ଏକଦା କ୍ରିକେଟରେ ଭାରତକୁ ବିଶ୍ଵ ବିଜେତା କରାଇଥିବା ଏହି ଖେଳାଳୀ ଜଣଙ୍କ ବର୍ତ୍ତମାନ ପୋଲିସ ପୋଷାକରେ କୋରେନା ଭାଇରସ୍ ସହ ଲଢେଇ କରୁଛନ୍ତି ।

Spread the love

୨୦୦୭ ବିଶ୍ୱକପ ଟି-୨୦ ଫାଇନାଲରେ ଚିରପ୍ରତିଦ୍ଵନ୍ଦୀ ଭାରତ ଏବଂ ପାକିସ୍ଥାନ ପରସ୍ପର ବିରୁଦ୍ଧରେ ଖେଳୁଥିଲେ । ମ୍ୟାଚର ଶେଷ ଓଭରରେ ପାକିସ୍ଥାନକୁ ବିଜୟ ନିମନ୍ତେ ୧୩ (Run) ରନର ଆବଶ୍ୟକତା ରହିଥିଲା । ଏହି ବିଷମ ପରିସ୍ଥିତିରେ ଅଧିନାୟକ ଧୋନି ସେହି ମ୍ୟାଚରେ ଖେଳୁଥିବା ଯୁବ ଖେଳାଳୀକୁ ବୋଲିଙ୍ଗ କରିବା ପାଇଁ ଦେଇଥିଲେ, ଯିଏ ପୂର୍ବରୁ ଏହିପରି ହାଇପ୍ରୋଫାଇଲ ମ୍ୟାଚରେ ବୋଲିଙ୍ଗ କରିନଥିଲେ । ଏହି ବିଷମ ପରିସ୍ଥିତିରେ ଶେଷ ଓଭରର ପ୍ରଥମ ଦୁଇଟି ବଲରେ ସାତ ରନ୍ ଦେଇଥିଲେ ଏବଂ ଶେଷ ଚାରୋଟି ବଲରେ ଛଅ ରନ୍ ସଂଗ୍ରହ କରିବା ପାକିସ୍ଥାନ ନିମନ୍ତେ ସହଜ ହୋଇଯାଇଥିଲା । ବିପକ୍ଷରେ ପାକିସ୍ଥାନୀ ଅଧିନାୟକ ମିସବାହା-ଉଲ୍-ହକ୍ ବ୍ୟାଟିଙ୍ଗ କରୁଥିଲେ ।

ଲକ୍ଷ୍ୟ ସହଜ ମନେ ହୋଇଥିଲା କିନ୍ତୁ ଭଗବାନ କିଛି ଭିନ୍ନ ଚାହୁଁଥିଲେ । ତୃତୀୟ ବଲରେ ମିସବାହା-ଉଲ୍-ହକ୍ ଏକ ସର୍ଟ ଖେଳି ଶ୍ରୀସନ୍ତଙ୍କୁ କ୍ୟାଚ ଦେଇଥିଲେ ଓ ପେଭିଲିୟନ ଫେରିଯାଇଥିଲେ । ପାକିସ୍ଥାନ ମ୍ୟାଚ ହାରି ଯାଇଥିଲା ଏବଂ ଭାରତ ଟି-୨୦ ବିଶ୍ଵକପର ପ୍ରଥମ ସଂସ୍କରଣର ବିଜେତା ହୋଇଯାଇଥିଲା । ଏହି ବିଜୟର ସୁତ୍ରଧର ଯୋଗୀନ୍ଦର ଶର୍ମା ହୋଇଥିଲେ । ଯୋଗୀନ୍ଦର ଶର୍ମା ରାତାରାତି ଏକ ପରିଚିତ ଚେହେରା ପାଲଟି ଯାଇଥିଲେ କିନ୍ତୁ ଭାଗ୍ୟର ବିଡମ୍ବନା ଦେଖନ୍ତୁ; ସେହି ମ୍ୟାଚ ପରେ ଯୋଗୀନ୍ଦର ଶର୍ମା ଅନ୍ୟ କୌଣସି ଅନ୍ତର୍ଜାତୀୟ ମ୍ୟାଚ ଖେଳିନଥିଲେ । ଯୋଗୀନ୍ଦର ଶର୍ମା ହରିୟାଣା ପୋଲିସରେ କାର୍ଯ୍ୟଭାର ସମ୍ଭାଳିଥିଲେ । ଆଜି ଯୋଗୀନ୍ଦର ଶର୍ମା ହରିୟାଣାର ଡ଼ିଏସପି ପଦରେ କାର୍ଯ୍ୟରତ ଅଟନ୍ତି ।

amarujala

ଟି-୨୦ ବିଶ୍ୱକପ ଫାଇନାଲ ପରେ ଯୋଗୀନ୍ଦର ଶର୍ମାଙ୍କ କ୍ରିକେଟ କ୍ୟାରିୟର ଶେଷ ହୋଇଯାଇଛି ସତ କିନ୍ତୁ ଖେଳ କୋଟାରେ ପୋଲିସ ଅଧିକାରୀ ହୋଇ ଯୋଗୀନ୍ଦର ଶର୍ମା ଦେଶ ତଥା ସମାଜର ସେବା କରିଚାଲିଛନ୍ତି । ଦୁନିଆରେ କରୋନା ଭାଇରସକୁ ନେଇ ହାହାକାର ଚାଲିଛି କିନ୍ତୁ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁରୋଧ କ୍ରମେ ୨୧ ଦିନର ଲକ୍-ଡାଉନକୁ ସଫଳ କରିବା ନିମନ୍ତେ ଯୋଗୀନ୍ଦର ଶର୍ମା ସଡ଼କ ଉପରେ ଲୋକଙ୍କ ସାହାଯ୍ୟ କରିବାରେ ଲାଗିପଡିଛନ୍ତି ।

amarujala

ଯୋଗୀନ୍ଦର ହରିୟାଣାର ସଡ଼କରେ ବୁଲାବୁଲି କରୁଥିବା ଲୋକଙ୍କୁ ଘରକୁ ଫେରିବା ପାଇଁ ନିର୍ଦ୍ଦେଶ ଦେଉଛନ୍ତି । ଯୋଗୀନ୍ଦର ଟୁଇଟ୍ କରି ଲୋକଙ୍କୁ ଅନୁରୋଧ କରିଛନ୍ତି; ଘରେ ରହି ହିଁ ଆପଣମାନେ କରୋନାକୁ ବିନାଶ କରିପାରିବେ ।

ଆସନ୍ତୁ ସମସ୍ତେ ମିଳିମିଶି କରୋନାର ବିନାଶ କରିବା । କୃପା କରି ଆମକୁ ସହଯୋଗ କରନ୍ତୁ “ଜୟ ହିନ୍ଦ୍” । ଗୋଟିଏ ପକ୍ଷରେ କରୋନା କାରଣରୁ ସାରା ଦୁନିଆରେ କ୍ରିକେଟ ଖେଳକୁ ରଦ୍ଧ କରିଦିଆଯାଇଛି ଅନ୍ୟପକ୍ଷରେ ଯୋଗୀନ୍ଦର ସିଂହ ଭଳି ଜଣେ ପୂର୍ବତନ ଖେଳାଳି ନିଜର ନୂତନ ଦାୟିତ୍ୱକୁ ସୁଚାରୁ ରୂପରେ କରିଚାଲିଛନ୍ତି ।