ଏହି ତିନୋଟି ମନ୍ତ୍ର ଜପ କରିବା ଫଳରେ ବ୍ୟକ୍ତି ଯେ କୌଣସି ପରିସ୍ଥିତିରେ ମଧ୍ୟ ସଫଳତା ହୋଇପାରିଥାଏ । ସବୁ ସମସ୍ୟାର ସମାଧାନ ମିଲିଥାଏ ।

Spread the love

ଯଦି ଆପଣ ଜୀବନରେ କୌଣସି ସମସ୍ୟାରେ ରହି ଦୁଖୀ ଅଛନ୍ତି ତେବେ ଏହି ୩ଟି ମନ୍ତ୍ରର ଜପ କରନ୍ତୁ ଯାହା ଆପଣଙ୍କୁ ସବୁ ସମସ୍ୟାର ସମାଧାନ ଦେଇପାରିବ ।

ଜୀବନରେ ସଫଳ ସମସ୍ତେ ହେବ ପାଇଁ ଚାହାନ୍ତି ଓ ଏଥିପାଇଁ କଠିନ ପରିଶ୍ରମ ମଧ୍ୟ କରିବା ପାଇଁ ପଛଘୁଞ୍ଚା ଦିଅନ୍ତି ନାହିଁ । ଏହା ଜରୁରୀ ନୁହେଁ ଯେ, କେହି ପରିଶ୍ରମ କରନ୍ତି ସେମାନଙ୍କୁ ସଫଳତା ନିଶ୍ଚିୟ ମିଳିପାରିବ । କିନ୍ତୁ ଏପରି କିଛି ଲୋକେ ଅଛନ୍ତି; ଯେଉଁମାନେ ବିନା କୌଣସି ପରିଶ୍ରମରେ ମଧ୍ୟ ସଫଳତା ପାଇଁ ଯାଇଥାନ୍ତି । ଏହିପରି ଲୋକେ ସଂସାରରେ କମ ହୋଇଥାନ୍ତି ଓ ଏହା ସେମାନଙ୍କର ଭାଗ୍ୟ ଅଟେ । ଆଜିର ଏହି ଦୁନିଆରେ ଲୋକସଂଖ୍ୟା ଅଧିକ ହୋଇଗଲାଣି କିନ୍ତୁ ଚାକିରୀ ସଂଖ୍ୟା କମ । ବହୁ ଚେଷ୍ଟା ପରେ ମଧ୍ୟ ନିଜ ପସନ୍ଦର କାମ ମିଳି ପାରୁନାହିଁ । ଏହି କାରଣରୁ ଲୋକମାନେ ଚିନ୍ତାରେ ରହୁଛିନ୍ତି; ଯାହାଫଳରେ ସେମାନଙ୍କ ଶରୀର ଉପରେ କୁପ୍ରଭାବ ପଡିଥାଏ । ଆଜି ଆମେ ଆପଣଙ୍କୁ ଏପରି ୩ଟି ମନ୍ତ୍ର ବିଷୟରେ କହିବୁ ଯାହା ଆପଣଙ୍କର ଭାଗ୍ୟ ବଦଳାଇ ଦେଵ । ଜାଣନ୍ତୁ ସେହି ୩ଟି ମନ୍ତ୍ର ବିଷୟରେ ।

ପ୍ରଥମ ମନ୍ତ୍ର :

ମଙ୍ଗଳମ୍ ଭଗବାନ ବିଷ୍ଣୁ ମଙ୍ଗଳମ୍ ଗରୁଡ ଧ୍ଵଜା

ମଙ୍ଗଳମ୍ ପୁନ୍ଦରିକାକ୍ଷ ମଙ୍ଗଳୟ ତନୋ ହରି ।

ଯେଉଁ ବ୍ୟକ୍ତ ଏହି ମନ୍ତ୍ରକୁ ଜପ କରିବେ, ସେହି ବ୍ୟକ୍ତି ସର୍ବଦା ଖୁସିରେ ରହିବେ । ଏହି ମନ୍ତ୍ରର ଜପ ଫଳରେ ସେହି ବ୍ୟକ୍ତିମାନେ ସୁଖ ସମୃଦ୍ଧିରେ ରହି ପାରିବେ । ବ୍ୟକ୍ତିଙ୍କ ଅଟକି ରହିଯାଇଥିବା ସମସ୍ତ କାର୍ଯ୍ୟ ପୂର୍ଣ୍ଣ ହେବାରେ ଲାଗିବ ଓ ସେ ଖୁସିରେ ଜୀବନ ବିତାଇ ପାରିବେ । ଏହି ମନ୍ତ୍ରକୁ ସକାଳ ସମୟରେ ଜପ କଲେ ଏହାର ସୁଫଳ ମିଳି ପାରିବ । କିଛି ଦିନ ପର୍ଯ୍ୟନ୍ତ ଏହି ମନ୍ତ୍ରର ଜପ କରିବା ଫଳରେ ଏହି ମନ୍ତ୍ରର କରାମତି ଆପଣ ଜାଣି ପାରିବେ ।

ଦ୍ଵିତୀୟ ମନ୍ତ୍ର :

ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର

ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମେ ଶ୍ରୀ ଗୁରୁବେ ନମଃ ।

ସଫଳତା ପାଇବା ପାଇଁ ଏହି ମନ୍ତ୍ରଟିକୁ ସକାଳ ସମୟରେ ଜପ କରିବା ଦରକାର । ଏହି ମନ୍ତ୍ର ଜପ କରିବା ଫଳରେ ବ୍ୟକ୍ତି ନିଜ ଗୁରୁଙ୍କୁ ସମ୍ମାନ ଜଣାଇ ଥାଏ ଓ ନିଜ ପାଇଁ ଶାନ୍ତି କାମନା କରିଥାଏ । ପ୍ରତ୍ୟକ ବ୍ୟକ୍ତିର ସଫଳତାରେ କୌଣସି ନା କୌଣସି ଗୁରୁଙ୍କର ହାତ ରହିଥାଏ । ତେଣୁ ଆମକୁ ଏହି ମନ୍ତ୍ର ଜରିଆରେ ଗୁରୁଙ୍କୁ ସମ୍ମାନ ଜଣାଇବା ଜରୁରୀ ଅଟେ । ପ୍ରତିଦିନ ସକାଳେ ଏହି ମନ୍ତ୍ର ଜପ କରିବା ଦ୍ୱାରା ନିଜ ଜୀବନରେ ସଫଳତା ନିଶ୍ଚୟ ଆସିଥାଏ ।

ତୃତୀୟ ମନ୍ତ୍ର :

କରାଗ୍ରେ ବସତେ ଲକ୍ଷ୍ମୀ କର ମଧ୍ୟେ ସରସ୍ଵତୀ

କର ମୂଳେ ଗୋବିନ୍ଦାୟ ପ୍ରଭାତେ କର ଦର୍ଶନମ୍ ।

ସକାଳେ ନିଜ ବିଛଣାରୁ ଉଠିବା ପରେ, ବିଛଣା ଉପରେ ହିଁ ଏହି ମନ୍ତ୍ରର ଜପ କରିବା ଉଚିତ୍ । ଏହି ମନ୍ତ୍ର ଜପ କରିବା ସମୟରେ ଆପଣ ନିଜ ଦୁଇ ହାତ ଯୋଡ଼ି ବହି ପରି ହାତ ଖୋଲି ମନ୍ତ୍ରର ଜପ କରନ୍ତୁ । ଖୋଲା ହାତକୁ ଦେଖି ଏହି ମନ୍ତ୍ରର ଜପ କଲେ ଏହାର ଫଳ ଆପଣଙ୍କୁ ମିଳୁଥାଏ । ପ୍ରତିଦିନ ଏହି ମନ୍ତ୍ରର ଜପ କରିବା ଫଳରେ ଆପଣଙ୍କର ଜୀବନ ସୁଖ ଓ ଶାନ୍ତିରେ ଭରି ଉଠିବ ।