଘଟଣାର ଖବର ଦିଲ୍ଲୀ ଯାତାୟାତ ପୋଲିସକୁ କରି ଦିଆଯାଇଛି ।

ସଂଯୁକ୍ତ ପୋଲିସ ଆୟୁକ୍ତ କେ. ଜଗଦୀଶନ ଏହି ମାମଲା ବିଷୟରେ କହିଛନ୍ତି, ଏହି ମମଲାର ଯାଞ୍ଚ ଏସପି ସ୍ତରରେ ଆରମ୍ଭ ହୋଇଛି । ଆଶା କରୁଛି ଏହି ମାମଲାର ଯାଞ୍ଚ ଯଥା ଶୀଘ୍ର ହୋଇଯିବ । କହିବା ପାଇଁ ଚାହୁଁଛୁ, ଯେଉଁ ପୋଲିସ ଯବାନ ଏହି ଭିଡ଼ିଓ ସୋସିଆଲ ମିଡିଆରେ ଅପଲୋଡ଼ କରିଛନ୍ତି, ସେ ବର୍ତ୍ତମାନ ରାଷ୍ଟ୍ରୀୟ ରାଜଧାନୀ ସୀମାପୁରୀରେ କାର୍ଯ୍ୟରତ ଅଟନ୍ତି ।